ନମସ୍କାର ବନ୍ଧୁଗଣ, ଯଦି ଆମେ କହିବା ପାଇଁ ଯିବା ତେବେ ପ୍ରକୃତରେ ଆମ ଭାରତର ସବୁଠାରୁ ଲୋକପ୍ରିୟ ନେତା ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ । ଯିଏକି ବର୍ତ୍ତମାନ ଆମ ଭାରତର ପ୍ରଧାନମନ୍ତ୍ରୀ ଅଟନ୍ତି । ତାଙ୍କ କାର୍ଯ୍ୟ ଏବଂ ତାଙ୍କ ବାର୍ତ୍ତାଳାପ ତଥା ଭାଷଣ କହିବାର ଢଙ୍ଗ ତାଙ୍କୁ ଲୋକପ୍ରିୟ କରିଦେଇଛି ଲୋକମାନେ ମୋଦୀଙ୍କୁ ବହୁତ ଭଲ ପାଇବା ଦେଉଛନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ମୋଦୀ କେବଳ ଆମ ଭାରତରେ ନୁହେଁ ବରଂ ଚାଇନରେ ହଇଚଇ ସୃଷ୍ଟି କରିଛନ୍ତି ।
ସେଥିପାଇଁ ତ ମୋଦୀଙ୍କୁ ଚୀନ ଲୋକେ ଦେଇଛନ୍ତି ଏକ ନୂଆ ନାମ । ତେବେ ଆସନ୍ତୁ ଜାଣିବା ଏହା ସମ୍ପର୍କରେ । ଚୀନର ଲୋକ ବର୍ତ୍ତମାନ ମୋଦୀଙ୍କ ପାଇଁ ଦିୱାନା ହୋଇଯାଇଛନ୍ତି । ଚୀନ ଦେଶର ଜନତା pm ମୋଦୀଙ୍କ କପଡା ଠାରୁ ନେଇ ତାଙ୍କ ଚାଲି ଚଳନ କଥା ବାର୍ତ୍ତାର ଫ୍ୟାନ ହୋଇସାରିଲେଣି । ଚୀନର ଜନତା ମୋଦୀଙ୍କୁ ସମସ୍ତ ନେତାଙ୍କ ଠାରୁ ଭିନ୍ନ ଭାବୁଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ କି ଚୀନର ଲୋକେ ମୋଦୀଙ୍କୁ ସ୍ନେହ ଏବଂ ଭଲପାଇବାର ସହ ଏକ ନିକ ନେମ ଦେଇସାରିଛନ୍ତି ।
ଏହି କଥାର ଖୁଲାସା ଚୀନ୍ ଦେଶର ଜଣେ ବଡ ପତ୍ରକାର କରିଛନ୍ତି । ଚୀନର ପତ୍ରକାର ଚୀନର ଏକ ସୋସିଆଲ ମିଡିଆରେ ଏକ ଆର୍ଟିକିଲ ଲେଖିଛନ୍ତି । ଏହି ଆର୍ଟିକିଲରେ ଚୀନର ପତ୍ରକାର ଜଣାଇଛନ୍ତି କି ଚୀନର ସାଧାରଣ ଜନତା ଭାରତ ସମ୍ପର୍କରେ କଣ ଭାବନା ରଖନ୍ତି । ଚୀନ ପତ୍ରକାର ଲେଖିଛନ୍ତି କି ଭାରତର ପ୍ରଧାନ ମନ୍ତ୍ରୀଙ୍କୁ ଚୀନ ବାସିନ୍ଦା ସ୍ନେହର ସହ ଲାଓ ସିୟାନ ନାମରେ ଡାକୁଛନ୍ତି ।
ଲାଓ ସିୟାନ କିଛି ବୃଦ୍ଧ ଅମର ବ୍ୟକ୍ତିଙ୍କ ପାଇଁ ବ୍ୟବହାର କରାଯାଏ । ଏହାର ଅର୍ଥ ଚୀନର ଜନତା pm ମୋଦୀଙ୍କୁ ଅମର ମାନୁଛନ୍ତି । ଚୀନ ଜନତା ଏହା ଭାବୁଛନ୍ତି କି ମୋଦୀ ଅନ୍ୟ ନେତତା ମାନଙ୍କ ତୁଳନାରେ ଅଲଗା ଏବଂ ଅଦଦ୍ଭୁତ ଅଟନ୍ତି । ଚୀନ ଲୋକଙ୍କ କହିବା ଅନୁଯାୟୀ ମୋଦୀଙ୍କ ନେତୃତ୍ୟ ପାଇଁ ଆଜି ଭାରତ ଦୁନିଆର ପ୍ରମୁଖ ଦେଶ ମଧ୍ୟରେ ସନ୍ତୁଳନ ରଖିବା ପାଇଁ ସଫଳ ହୋଇଛି ।
ଭାରତ ସମସ୍ତ ଦେଶ ସହ ଭଲ ସମ୍ପର୍କ ରଖୁଛି । ଭାରତର ତାରିଫ ଚୀନର ଜନତା ନିଜ ସୋସିଆଲ ମିଡିଆରେ କରୁଥିବାର ନଜର ଆସିଛି । ତେବେ ଆମ ଭାରତର ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ସମ୍ପର୍କରେ ଆପଣ ମାନଙ୍କର ମତ କଣ ରହିବ ତାହା କମେଣ୍ଟରେ ନିହାତି ଜଣାନ୍ତୁ ।