ବନ୍ଧୁଗଣ, ଏହି ବିଶାଳ ଜଗତରେ ଏଭଳି ଚମତ୍କାରୀ ଘଟଣା ମାନ ପରିଲକ୍ଷିତ ହୋଇଥାଏ ଯାହା ସମ୍ବନ୍ଧରେ ଆପଣ ମାନେ ବହୁତ କିଛି ଜାଣିଥିବେ । ମାତ୍ର ଆମ୍ଭ ପୃଥିବୀ ରେ ଏଭଳି କେତେକ ପ୍ରାକୃତିକ ଘଟଣା ମାନ ଘଟୁଅଛି ଯାହା ବୈଜ୍ଞାନୀକ ମାନଙ୍କୁ ମଧ୍ୟ ଚକିତ କରି ଦେଉଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ ସେହି ବିଶେଷ କଥା ସମ୍ବନ୍ଧରେ କିଛି କହିବାକୁ ଜାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ । ୧- ହେଲଷ୍ଟନ;- ଆପଣ ମାନେ ନିଜ ଜୀବନରେ କୁଆ ପଥରର ବର୍ଷା କେବେନା କେବେ ଦେଖିଥିବେ ।
ଏହା ସହିତ ଆପଣ ସେହି ସମୟକୁ ଉପଭୋଗ ମଧ୍ୟ କରିଥିବେ । କିନ୍ତୁ ୮ ଫେବୃଆରୀ ୨୦୧୮ ରେ ଆର୍ଜେଣ୍ଟିନା ରେ କିଛି ଏଭଳି ଘଟଣା ଘଟିଲା, ଯାହାକୁ ଦେଖି ସଂପୂର୍ଣ୍ଣ ଦୁନିଆ ଆଶ୍ଚର୍ଯ୍ୟ ହୋଇଗଲା । ପ୍ରଥମେ ସେଠାରେ ସାଧାରଣ ଭାବରେ ବରଫ ବର୍ଷା ହେଲା ମାତ୍ର ପରେ ଏହା ଟେନିସ ବଲ ପରି ବଡ ହୋଇ ବର୍ଷୀବାକୁ ଲାଗିଲା । ଏହା ଏଭଳି ଭାବରେ ବଢିଗଲା ଯେ କାର କାଚ ଭା-ଙ୍ଗି-ବା ସମେତ ବହୁତ କିଛି ସମ୍ପଦ ନଷ୍ଟ କରିଦେଲା ।
୨- ବ୍ଲୁ ଲାଭା;- ଆଗ୍ନେୟଗିରି ର ନାମ ଶୁଣିଲା ମାତ୍ରେ ଆମ୍ଭ ମନରେ ଲାଲ ଲାଭା ତଥା ପାହାଡ ଉପରେ ବିସ୍ଫୋରଣ ର ଚିତ୍ର ଆଙ୍କି ହୋଇଯାଏ । ମାତ୍ର ଦୁନିଆରେ ଏଭଳି ଏକ ଜାଗା ଅଛି ଯେଉଁଠାରେ ଲାଭା ନୀଳ ରଙ୍ଗର ବାହାରିଥାଏ । ଏହି ଆଗ୍ନେୟଗିରି କୁ ଖୋଜିବା ନିମନ୍ତେ ବୈଜ୍ଞାନିକ ମାନଙ୍କୁ ବହୁତ ପରିଶ୍ରମ କରିବାକୁ ପଡିଥିଲା । ଆଗ୍ନେୟଗିରି ପାଖରେ ସଲଫର ର ମାତ୍ରା ଅଧିକ ଥିବାରୁ ଆଜି ଏହି ଜାଗା ପୃଥିବୀର ସ୍ଵର୍ଗପୁର ପାଲଟି ଯାଇଅଛି ।
୩- ମିଷ୍ଟ୍ରିୟସ କ୍ରେଟର୍ସ;- ଓର୍ସେରିୟା ର ସାଇବେରିଆ ଅଞ୍ଚଳରେ ସୃଷ୍ଟି ହୋଇଥିବା ୨୬୨ଫୁଟ ଓସାରର ଏକ ପୋଖରୀ, ବର୍ତ୍ତମାନ ସାରା ଦୁନିଆ ପାଇଁ ରହସ୍ୟ ହୋଇ ରହିଅଛି । ଏହାର ଆଖ ପାଖ ଅଞ୍ଚଳରେ ଏହିଭଳି ବିଶାଳ ଆକାରର ପୋଖରୀ ଦେଖିବାକୁ ମିଳିଥିଲା । ଏହି ବିଶାଳ ପିକଜରି ଗୁଡିକ କିଭଳି ତିଆରି ହେଲା ତାହା ସମସ୍ତଙ୍କ ହୋସ ଉଡାଇ ଦେଇଅଛି ।
ବୈଜ୍ଞାନିକ ମାନେ ଉଲ୍କା ପିଣ୍ଡ ପଡି ଏଭଳି ହୋଇଅଛି ବୋଲି କହୁଥିବା ବେଳେ ଅନ୍ୟ କିଛି ଲୋକେ ମାଟି ଭିତରକୁ ଦବି ଯିବା ଲାଗି ଏଭଳି ହୋଇଅଛି ବୋଲି କହିଛନ୍ତି । ସେହିଭଳି କିଛି ଲୋକ ଏହାକୁ ଏଲିୟନ ମାନଙ୍କର ଜାହାଜ ର ଚିହ୍ନ ବୋଲି କହୁଛନ୍ତି । ମାତ୍ର ଏହାର ରହସ୍ୟ ଏପର୍ଯ୍ୟନ୍ତ ଜଣା ପଡି ନାହିଁ । ୪- କ୍ରାଉନ ଫ୍ଲାସ;- ୧୨ ଜୁନ ୨୦୧୧ ରେ ଆମେରିକାର ଇଣ୍ଡିଆନା ରେ ଜଣେ ବ୍ୟକ୍ତି ରେକର୍ଡ କରୁଥିବା ସମୟରେ, ଏକ ଏମିତି ଅଦ୍ଭୁତ ଘଟଣା ରେକର୍ଡ କରିନେଲେ ଯାହା ସମସ୍ତଙ୍କୁ ଚକିତ କରିଦେଲା ।
ଏଥିରେ ବାଦଲ ଉପରେ ଏକ ଉଜ୍ଵଳ ଲାଇଟ ର ହଲଚଲ ଦେଖିବାକୁ ମିଳିଥିଲା । ଏହାକୁ ସମସ୍ତେ ଦେଖି ଭିନ୍ନ ଭିନ୍ନ ମତ ଦେବାକୁ ଲାଗିଲେ, କିଏ ଏହାକୁ ଆମେରିକାର ଶିକ୍ରେଟ ପୋଗ୍ରାମ କହିଲା ବେଳେ ଅନ୍ୟ କେତେକ ଏଲିୟନ ମାନଙ୍କ କାର୍ଯ୍ୟ ଭଳି କହିବାକୁ ଲାଗିଲେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଗକୁ ଆମ ସହ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ