ଚାଣକ୍ୟଙ୍କ ନୀତି ଅନୁସାରେ ଏହି ଲୋକମାନଙ୍କ ପାଖରେ କେବେବି ରୁହନ୍ତି ନାହିଁ ଲକ୍ଷ୍ମୀ

ଚାଣକ୍ୟ ତାଙ୍କ ନୀତିରେ ବହୁତ୍ ଉପଦେଶ ମାନ ଦେଇଛନ୍ତି ଯାହାକୁ ଆମେ ଯଦି ଜୀବନରେ ଆପଣାଇବା ତେବେ ବହୁତ୍ ଜଲ୍ଦୀ ଜୀବନରେ ସଫଳତା ହାସଲ କରିବା । ତାଙ୍କ ନୀତି ବହୁତ ପ୍ରାଚୀନ କାଳର ହେଲେ ଏହା ଆଜି ମଧ୍ୟ ମନୁଷ୍ୟ ନିଜ ଜୀବନ ଶୈଳୀରେ ଉପଯୋଗ କରୁଛି । ଆମେ ଆଜି ଆପଣଙ୍କୁ ଏପରି ଲୋକଙ୍କ ବିଷୟରେ ଜଣାଇବୁ ଯିଏକି ତାଙ୍କ ଜୀବନ କାଳ ଭିତରେ କେବେ ବି ଧନବାନ ହୋଇପାରନ୍ତି ନାହିଁ ।

୧: ଚାଣକ୍ୟଙ୍କ କହିବା ଅନୁସାରେ ଯେଉଁ ଲୋକମାନେ ନିଜେ ଅପରିଷ୍କାର ରହିବା ସହ ନିଜ ଆଖପାଖରେ ଥିବା ପରିବେଶର ସୁରକ୍ଷା ନିଅନ୍ତି ନାହିଁ ତାଙ୍କୁ କେବେବି ଲକ୍ଷ୍ମୀଙ୍କ କୃପା ମିଳେନାହିଁ । ଚାଣକ୍ୟ ମଧ୍ୟ କହିଛନ୍ତି କି ସେପରି ଲୋକଙ୍କୁ କେବେ ବି କରଜ ଦେବା କଥା ନୁହେଁ କାରଣ ଏମାନେ କେବେ ବି ସୁଜି ପାରିବେ ନାହିଁ ।

ଚାଣକ୍ୟଙ୍କ ଅନୁସାରେ ଯେଉଁ ଲୋକମାନେ ପରିଷ୍କାର ପରିଚ୍ଛନ୍ନତା ପ୍ରତି ଧ୍ୟାନ ଦେଇଥାନ୍ତି ଓ ଅପରିଷ୍କାର ରହିବା ଦ୍ଵାର ତାଙ୍କର ଅସୁବିଧା ହୋଇଥାଏ ଏବଂ ଯିଏ ପ୍ରତିଦିନ ନିଜ ଦାନ୍ତ ଘସନ୍ତି ତାଙ୍କ ପାଖରେ ଲକ୍ଷ୍ମୀ ବାସ କରନ୍ତି ।

୨: ଚାଣକ୍ୟଙ୍କ ନୀତି ଅନୁସାରେ ଯେଉଁ ବ୍ୟକ୍ତି ସନ୍ଧ୍ୟା ପର୍ଯ୍ୟନ୍ତ ବା ସନ୍ଧ୍ୟା ସମୟରେ ଶୋଇ ରୁହନ୍ତି ସେ କେବେ ତାଙ୍କ ଜୀବନରେ ବଡଲୋକ ହୋଇପାରନ୍ତି ନାହିଁ । ଯେଉଁ ଲୋକ ସୂର୍ଯ୍ୟଦୟ ରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ଶୋଇ ରହେ ତାର ପଇସା ପତ୍ରରେ ବହୁତ୍ ଅଭାବ ଦେଖାଯାଏ ଓ ସେଭଳି ଲୋକ ବିପଦ ସମୟରେ ମଧ୍ୟ ଟଙ୍କା ଯୋଗାଡ଼ କରିପାରେ ନାହିଁ ।

୩: ଚାଣକ୍ୟଙ୍କ କହିବାନୁସାରେ ସମସ୍ତ ବ୍ୟକ୍ତିଙ୍କୁ ମଧୁର ବଚନ କହିବା ଆବଶ୍ୟକ । କାରଣ ଲକ୍ଷ୍ମୀ ତାଙ୍କ ଉପରେ କେବେ ପ୍ରସନ୍ନ ନଥାନ୍ତି ଯେଉଁ ମାନେ କଥା କଥାକେ ଅନ୍ୟକୁ କଟୁ କଥା କହିଥାନ୍ତି । ସେଥି ପାଇଁ ଏହି କଥାକୁ ସବୁବେଳେ ଧ୍ୟାନ ରଖିବାକୁ ପଡ଼ିବ । ଯେପରି କୌଣସି ବ୍ୟକ୍ତିଙ୍କୁ ଆପଣଙ୍କ କହିଥିବା କଥା କଷ୍ଟ ପହଞ୍ଚାଇ ନଥିବା ଦରକାର ।

ଯଦି ଆପଣଙ୍କ କଥା ତାଙ୍କ ମନରେ କଷ୍ଟ ଦିଏ ତେବେ ସେ ଆପଣଙ୍କୁ ମନେମନେ ଗାଳି ଦେଇଥାନ୍ତି ଓ ଦରକାର ପଡିଲେ ଆପଣଙ୍କ ଉପରେ କିଛି ଭୁଲ ପଦକ୍ଷେପ ମଧ୍ୟ ନେଇପାରନ୍ତି । ଲେଖାଟି ଭଲ ଲାଗିଥିଲେ ସେଆର କରିବେ । ଏମିତ ନୂଆ ଲେଖାସବୁ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *