Ollywood ଅଭିନେତ୍ରୀ Chandita Padhi ଙ୍କ ଲାଇଫ ଷ୍ଟାଇଲ, Family ଓ Biography

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଟିଭି ସିରିଆଲ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଙ୍କୁ ତରଙ୍ଗ ଟିଭି ରେ ପ୍ରସାରିତ ‘ତାରା ତାରିଣୀ’ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ମାତ୍ରାରେ ପସନ୍ଦ ମଧ୍ୟ କରନ୍ତି । ଏହି ଅଭିନେତ୍ରୀ ନିଜର ଅଭିନୟ ପ୍ରଦର୍ଶନ ଜରିଆରେ ଦର୍ଶକ ମାନଙ୍କ ମନରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ଏବଂ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି ।

ସେ ନିଜର ଅଭିନୟ ର ଯାଦୁ ରେ ସମସ୍ତ ଦର୍ଶକ ଙ୍କୁ ବାନ୍ଧି ରଖିଛନ୍ତି । ତାରା ତାରିଣୀ ଧାରାବାହିକ ରେ ଅଭିନୟ କରିବା ପୂର୍ବରୁ ଏହି ଅଭିନେତ୍ରୀ ଅନେକ ଧାରାବାହିକ ରେ ଅଭିନୟ କରି ଆସିଛନ୍ତି । ‘ତୋ ଅଗଣା ର ତୁଳସୀ ମୁଁ’ ଧାରାବାହିକ ରେ ମଧ୍ୟ ଏହି ଅଭିନେତ୍ରୀ ଖଳନାୟିକା ଚରିତ୍ର ରେ ଅଭିନୟ କରିଥିଲେ ।

ତେବେ ଆପଣ ମାନେ ଛନ୍ଦିତା ଙ୍କୁ ପରଦା ରେ ତ ଦେଖିଛନ୍ତି । କିନ୍ତୁ କଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଜାଣିଛନ୍ତି କି? ଆଜି ଆମେ ଆପଣ ମାନଙ୍କୁ ସେହି ସମ୍ବନ୍ଧରେ କହିବୁ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

ବନ୍ଧୁଗଣ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କ ବାପା ଜଣେ ସ୍କୁଲ ଏମ୍ପ୍ଲଏ ଅଟନ୍ତି ଏବଂ ତାଙ୍କ ମାଆ ଗୃହିଣୀ ଅଟନ୍ତି । ଭାଇ ଭଉଣୀ ଚାରି ଜଣକ ଭିତରେ ଛନ୍ଦିତା ଙ୍କ ସ୍ଥାନ ଦ୍ଵିତୀୟ ଅଟେ । ତାଙ୍କ ବଡ଼ ଭଉଣୀ ବିବାହ କରିସାରିଛନ୍ତି ଏବଂ ଭାଇ ଚାକିରୀ ରେ ନିଯୁକ୍ତ ଅଛନ୍ତି । ଛନ୍ଦିତା ନିଜ ବାପା ଙ୍କୁ ବହୁତ ଭଲ ପାଆନ୍ତି । ବ୍ୟକ୍ତିଗତ ଜୀବନରେ ସେ ବହୁତ ସ୍ପଷ୍ଟବାଦୀ ଅଟନ୍ତି । ଛନ୍ଦିତା ସମ୍ପୁର୍ଣ୍ଣ ରୂପରେ ସାକାହାରୀ ଅଟନ୍ତି ।

ରିଅଲ ଲାଇଫ ରେ ସେ ଅଭିନେତା ତୁଷାର ଙ୍କୁ ଭଲ ପାଉଥିଲେ ଏବଂ ୬ ବର୍ଷ ଧରି ରିଲେସନ ରେ ମଧ୍ୟ ଥିଲେ । କିନ୍ତୁ ବର୍ତ୍ତମାନ ସେ ଅଲଗା ହୋଇଯାଇଛନ୍ତି । କାରଣ ତୁଷାର ଅନ୍ୟ କାହାକୁ ପସନ୍ଦ କରୁଥିଲେ । ଛନ୍ଦିତା ଙ୍କ ଭୁବନେଶ୍ୱର ରେ ଗୋଟିଏ ଫ୍ଲାଟ ଅଛି ଏବଂ ସେଠାରେ ସେ ନିଜ ପରିବାର ସହିତ ରହୁଛନ୍ତି । ଏହା ବ୍ୟତୀତ ତାଙ୍କର ଦୁଇଟି କାର୍ ମଧ୍ୟ ଅଛି । ଅବସର ସମୟରେ ସେ ରୋଷେଇ କରିବାକୁ ଖୁବ ପସନ୍ଦ କରନ୍ତି ।

ପୂର୍ବ ଦୁଇ ବର୍ଷ ସେ ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରୀ ରେ ମଧ୍ୟ ଅଭିନୟ କରିଥିଲେ ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ, ସମୟ ହେଲେ ସେ ପୁଣିଥରେ ଓଡ଼ିଆ ଯାତ୍ରା ଇଣ୍ଡଷ୍ଟ୍ରୀ ରେ ଅଭିନୟ କରିବେ । ତେବେ ଆପଣ ମାନଙ୍କୁ ଅଭିନେତ୍ରୀ ଛନ୍ଦିତା ପାଢ଼ୀ ଙ୍କ ଅଭିନୟ କିପରି ଲାଗେ ଆମକୁ ନିଶ୍ଚିତ ଭାବରେ ଜଣାଇବେ ।

Leave a Reply

Your email address will not be published. Required fields are marked *