ଫେମସ ଓଡିଆ କମେଡିଆନ Pragyan Ranjan Khatua ଙ୍କ Family & Biography

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଅଲିଉଡରେ ସଫଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଏମାନେ ସାଧାରଣତଃ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଯେଉଁ କମେଡିଆନଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେ ହେଉଛନ୍ତି କମେଡିଆନ ପ୍ରଜ୍ଞା । ବନ୍ଧୁଗଣ ଆପଣ ମାନେ ସମସ୍ତେ କମେଡିଆନ ପ୍ରଜ୍ଞାକୁ ବହୁତ ଓଡିଆ ଫିଲ୍ମରେ ଦେଖିଥିବେ । ଦର୍ଶକ ମାନେ ପ୍ରଜ୍ଞାଙ୍କ ଅଭିନୟ ଓ କମେଡିକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି  । ହେଲେ ବନ୍ଧୁଗଣ ଆପଣ ମାନେ କଣ ପ୍ରଜ୍ଞାଙ୍କ ପରିବାର ଓ ତାଙ୍କ ଜୀବନୀ ବିଷୟରେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ପ୍ରଜ୍ଞାଙ୍କ ପରିବାର ଓ ଜୀବନୀ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଜ୍ଞାଙ୍କର ସଂପୂର୍ଣ୍ଣ ନାମ ହେଉଛି ପ୍ରଜ୍ଞା ରଞ୍ଜନ ଖଟୁଆ । ପ୍ରଜ୍ଞା ହେଉଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ହାସ୍ୟ ଅଭିନେତା । ତାଙ୍କର ଜନ୍ମ ୧୦ ଅକ୍ଟୋବରରେ ସାହାନାଜପୁରର ମାହାଙ୍ଗା ବ୍ଲକରେ ହୋଇଥିଲା । ବନ୍ଧୁଗଣ ପ୍ରଜ୍ଞାଙ୍କ ଘରେ ତାଙ୍କ ବାପା, ମା, ୬ ଜଣ ଭାଇ ଓ ଗୋଟେ ଭଉଣୀ ଅହନ୍ତିଆ ।

ବନ୍ଧୁଗଣ ପ୍ରଜ୍ଞାଙ୍କ ପିତା ହେଉଛନ୍ତି ଜଣେ ଯାତ୍ରା ନିର୍ଦେଶକ । ଏହା ସହିତ ତାଙ୍କର ଜେଜେ ମା ମଧ୍ୟ ତାଙ୍କ ସହିତ ରହୁଛନ୍ତି । ପ୍ରଜ୍ଞାଙ୍କୁ ପିଲା ଦିନରେ ଅଭିନୟରେ ବହୁତ ରୁଚି ଥିଲା । ସେ ନିଜ ଅଭିନୟ କାରିୟରର ଆରମ୍ଭ ‘କୃଷ୍ଣ’ ଭୂମିକାରେ ନାଟକରୁ ଆରମ୍ଭ କରିଥିଲେ । ପ୍ରଜ୍ଞା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଶିକ୍ଷାଲାଭ କରିଛନ୍ତି । ପ୍ରଜ୍ଞା ହେଉଛନ୍ତି ଓଡିଆ ଫିଲ୍ମ ଓ ନାଟକର ଜଣେ ହାସ୍ୟ ଅଭିନେତା ।

ସେ ନିଜ ଅଲିଉଡ ଫିଲ୍ମର ଅଭିନୟ ଫିଲ୍ମ ‘ସଲାମ’ରୁ କରିଥିଲେ । ପରବର୍ତ୍ତୀ ସମୟରେ ସେ ‘ମିଷ୍ଟର ନନସେନ୍ସ ‘ ନାମକ ଟିଭି ଧାରାବାହିକରେ ମୁଖ୍ୟ ହାସ୍ୟ ଅଭିନେତା ରୂପେ ନଜର ଆସିଥିଲେ ।ବନ୍ଧୁଗଣ ପ୍ରଜ୍ଞା ନିଜର ଅଲିଉଡ ଫିଲ୍ମ କାରିୟରର ଆରମ୍ଭ କରିବା ପରେ ବହୁତ ଓଡିଆ ଫିଲ୍ମରେ ହାସ୍ୟ ଅଭିନେତା ରୂପେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ ।

ପ୍ରଜ୍ଞା ‘ଡ୍ରାମା ଓ ମଞ୍ଚ ନାଟକ’ କରିବା ପାଇଁ ବହୁତ ଅଧିକ ପସନ୍ଦ କରନ୍ତି । ବର୍ତ୍ତମାନ ପ୍ରଜ୍ଞା ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ତୃତୀୟ ଶ୍ରେଷ୍ଠ ହାସ୍ୟ ଅଭିନେତା ରୂପେ ପରିଚିତ ଅଛନ୍ତି । ସେ ନିଜ ଅଭିନୟ ପାଇଁ ବହୁତ ଆୱାର୍ଡରେ ମଧ୍ୟ ସମ୍ମାନିତ ହୋଇଛନ୍ତି । ବର୍ତ୍ତମାନ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଁ ନିଜ ଜୀବନକୁ ବହୁତ ଖୁସିରେ ଅତିବାହିତ କରୁଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ପ୍ରଜ୍ଞା ଙ୍କ କାମେଡି କେମିତି ଲାଗେ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *