ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସହାୟତା ପାଇଁ ସମସ୍ତ ଓଡିଶାବାସୀଙ୍କୁ ଅଭିନେତା ପିନ୍ଟୁ ନନ୍ଦ କୃତଜ୍ଞତା ଜଣାଇଛନ୍ତି । ତେବେ ପିନ୍ଟୁ ଜଣେ ବହୁତ ଭଲ କଳାକାର ଟିଏ ତେବେ ଖାଲି କଳାକାର ନୁହେଁ ଜଣେ ବ୍ୟକ୍ତିତ୍ବ ହିସାବରେ ମଧ୍ୟ ସେ ବହୁତ ଭାବଳ ମଣିଷଟିଏ ଅଟନ୍ତି । ତେବେ ପିନ୍ଟୁଙ୍କ ବର୍ତ୍ତମାନ ସମୟରେ ଲିଭର ଶିରୋସିସ ରୋଗରେ ପୀଡିତ ହୋଇ ଭୁବନେଶ୍ବର ସ୍ଥିତ ମେଡିକାଲରେ ଚିକିତ୍ସିତ ହେଉଥିଲେ ।
ତେବେ ପିନ୍ଟୁ ନନ୍ଦଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯିବ ବୋଲି ସ୍ତିର କରାଯାଇଛି । ଯେଉଁଥି ପାଇଁ ୬୦ ଲକ୍ଷ ଟଙ୍କାର ଆବଶ୍ୟକତା ପଡୁଛି । ତେବେ ଏତେ ମାତ୍ରାରେ ଆର୍ଥିକ ସମ୍ବଳର ଅଭାବ ହେତୁ ପିନ୍ଟୁଙ୍କ ଚିକିତ୍ସାରେ ଅସୁବିଧା ହେଉଥିଲା । ତେବେ ଓଡିଶା ସିନେ କଳାକାର ଆସୋସିଏସନ ଓ ଓଡିଶାବାସୀ ଫ୍ୟାନ ମାନଙ୍କ ତରଫରୁ ତଥା କିମ୍ ହସ୍ପିଟାଲର ପ୍ରତୀଷ୍ଟାତା ଡ. ଅଚ୍ୟୁତ ସାମନ୍ତଙ୍କ ମିଳିତ ଉଦ୍ୟମରେ କିଛି ଅର୍ଥ ଯୋଗାଡ ହେଇପାରୁଛି । ତେବେ ଯେଉଁ କାରଣରୁ ଦିଲ୍ଲୀ ଯିବେ ବୋଲି ଅଭିନେତା ପିନ୍ଟୁ ନନ୍ଦ ବାହାରିଛନ୍ତି ।
ଯେଉଁଠାରେ କି ପିନ୍ଟୁଙ୍କର ଲିଭର ଟ୍ରାନ୍ସପ୍ଳାଣ୍ଟେସନ ଚିକିତ୍ସା ପଦ୍ଧତି କରାଯିବ । ତେବେ ସେ ପ୍ରଥମେ କିମ୍ସର ପ୍ରତୀଷ୍ଟାତା ତଥା ଡାକ୍ତର ଅଚ୍ୟୁତ ସାମନ୍ତଙ୍କୁ କୋଟି କୋଟି ଧନ୍ୟବାଦ ଜଣାଇଛନ୍ତି । କାରଣ ଡାକ୍ତର ଅଚ୍ୟୁତ ସାମନ୍ତ ୨ ଲକ୍ଷ ଟଙ୍କା ରାଶି ଭାବେ ପିନ୍ଟୁ ନନ୍ଦଙ୍କୁ ସାହାଜ୍ଯ କରିଛନ୍ତି । ତେବେ ଖାଲି ସେତିକି ନୁହେଁ । ପିନ୍ଟୁଙ୍କ ପିଲାର ଭବିଷ୍ୟତ ଦାୟିତ୍ଵ କଥା ମଧ୍ୟ ସେ ବୁଝିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇ କହିଛନ୍ତି ।
ତେବେ ଆଗାମୀ ସମୟରେ ସମୟରେ ପିନ୍ଟୁ ସ୍ଵାସ୍ଥ ଜନିତ କୌଣସି ପରିସ୍ଥିତି ପାଇଁ ସବୁବେଳେ ସାଥିରେ ରହିବେ ବୋଲି କହିଛନ୍ତି । ତେବେ ପିନ୍ଟୁଙ୍କ ଏପରି ଅବସ୍ଥାରେ ସାହାଜ୍ଯର ହାତ ବଢାଇ ଥିବା ଓଡିଶା ସିନେ ଆସୋସିଏସନର ସମସ୍ତ କଳାକାର ଓ ସମସ୍ତ ଓଡିଶାବାସୀଙ୍କୁ ମଧ୍ୟ ପିନ୍ଟୁ ନନ୍ଦ ଧନ୍ୟବାଦ ଜଣାଇଛନ୍ତି ବୋଲି ଗଣ ମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।
ତେବେ ସମସ୍ତ ଓଡିଶାବାସୀ ମଧ୍ୟ ଅଭିନେତା ପିନ୍ଟୁଙ୍କ ସ୍ଵାସ୍ଥ ଅବସ୍ଥା ପାଇଁ ବହୁତ ଶୀଘ୍ର ଭଲ ହୋଇ ପୁଣି ଥରେ ସୁସ୍ଥ ଅବସ୍ଥାକୁ ଫେରି ଆସୁ ବୋଲି ଭଗବାନଙ୍କ ନିକଟରେ ପ୍ରାଥନା କରୁଛନ୍ତି । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ କରିବା ସହ ନିହାତି ଭାବରେ ଶେୟାର କରନ୍ତୁ । ଧନ୍ୟବାଦ