ବନ୍ଧୁଗଣ ଏହି ସ୍ଵାର୍ଥପର ଦୁନିଆରେ ବନ୍ଧୁତା ହେଉଛି ଏପରି ଏକ ସମ୍ପର୍କ ଯାହା ଆମେ ନିଜେ ବାଛି ଥାଉ । ବନ୍ଧୁତା କୌଣସି ପ୍ରକାରର ଜାତି, ଧର୍ମ, ବର୍ଣ୍ଣ ଓ ଲୀଙ୍ଗ ଦେଖି ନଥାଏ । ବନ୍ଧୁତା ମଣିଷ ମାନଙ୍କ ପାଇଁ ଯେତେ ମହତ୍ଵ ରଖିଥାଏ ସେତିକି ପଶୁ ମାନଙ୍କ ପାଇଁ ବି ମହତ୍ଵ ରଖିଥାଏ । ଏମିତି ଅନେକ ଥର ଦେଖା ଯାଇଛି ଯେ, ଦୁଇଟି ବିପରୀତ ପଶୁ ବା ଶତ୍ରୁ ବନ୍ଧୁତାର ସମ୍ପର୍କ ରଖିଥାନ୍ତି । ଭାରତରେ ଗାଈ ଓ କୁକୁରର ବନ୍ଧୁତା ସମସ୍ତ ସ୍ଥାନରେ ଦେଖିବାକୁ ମିଳିଥାଏ ।
ହେଲେ ଗାଈ ଓ ଚିତାବାଘର ବନ୍ଧୁତା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଗାଈ ଓ ଚିତାବାଘ ବନ୍ଧୁତାର କିଛି ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ତା ହେଲେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।
ଏହି ଘଟଣାକୁ ଲକଡାଉନ ସମୟର ବୋଲି କୁହାଯାଉଛି ଓ ଏହା ଆସାମରେ ଘଟିଥିବା ମଧ୍ୟ କୁହାଯାଉଛି । ଏହି ଘଟଣାକୁ ନେଇ ଅନେକ ଫେକ୍ ନ୍ୟୁଜ ମଧ୍ୟ ସାମ୍ନାକୁ ଆସୁଛି ଲୋକମାନେ ମନ ଇଛା ଅଲଗା ଅଲଗା କାହାଣୀ କହୁଛନ୍ତି । ହେଲେ ଆଜି ଆମେ ଆପଣ ମାନଙ୍କୁ ଏହାର ସତ୍ୟତା ବିଷୟରେ କହିବାକୁ ଯାଉଛୁ । ଗାଈ ଓ ଚିତାବାଘର ଏହି ଫଟୋ ଗୁଜୁରାଟ, ଭଡୋଦରାର ଏଣ୍ଟୋଲି ଗାଁରେ ୨୦୦୨ ମସିହାରେ ନିଆଯାଇଥିଲା ।
ରାତିରେ କୁକୁର ମାନେ ଭୋକିବା ଦ୍ଵାରା ଗାଁ ଲୋକମାନେ ଚିତାବାଘ ବିଷୟରେ ଜାଣି ପାରିଥିଲେ । ଚିତାବାଘଟିକୁ ଅନେକ ଥର ଗାଁ ଲୋକ ଦେଖିବା ପରେ ବନ ବିଭାଗ ୨୦୦୨ ମସିହା ସେପ୍ଟେମ୍ବର ୨୦ ତାରିଖରେ ମାଇ ଚିତାବାଘକୁ ଧରି ଜଙ୍ଗଲରେ ଛାଡିଥିଲେ । ହେଲେ କିଛି ଦିନ ପରେ ଗାଁ ଲୋକମାନେ ପୁଣି ସେହି ଚିତାବାଘକୁ ଦେଖିଥିଲେ ।
ଏହା ପରେ ପୁଣି ଯେତେବେଳେ ବନ ବିଭାଗ ଚିତାବାଘକୁ ଧରିବା ପାଇଁ ଆସିଲେ ସେତେବେଳେ ଚିତାବାଘ ଓ ଗାଈର ବନ୍ଧୁତା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ଅଧା ରାତିରେ ଗାଈ ଓ ଚିତାବାଘ ମିଶି ଯାଉଥିଲେ । ଉଭୟ ପରସ୍ପର ସହ ଖେଳୁ ଥିଲେ ଓ ମିଶିକି ଶୋଉ ଥିଲେ । ଏହି ଦୁଇଜଣଙ୍କ ବନ୍ଧୁତା ଏତେ ଫେମସ ହୋଇଗଲା ଯେ ମିଡିଆ ବାଲା କ୍ୟାମେରା ନେଇ ସେହି ସ୍ଥାନରେ ବସି ରହୁଥିଲେ ।
ଚିତାବାଘକୁ ଧରିବା ପାଇଁ ଜାଲ ବିଛାଗଲା ଓ ମାଂସ ମଧ୍ୟ ରଖାଗଲା ହେଲେ ଚିତାବାଘଟି ଗାଈ ସହ ଦେଖା କରିବା ପରେ ଚମ୍ପଟ ମାରୁଥିଲା । ଶେଷରେ ବନ ବିଭାଗ ଅଧିକାରୀ ମାନେ ଚିତାବାଘକୁ ନିଶା ଗୁଳି ମାରିବା ପାଇଁ ନିଷ୍ପତ୍ତି ନେଲେ ହେଲେ ଚିତାବାଘ ଧୀରେ ଧୀରେ ସେହି ସ୍ଥାନକୁ ଆସିବା ବନ୍ଦ କରିଦେଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଗାଈ ଓ ଚିତାବାଘର ବନ୍ଧୁତା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।