ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ଛେଳିନେଲା ତା ‘ର ପ୍ରତିଶୋଧ । ଛେଳିର ଆଖି ଖୋଜୁଥିଲା ବଦଲା ଓ ଶେଷରେ ପୁରା ହେଲା । ହଁ ଦର୍ଶକବନ୍ଧୁ ଏହା ଶୁଣିବାକୁ ଅବିଶ୍ଵାସ ଲାଗୁଥିଲେ ବି ଏକଦମ ସତ ଅଟେ । ଆମେସମସ୍ତେ ଜାଣିଛୁ ଯଥା ପୁରାତନ କାଳରୁ ବଳିଦେବା ପ୍ରଥା ପ୍ରଚଳିତ ହେଉଛି । ଏହି ରୀତି ଅନୁସାରେ ମଣିଷ ନିଜର ମନସ୍କାମନାକୁ ପୂରଣ କରିବା ପାଇଁ ନିରୀହ ପଶୁମାନଙ୍କୁ ଇଶ୍ଵରଙ୍କୁ ବଳି ଦେଇଥାଏ ଯାହା ଫଳରେ ତାହାର ଇଛା ପୂର୍ଣ୍ଣ ହୋଇଥାଏ ।

ମାତ୍ର ନିରୀହ ପଶୁ କେତେକ ଦିନ ଏହାକୁ ସହ କରି ତେଣୁ ସେ ବି ନେଲା ପ୍ରତିଶୋଧ । ଏହି ଘଟଣା ଟି ହେଉଛି ଛତିଶଗଡ ମଦନପୁର ଅଞ୍ଚଳର ଜଣେ ଯୁବକ ତାଙ୍କ ନାମ ହେଉଛି ବାଘର ସାହୁ ସେ ମନସ୍କାମନା କରିଥିଲେ ଯେ ଛେଳିକୁ ବଳି ଦେବେ ବୋଲି । ସେହିଅନୁସାରେ ସେ ବଳି ଦେବା ଦିନ ସନିକଟ ହୋଇଥାଏ ।ଗାଁ ର ସମସ୍ତ ଆଗରେ ସେ ଛେଳିକୁ ନେଇ ଠାକୁରାଣୀଙ୍କ ସାମ୍ନାରେ ରଖିଲେ ଓ ଗ୍ରାମର ରୀତିନୀତି ଅନୁଯାୟୀ ପୂଜା ଅର୍ଚନା କରି ଛେଳିକୁ ମା ‘ଙ୍କୁ ଅର୍ପଣ କରିଥିଲେ ।
ପୂଜା ହେବା ପରେ ଛେଳିକୁ ବଳି ଦେଇ ଭୋଜନ ଆୟୋଜନ କରିଥିଲେ । ଏହି ଭୋଜିକୁ ଗାଁ ର ସମସ୍ତ ଲୋକେ ଆସିଥିଲେ ଛେଳିକୁ କାଟି ମଟନ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଛେଳି ତାହାର ବଦଲା ଭୁଲି ନ ଥିଲା ତେଣୁ ସେ ଆଖି ଖୋଲା କରିକି ରଖିଥିଲା । ଯେତେବେଳେ ଭୋଜନ ପରସାଉ ଥିଲା ବାଘର ସାହୁଙ୍କ ଭାଗରେ ଛେଳିର ଆଖି ପଡିଥିଲା ସେ ତାହାଙ୍କୁ ଖାଇବା ପାଇଁ ଉଦ୍ୟମ କରିଥିଲା ।

ମାତ୍ର କିଏ ଜାଣିଥିଲା ଯେ ଛେଳି ଆଖି ତାଙ୍କ ଜୀବନ ନେବ ବୋଲି । ବାଘର ସାହୁ ଛେଳି ଆଖି ଖାଉଥିବା ସମୟରେ ଛେଳି ଆଖି ତାଙ୍କ ଥଣ୍ଟିରେ ଅଟକିଯାଇଥିଲା । ତାହା ଜାଣିବା ପରେ ବାଘର ସାହୁଙ୍କୁ ନିକଟରେ ଥିବା ଡାକ୍ତରଖାନାକୁ ନେଇକି ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷଣ କରିଥିଲେ ।
ଶେଷରେ ଡାକ୍ତର ତାହାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ କୁହାଯାଉଛି କି ଛେଳି ନେଲା ତା ପ୍ରତିଶୋଧ । ଏହି ଖବରକୁ ନେଇକି ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମକୁ ପେଜ୍ କୁ ଲାଇକ,ଶେୟାର କରନ୍ତୁ ।

