ବନ୍ଧୁଗଣ ବର୍ତ୍ତମାନର ସମୟରେ ପ୍ରାୟତଃ ସମସ୍ତ ଲୋକ ସୋସିଆଲ ମିଡିଆ ସହ ଜଡିତ ଅଛନ୍ତି । ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଏକ ଗୀତ ବହୁତ ମାତ୍ରାରେ ଭାଇରାଲ ହେଉଛି । ଇନ୍ସ୍ଟାଗ୍ରାମରେ ‘ବଚପନ କା ପ୍ୟାର’ ଗୀତଟି ବହୁତ ଚର୍ଚାରେ ରହିଛି ।
ଏହି ଗୀତଟିକୁ ଏକ ଛୋଟ ପିଲାଟି ଗାଇଛି ଓ ବଡ ବଡ ସେଲିବ୍ରେଟି ମାନେ ଏହି ଗୀତର ପ୍ରଶଂସା କରୁଛନ୍ତି । ଏମିତିକି ଛତିଶଗଡ ମୁଖ୍ୟମନ୍ତ୍ରୀ ସେହି ଛୋଟ ପିଲାର ପ୍ରଶଂସା କରିଛନ୍ତି । ଇନ୍ସ୍ଟାଗ୍ରାମର ଅଧିକାଂଶ ପୋଷ୍ଟରେ ଏହି ଗୀତର ଝଲକ ଦେଖିବାକୁ ମିଳୁଥିବା ବେଳେ ସମସ୍ତ ସ୍ଥାନରେ ଏହି ଭାଇରାଲ ବୟକୁ ନେଇ ଚର୍ଚା ଚାଲିଛି ।

ସୋସିଆଲ ମିଡିଆର ସମସ୍ତ ଆପ୍ ରେ ଏହି ଗୀତ ବହୁତ ଭାଇରାଲ ହେଉଛି । ହେଲେ ବନ୍ଧୁଗଣ ଭିଡିଓ ପଛରେ ରହିଥିବା ଏହି ଛୋଟ ପିଲାଟି କିଏ ଆପଣ ମାନେ କଣ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଏହି ଭାଇରାଲ ବଏ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭାଇରାଲ ବଏ ବିଷୟରେ ।

‘ବଚପନ କା ପ୍ୟାର’ ଗୀତ ଗାଇ ଚର୍ଚାରେ ରହିଥିବା ଏହି ଛୋଟ ପିଲାଟି ହେଉଛି ଛତିଶଗଡ ସୁକୁମା ଜିଲ୍ଲାର ସହଦେବ ଦିର୍ଡୋ । ସହଦେବ ହେଉଛନ୍ତି ଏକ ସ୍କୁଲ ଛାତ୍ର । ଗତ ଦୁଇ ବର୍ଷ ତଳେ ସହଦେବଙ୍କ ସାର ତାଙ୍କୁ ସ୍କୁଲରେ ଗୀତ ଗାଇବା ପାଇଁ କହିଥିଲେ ଓ ଏହାକୁ ନିଜ ମୋବାଇଲ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ତେବେ ଏହାର ବହୁତ ଦିନ ପରେ ସହଦେବ ଚର୍ଚାରେ ଆସିବାର କାରଣ ହେଉଛି ରାପର ବାଦଶାହ । ବାଦଶାହ ସହଦେବଙ୍କ ସେହି ଗୀତକୁ ଏକ ରିମିକ୍ସ କରି ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଥିଲେ । ଏହାପରେ ବାଦଶାହ ଙ୍କ ସେହି ଗୀତ ଶୁଣିବା ପରେ ସହଦେବ ଚର୍ଚାକୁ ଆସିଯାଇଥିଲେ ।
ତାଙ୍କର ଏହି ପୁରୁଣା ଭିଡିଓଟି ହଠାତ ସବୁଠି ଭାଇରାଲ ଓ ଟ୍ରେଣ୍ଡ ହେବାକୁ ଲାଗିଲା । ଏବେ ରାପର ବାଦଶାହ ସହଦେବଙ୍କୁ ଦେଖା କରିବା ପାଇଁ ତାଙ୍କୁ ଚଣ୍ଡିଗଡ ଡକାଇଥିବା ବେଳେ ଛତିଶଗଡ ମୁଖ୍ୟମନ୍ତ୍ରୀ ସହଦେବଙ୍କୁ ଦେଖା କରିଛନ୍ତି । ଛତିଶଗଡ ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସହଦେବଙ୍କ ଏହି ଗୀତକୁ ଅପଲୋଡ କରିଛନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସହଦେବଙ୍କ ଏହି ଗୀତ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆମର ପୋସ୍ଟ ଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରିବେ, ଧନ୍ୟବାଦ ।

