ଛୋଟ ପିଲାଙ୍କୁ କରୋନା ହେଲେ କିପରି ନେବେ ସେମାନଙ୍କ ଯତ୍ନ- Dr Jyotiranjan Parida

ବନ୍ଧୁଗଣ ଦେଶରେ ଦିନକୁ ଦିନ କରୋନା ମହାମାରୀର ସଂକ୍ରମଣ ବଢିବାରେ ଲାଗିଛି । ଗତବର୍ଷ ଅପେକ୍ଷା ଏହି ବର୍ଷ ଏହି ଭାଇରସଟି ନିଜର ଭୟଙ୍କର ରୂପ ଦେଖାଇଛି ।

ପ୍ରଥମ ଲହରରେ ଅଧିକାଂଶ ବୃଦ୍ଧ ଲୋକ ଏହି ଭାଇରସରେ ସଂକ୍ରମିତ ହେଉଥିବା ବେଳେ ଏହି ଦ୍ଵିତୀୟ ଲହରରେ ଉଭୟ ଯୁବ ପିଢୀ ଏବଂ ଛୋଟ ଛୁଆ ମାନେ ସଂକ୍ରମିତ ହେଉଛନ୍ତି । ବିଶେଷଜ୍ଞ ମାନଙ୍କ ମତରେ କରୋନା ମହାମାରୀର ତୃତୀୟ ଲହର ଛୋଟ ଛୁଆ ମାନଙ୍କ ପାଇଁ ଘାତକ ହୋଇପାରେ । ଏହି ଭାଇରସରେ ସଂକ୍ରମିତ ହୋଇ ବର୍ତ୍ତମାନ ଲକ୍ଷାଧିକ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଛନ୍ତି ଓ ଅନ୍ୟ ପକ୍ଷରେ ହଜାର ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ସାରିଛନ୍ତି ।

ତେଣୁ ବନ୍ଧୁଗଣ ଏହି ଶୋଚନୀୟ ପରିସ୍ଥିତିରେ ପ୍ରଥମ ଥର ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପିଲାମାନଙ୍କ ପାଇଁ ଏହି କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ କିଛି ଉପଦେଶ ଦିଆ ଜାଇଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ପ୍ରଥମରେ ହେଉଛି ଯଦି ପିଲାଟି ଏହି ଭାଇରସରେ ଆକ୍ରାନ୍ତ ହୋଇସାରିଛି ହେଲେ ତାର କୌଣସି ଲକ୍ଷଣ ଦେଖାଯାଉ ନାହିଁ ତେବେ କୌଣସି ଚିକିତ୍ସା ପାଇଁ ପରାମର୍ଶ ଦିଆଯାଇ ନଥାଏ । ହେଲେ ସେହି ସମୟରେ ଆପଣ ମାନଙ୍କୁ ପିଲାର ଲକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଉଚିତ ।

ଦ୍ଵିତୀୟରେ ହେଉଛି ଯଦି ପିଲାର ଗଳା ଯନ୍ତ୍ରଣା ଓ ନିଶ୍ଵାସ ନେବାରେ ଅସୁବିଧା ଆଦି ଲକ୍ଷଣ ଦେଖା ଯାଉଛି ତା ହେଲେ ଯଥା ଶୀଘ୍ର ପିଲାକୁ ଏକ ଅନ୍ୟ ଘରେ ଅଲଗା ରଖନ୍ତୁ । ପିଲାକୁ ଯଥେଷ୍ଟ ପାଣି ଏବଂ ଅନ୍ୟାନ୍ୟ ତରଳ ଜିନିଷ ଦିଅନ୍ତୁ । ଯଦି ପିଲାକୁ ଜ୍ଵର ହେବ ତା ହେଲେ 10-15 ମି.ଗ୍ରା ପାରାସିଟାମୋଲ ଦେଇପାରିବେ । ଯଦି ଲକ୍ଷଣ ଅଧିକ ବିପଦଜନକ, ତେବେ ଡାକ୍ତରଙ୍କ ସହ ଶୀଘ୍ର ପରାମର୍ଶ କରନ୍ତୁ ।

ତୃତୀୟରେ ହେଉଛି ଯଦି ପିଲାଙ୍କ ଶରୀରର ଅମ୍ଳଜାନ ସ୍ତର କମ ହେଉଛ କିନ୍ତୁ ନିମୋନିଆର ଲକ୍ଷଣ ଦେଖାଯାଉ ନାହିଁ । ତା ହେଲେ ଏହି ପିଲା ମାନଙ୍କୁ କରୋନା ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପାରିବ । ଏହି ପିଲା ମାନଙ୍କୁ ସୁସ୍ଥ କରିବା ପାଇଁ ଅଧିକରୁ ଅଧିକ ତରଳ ଜିନିଷ ଦିଅନ୍ତୁ । ଯଦି ଶିଶୁର ଜ୍ୱର ଥାଏ, ଜୀବାଣୁ ସଂକ୍ରମଣ ହୋଇଥାଏ ତା ହେଲେ ପାରାସିଟାମୋଲ ଏବଂ ଆମୋକ୍ସିସିଲିନ୍ ଦିଆଯାଇପାରେ । ଏଥି ସହିତ, ଅମ୍ଳଜାନ ସାଚୁରେଚର 94% ରୁ କମ୍ ହେଲେ ପିଲାଙ୍କୁ ଅମ୍ଳଜାନ ଦେବା ଉଚିତ ।

ବନ୍ଧୁଗଣ ଚତୁର୍ଥରେ ହେଉଛି ଯଦି ପିଲାଟିର ଅବସ୍ଥା ଗୁରୁତ୍ଵର ହୋଇଛି ବା ପିଲାଟି ନିଶ୍ଵାସ ନେବାରେ ଅସୁବିଧା, ନିମୋନିଆର ଲକ୍ଷଣ, ମଲ୍ଟି ଅର୍ଗାନ ଡିସଫଙ୍କସନ ସିଣ୍ଡ୍ରୋମ ଏବଂ କରୋନା କାରଣରୁ ସେପ୍ଟିକ୍ ଶକ ଅନୁଭବ କରିବା ଆରମ୍ଭ କରେ | ତା ହେଲେ ଏହିପରି ପିଲାଙ୍କୁ ତୁରନ୍ତ ଆଇସିୟୁରେ ଭର୍ତ୍ତି କରାଯିବା ଉଚିତ । ଏହି ଅବଧି ମଧ୍ୟରେ ସମ୍ପୂର୍ଣ୍ଣ ରକ୍ତ ଗଣନା, ଯକୃତ, ବୃକକ୍ କାର୍ଯ୍ୟ ପରୀକ୍ଷା ଏବଂ ଛାତି ଏକ୍ସରେ ମଧ୍ୟ କରାଯିବା ଉଚିତ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *