ଦିନେ ଯେତେବେଳେ ଘରେ ଜନ୍ମ ହେଲେ 4 ଟି ଝିଅ ତ ବହୁତ ରାଗି ଯାଇଥିଲେ ବାପା, ଆଜି ସେହି 4 ଝିଅ Bollywood ରେ କରୁଛନ୍ତି ରାଜ

ନମସ୍କାର ବନ୍ଧୁଗଣ ଆମ ଭାରତରେ ନାରୀ ଙ୍କୁ ଦେବୀ କୁହାଯାଏ ସେମାନଙ୍କୁ ପୂଜା ମଧ୍ୟ କରାଯାଏ । କାରଣ ନାରୀ ବିନା ଏହି ସଂସାର ତିଷ୍ଠି ପାରିବ ନାହିଁ । ତେବେ ଜଣେ ନାରୀ ଚାହିଁଲେ ଜୀଵନ କୁ ସ୍ୱର୍ଗ ନଚେତ ନର୍କ ମଧ୍ୟ କରି ପାରିବ । ତେବେ ଏହି କଳି ଯୁଗରେ ଲୋକମାନେ ଏହି କଥା ଜାଣି ମଧ୍ୟ ନାରୀ ଙ୍କ ସହ ବହୁତ ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ଏହା ଛଡା କିଛି ଲୋକ ବର୍ତ୍ତମାନ ମଧ୍ୟ ଅଛନ୍ତି ଯେଉଁମାନେ ନିଜ ଘରେ ଝିଅ ହେବା ଏକ ଅ-ଭି-ଶା-ପ ବୋଲି ଭାବିଥାନ୍ତି କିନ୍ତୁ ସେମାନେ ଭୁଲି ଯାଆନ୍ତି କି ଗୋଟିଏ ପୁଅ କୁ ବି ସେହି ନାରୀ ହିଁ ଜନ୍ମ କରିଥାଏ ।

ତେବେ କିଛି ଲୋକ ଏମିତି ବି ଅଛନ୍ତି ଯିଏ ଝିଅ ଜନ୍ମ ହେଲେ ମାତା ଲକ୍ଷ୍ମୀ ଙ୍କ ଆଗମନ ବୋଲି ମଧ୍ୟ କୁହନ୍ତି । ତେବେ କିନ୍ତୁ ନୀତି,ଶକ୍ତି, ମୁକ୍ତି ଏବଂ କୀର୍ତ୍ତି ମୋହନ ଙ୍କ ବାପା ଯେତେବେଳେ ତାଙ୍କ ଘରେ ଚାରି ଚାରି ଟି ଝିଅ ଜନ୍ମ ହୋଇଥିଲେ ସେ ବହୁତ ରାଗି ଯାଇଥିଲେ ଏବଂ ଚାରିଟି ଝିଅ ର ବାପା ହେବା ତାଙ୍କୁ ମଂଜୁର ନଥିଲା କାରଣ ସେ ଭାବୁଥିଲେ କି ଝିଅ ମାନେ କିଛି କରି ପାରନ୍ତି ନାହିଁ ।

କିନ୍ତୁ ତାଙ୍କର ଏହି ଭାବନା ବର୍ତ୍ତମାନ ରୂପରେ ପରିବର୍ତ୍ତନ ହୋଇ ଯାଇଛି ବୋଲି ସେ ନିଜେ ସ୍ୱୀକାର କରିଛନ୍ତି । ତାଙ୍କ ଚାରି ଝିଅ ତାଙ୍କର ନାମ କୁ ସ୍ୱର୍ଣ୍ଣ ଅକ୍ଷର ରେ ଲେଖି ଦେଇଛନ୍ତି ବୋଲି ମଧ୍ୟ ସେ କୁହନ୍ତି । ତେବେ ଆସନ୍ତୁ ଏହି ଚାରି ଭଉଣୀ ଙ୍କୁ ବିଷୟ ରେ କିଛି ଜାଣିନେବା ।

୧- ପ୍ରଥମ୍ରେ ହେଉଛନ୍ତି ନୀତି ମୋହନ । ନୀତି ସବୁଠାରୁ ବଡ଼ ଝିଅ । ତେବେ ସେ ଜଣେ ବଲିଉଡ ର ସଫଳ ଗାୟିକା । ନିଜର ଗୀତରେ ସେ ଲୋକ ମାନଙ୍କ ହୃଦୟ ର୍ର ଘର କରିବାରେ ସଫଳ ହୋଇଥିଲେ । ଇସ୍କ ଵାଲା ଲଭ ଗାଇ ସେ ଖୁବ ଚର୍ଚ୍ଚିତ ଥିଲେ । ତେବେ ବର୍ତ୍ତମାନ ସେ ବଲିଉଡ ର ଜଣେ ବଡ ଏବଂ ସଫଳ ଗାୟିକା ।

୨-ଦ୍ଵିତୀୟ ରେ ହେଉଛନ୍ତି ମୁକ୍ତି ମୋହନ । ମୁକ୍ତି ଦ୍ଵିତୀୟ ନମ୍ବର ଝିଅ । ତେବେ ସେ ବର୍ତ୍ତମାନ ବଲିଉଡ ରେ ଜଣେ କୋରିଓଗ୍ରାଫର ଭାବରେ ସୁନାମ ଅର୍ଜନ କରିଛନ୍ତି । ସେ ରିୟାଲିଟି ଶୋ ଡାନ୍ସ ଇଣ୍ଡିଆ ଡାନ୍ସ ର ବିଜେତା ମଧ୍ୟ ରହିଛନ୍ତି ଏବଂ ବର୍ତ୍ତମାନ କିଛି ଶୋ ରେ ଜଜ୍ ଭାବରେ ମଧ୍ୟ କାମ କରୁଛନ୍ତି ।

୩- ତୃତୀୟ ଝିଅ ହେଉଛନ୍ତି ମୁକ୍ତି ମୋହନ । ତେବେ ମୁକ୍ତି ମଧ୍ୟ ଜଣେ ନର୍ତ୍ତକୀ ଏବଂ ସେ ମଧ୍ୟ ବର୍ତ୍ତମାନ କୋରିଓଗ୍ରାଫର ଭାବରେ ଖୁବ ଲୋକପ୍ରିୟ । ତେବେ ସେ କିଛି ସିନେମା ରେ ଆଇଟମ ଗୀତ ରେ ମଧ୍ୟ ନାଚି ଛନ୍ତି ।

୪- ଚତୁର୍ଥ ରେ ହେଉଛନ୍ତି କୀର୍ତ୍ତି ମୋହନ । ତେବେ କୀର୍ତ୍ତି ସବୁଠାରୁ ସାନ ଏବଂ ସେ ଏହି ଗ୍ଲାମର ଦୁନିଆରୁ ଦୂରରେ ରୁହନ୍ତି ଏବଂ ସେ ଏକ କମ୍ପାନୀ ରେ ସଫ୍ଟୱେରଇଞ୍ଜିନିୟର ଭାବରେ କାମ କରୁଛନ୍ତି । ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *