6 ଟଙ୍କାର Carry Bag ପାଇଁ 25 ହଜାର ତଣ୍ଡ…ଯଦି ଆପଣ ବି ଏମିତି କ୍ଯାରିବ୍ୟାଗ ବ୍ୟବହାର କରୁଛନ୍ତି ନିଶ୍ଚୟ ଦେଖନ୍ତୁ…

ବନ୍ଧୁଗଣ, ସୂଚନା ଅନୁଯାୟୀ କଟକ ଦୋଳମୁଣ୍ଡାଇ ସ୍ଥିତ ସପିଙ୍ଗମଲ କୁ ଏହିଭଳି ଦଣ୍ଡିତ କରିଛନ୍ତି ଖାଉଟି ଅଦାଲତ । ଏହି ରାୟରେ ଗ୍ରାହକଙ୍କୁ ୨୫ ହଜାର ଟଙ୍କା ପଇଠ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି । ତେବେ ଆବେଦନକାରୀ ଙ୍କ ମାନସିକ ନିର୍ଯାତନା ନିମନ୍ତେ ଏହି କ୍ଷତିପୂରଣ ଦେବାପାଇଁ ନିର୍ଦ୍ଧେଶ ଦିଆଯାଇଛି । ଦୋଳମୁଣ୍ଡାଇ ଅଞ୍ଚଳର ସପିଙ୍ଗ ମଲରେ ଆବେଦନକାରୀ ଜଣଙ୍କ କିଣାକିଣି କରିବା ପରେ ତାଙ୍କ କ୍ୟାରିବ୍ୟାଗ ନିମନ୍ତେ ୬ ଟଙ୍କା ନିଆଯାଇଥିଲା ।

ମାତ୍ର ସପିଙ୍ଗ ସମୟରେ କ୍ୟାରିବ୍ୟାଗ ନିମନ୍ତେ ତାଙ୍କୁ ଅଧିକ ଟଙ୍କା ଦବାକୁ ହେବ ବୋଲି କୁହାଯାଇ ନଥିଲା । ଏଥିନିମନ୍ତେ ମଲରେ ସୂଚନା ମଧ୍ୟ ଲାଗି ନଥିଲା । ଯାହାର ବିରୋଧ କରି ଲିଗାଲ ନୋଟିସ ପଠାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହାକୁ ନେଇ ସେ ଜିଲ୍ଲା ଖାଉଟି କମିଶନରରେ ମାମଲା ରୁଜୁ କରିଥିଲେ ।

ତେବେ ଅଭିଯୋଗ କାରୀ କହିଛନ୍ତି ଯେ ସେ ଡିସେମ୍ବର ୨୦୨୦ରେ ଦୋଳମୁଣ୍ଡାଇ ସ୍ଥିତ ବଜାର କୋଲକାତାକୁ ଯାଇଥିଲେ । ଏହାପରେ ସେଠାରେ ଏକ ସାର୍ଟ କିଣିଥିଲେ ଯାହା ଥିଲା ୨୪୯ ର । ଏହାପରେ ସେଠାରେ ବ୍ୟକ୍ତି ଙ୍କୁ ପଚରା ଯାଇଥିଲା ଯେ କ୍ୟାରିବ୍ୟାଗ ଦରକାର ? ସେ ହଁ କହିଥିଲେ । ବିଲ ହେଲା ପରେ ସେ ଦେଖୁଛନ୍ତି ଯେ ତାଙ୍କର ଏକ୍ସଟ୍ରା ୬ ଟଙ୍କା ଚାର୍ଜ ଲାଗିଛି । ଏହାକୁ ନେଇ ସେ ପଚାରିବାରୁ ତାଙ୍କୁ କେହି ସଠିକ ଉତ୍ତର ଦେଇ ନଥିଲେ ।

ଏଣୁ ସେ ଲିଗାଲ ନୋଟିସ ପଠାଇଥିଲେ ମାତ୍ର ତାହାର ମଧ୍ୟ କୌଣସି ପ୍ରକାରର ଉତ୍ତର ନ ମିଳିବାରୁ ସେ ବାଧ୍ୟ ହୋଇ ଅଣ୍ଡର ସେକ୍ସନ 35 ଅଫ କଞ୍ଜୁମର ପ୍ରୋଟେକ୍ସନ ଆକ୍ଟରେ ସେ ଫାଇଲ କରିଥିଲେ କୋର୍ଟରେ କେସ । ଏବଂ କୋର୍ଟ ବର୍ତ୍ତମାନ ଜଜମେଣ୍ଟ ଦେଇଛନ୍ତି ବ୍ୟକ୍ତି ଜଣକଙ୍କ ଫେବର ରେ ଯାହା କି 25 ହଜାର ଆୱାର୍ଡ ହୋଇଛି ବ୍ୟକ୍ତି ଜଣକୁ ।

ମାତ୍ର ବିନା କାରଣରେ ଯଦି ଆପଣଙ୍କୁ ଏଭଳି ଟଙ୍କା ଗଣିବାକୁ ହୁଏ, ତେବେ କିଛି ଲୋକ ଯୁକ୍ତି ନ କରି ସେଠାରୁ ଚାଲି ଆସିଥାନ୍ତି । ଏହା ଏକ ଖରାପ ପରିସ୍ଥିତି ଉତ୍ପନ୍ନ କରିଥାଏ । ସାଧାରଣତଃ କୌଣସି ଜିନିଷ କିଣିଲେ ତାହାର ମୂଲ୍ୟ ସେଥିରେ ଲେଖାଯାଇଥାଏ କିନ୍ତୁ କ୍ୟାରିବ୍ୟାଗରେ ସେଭଳି କିଛି ମେସନ ନଥିଲା ଯାହାକି କଞ୍ଜୁମର ଆକ୍ଟ ଅନୁସାରେ ଅନୁଚିତ ଅଟେ । ମାତ୍ର ସମସ୍ତେ ଜାଣିବା ଦରକାର ଆମ ଅଧିକାର କଣ ନଚେତ ଏହିଭଳି ଠକେଇ ର ଶିକାର ହେବେ ଖାଉଟି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *