କୋଚିଂ ସେଣ୍ଟରରେ ଶୋଇଥିଲେ ଛାତ୍ରଛାତ୍ରୀ, କାମୁଡିଲା ସାପ, 3 ମୃତ, ଜଣେ ଗୁରୁତର…

ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ କୋଚିଂ ସେଣ୍ଟରରେ ଶୋଇଥିଲେ ଛାତ୍ରଛାତ୍ରୀ , କାମୁଡିଦେଲା ସାପ ,3 ଜଣ ମୃତ ଜଣେ ଗୁରୁତର । କୋଚିଙ୍ଗ ସେଣ୍ଟରରେ ଘଟିଲା ଅଘଟଣ ଶୋଇଥିବା ଅବସ୍ଥାରେ କାମୁଡିଦେଲା ସାପ ଓ ଅକାଳରେ ଚାଲିଗଲା ତିନି ଜଣକ ଜୀବନ । ଏହି ଘଟଣା ଟି ହେଉଛି  କେନ୍ଦୁଝର ଜିଲ୍ଲାର ବୋରିଆ ଥାନା ନିଶ୍ଚିତପୁର ଜାଲିରେ  ମୃତକଙ୍କ ମଧ୍ୟରେ ଦୁଇଜଣ ଛାତ୍ରୀଥିବା ବେଳେ ଜଣେ ଛାତ୍ର ଅଛନ୍ତି ।

ଆଉ ଏକ ଛାତ୍ର  ଗୁରୁତର ଥିବାରୁ  ତାଙ୍କୁ କଟକ ବଡ ମେଡିକାଲକୁ ନେଇକି ଯାଇଥିବା ସୂଚନା ମିଳିଛି । ମୃତ ଛାତ୍ରଛାତ୍ରୀମାନଙ୍କ ନାଁ ହେଉଛି ରାଜା ନାୟକ , ରାଜଶ୍ରୀ ନାୟକ , ଏଲିନା ନାୟକ ଓ  ସେହିପରି ଗୁରୁତରରେ ଥିବା ଛାତ୍ରଙ୍କ ନାମ ଆକାଶ ନାୟକ । ତେବେ ସୂଚନା ଅନୁଯାୟୀ ଛାତ୍ରଛାତ୍ରୀମାନେ ପାଠପଢା ସାରି କୋଚିଂ ସେଣ୍ଟରରେ ଶୋଇଥିଲେ ଏବଂ ଶୋଇଥିବା ସମୟରେ ସେମାନଙ୍କୁ ସାପ କାମୁଡିଦେଇଛି କିନ୍ତୁ କେଉଁ ସାପ କାମୁଡିଛି ତାହା ଏବେ ଯାଏ ଜଣାପଡିନି।

ମାତ୍ର ଲୋକମାନଙ୍କ କହିବା ଅନୁସାରେ ତାହା ହେଉଛି ଚିତିସାପ । ତେବେ ଏହି ଘଟଣା ଟି ରାତ୍ରି ତିନିଟା  ବେଳେ ଘଟିଛି କିନ୍ତୁ ଛାତ୍ରୀମାନଙ୍କ ଘରକୁ ସକାଳେ ସାଢେ ସାତୁଟା ବେଳକୁ କୁହାଯାଇଛି ବୋଲି ଅଭିଯୋଗ ମିଳିଛି । ମୃତକ ଛାତ୍ର ରାଜାଙ୍କ ବାପାଙ୍କ କହିଛନ୍ତି କି ତାଙ୍କୁ ସକାଳ ସମୟରେ ଫୋନ ଆସିଥିଲା ଏବଂ କୁହାଯାଇଛି ଯେ ଆପଣଙ୍କ ପିଲାକୁ ସାପ କାମୁଡିଛି ଆମେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛୁ ଆପଣ ଆସନ୍ତୁ ।

ଏହା ଶୁଣି ଆସିବା ବେଳକୁ ରାଜାର ଜୀବନ ଚାଲିଯାଇଥିଲା ଯାହା କହି ତାଙ୍କ ବାପା କାନ୍ଦିପଡ଼ୁଛନ୍ତି । ତେବେ ପିତାମାତାମାନେ ସାରକୁ ଦାୟୀ କରୁଛନ୍ତି କାରଣ ତାଙ୍କଋ ବିଶ୍ବାସରେ ଆମ ପିଲାମାନଙ୍କୁ ଛାଡିକି ଯାଇଛୁ । ଏଲିନାଙ୍କ ମା’ କହୁଛନ୍ତି ସେ ଗତକାଲି ସନ୍ଧ୍ୟାବେଳେ ଝିଅ ସହିତ କଥା ହେଇଥିଲେ ଏବଂ ଆସନ୍ତା 30 ତାରିଖରେ ପିଲାପାଖକୁ ଯିବେ ବୋଲି କହିଥିଲେ ।

ମାତ୍ର ମା ‘ ଙ୍କୁ ଦେଖିବା ପୂର୍ବରୁ ଝିଅ ଚାଲିଗଲା ଅପେରା ଦୁନିଆକୁ ଏବେ ସେହି ମା ‘ ଚେତାଶୂନ୍ୟ ହୋଇ କାନ୍ଦୁଛନ୍ତି । ତେବେ ଏଭଳି କୋଚିଂ ସେଣ୍ଟର ଉପରେ ଜିଲ୍ଲା ପ୍ରଶାସନ କଢାକଢି ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ଏହି ଖବରକୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *