ଆଗ୍ନେୟଗିରିର କରାଳ ରୂପ, 6 ହଜାର ମାଇଲ ପର୍ଯ୍ୟନ୍ତ ଶୁଭିଲା ପ୍ରଚଣ୍ଡ ଶବ୍ଦ, ପୁରା Video ଦେଖିଲେ ଆପଣ ବି ଡରିଯିବେ

ବନ୍ଧୁଗଣ ଆଗ୍ନେୟଗିରି ଉଦୀଗିରଣ ପରେ ଛାରଖାର ହୋଇଯାଇଛି ଟୁଙ୍ଗା ଦ୍ଵିପ । ବନ୍ଧୁଗଣ ଗତ କିଛି ସମୟ ହେବ ପାଣିପାଗ ବିଭାଗ ପକ୍ଷରୁ ଏହି ବଡ ଖବରଟି ସାମ୍ନାକୁ ଆସିଛି । ଏହି ଖବର ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ପାଣିପାଗ ବିଭାଗ ସୂଚନା ଅନୁସାରେ ଗତ ଦୁଇଦିନ ତଳେ ସମୁଦ୍ର ଭିତରେ ଆଗ୍ନେୟଗିରି ଉଦଗିରଣ ଦେଖା ଦେଇଥିଲା ବିଶ୍ଵର ଅଧିକାଂଶ ଦେଶକୁ ହୋଇଥିଲା ସୁନାମୀ ଆଲର୍ଟ । ପ୍ରଶାନ୍ତ ମହା ସାଗର ତଟରେ ଜାପାନ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ସୁନାମୀ ବିପଦ ଦେଖା ଦେଇଥିଲା । ଆଲାସ୍କା ଠାରୁ ପ୍ରାୟ ୧୦ ହଜାର କିଲୋମିଟର ଦୂରରେ ସମୁଦ୍ର ମଧ୍ୟରେ ଟୁଙ୍ଗା ଠାରେ ଜ୍ଵଳାମୁଖୀ ଆଗ୍ନେୟଗିରି ଉଦଗିରଣ ହୋଇଥିଲା ।

ଆଗ୍ନେୟଗିରି ଉଦଗିରଣ ପରେ ଛାରଖାର ହୋଇଯାଇଛି ଟୁଙ୍ଗା ଦ୍ଵିପ । ଇଣ୍ଟରନେଣ୍ଟ ଓ ଯୋଗାଯୋଗ ବ୍ୟାହାତ ହୋଇଥିବାରୁ କ୍ଷୟ କ୍ଷତିର ଆକଳନ ହୋଇପାରି ନାହିଁ । ଅନ୍ୟ ପକ୍ଷରେ ଜ୍ଵାଳାମୁଖୀ ବିସ୍ପରଣର ତୀବ୍ରତା ଏତେ ଥିଲା ଯେ ୬୦୦୦ ମାଇଲ ଦୂରରେ ଆଲାସ୍କା ଯାଏଁ ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଆଗ୍ନେୟଗିରି ଉଦଗିରଣ ଭୂମିକମ୍ପ ଭଳି କମ୍ପନ ସୃଷ୍ଟି ହୋଇଥିଲା ।

ପ୍ରଶାନ୍ତ ମହାସାଗର ଭିତରେ ହୋଇଥିଲା ଆଗ୍ନେୟଗିରି ଉଦଗିରଣ କିନ୍ତୁ ଏହାର ପ୍ରଚଣ୍ଡ ଶବ୍ଦ ୬୦୦୦ ମାଇଲ ପର୍ଯ୍ୟନ୍ତ ଶୁଭିଥିଲା । ଆମେରିକାର ଆଲାସ୍କା ସ୍ଥିତ ବୈଜ୍ଞାନିକ ମାନେ ଏନେଇ ସ୍ପର୍ଷ୍ଟ କରିଛନ୍ତି । ସକାଳ ସାଢେ ୩ଟାରୁ ୪ଟା ମଧ୍ୟରେ  ଆଙ୍କୋରେକ ଓ ଫେୟାରବ୍ୟାଙ୍କରେ ଶବ୍ଦ ଶୁଭିଥିବା ଜଣା ପଡିଛି । ଆଗ୍ନେୟଗିରି ଉଦଗିରଣ ସୃଷ୍ଟି ହେବା ପରେ ସମୁଦ୍ର ଭିତରେ ଗଭୀର ଚାପ ସୃଷ୍ଟି ହେବା ପରେ ପ୍ରଚଣ୍ଡ ଶବ୍ଦ କରିଥିଲା ।

ଟୁଙ୍ଗା ଦ୍ଵିପରୁ ଆଲାସ୍କା ୬୦୦୦ ମାଇଲ ପର୍ଯ୍ୟନ୍ତ ଶୁଭିଥିଲା । ଜ୍ଵାଳାମୁଖୀ ବିସ୍ପରଣ ପରେ ପ୍ରଶାନ୍ତ ମହାସାଗରର ଜୁଆର ଆସି ନ୍ୟୁଜଲାଣ୍ଡ, ସାନ୍ତାକୃଶ ଓ ଆମେରିକାର କାର୍ଲିଫୋର୍ନିଆର ନଉକା ଗୁଡିକୁ ଭାଙ୍ଗି ଦେଇଥିଲା । ଆମେରିକା ସହିତ ଅନ୍ୟ କେତେକ ଦେଶକୁ ମଧ୍ୟ ବର୍ତ୍ତମାନ ସୁନାମୀ ଆଲର୍ଟ ଜାରି ହୋଇଛି । ବନ୍ଧୁଗଣ ରିସର୍ଚ ଅନୁସାରେ ଭୂମିକମ୍ପ ପରେ ସୁନାମୀର ବିପଦ ରହିଥାଏ କିନ୍ତୁ ଆଗ୍ନେୟଗିରି ଉଦଗିରଣ ପରେ ବର୍ତ୍ତମାନ ଭଳି ପରିସ୍ଥିତି କମ ଦେଖିବାକୁ ମିଳିଛି ।

ଏବେ ପାଉଁଶରେ ପୋତି ହୋଇ ରହିଛି ଟୁଙ୍ଗା ଦ୍ଵିପ । କେତେ କ୍ଷତ କ୍ଷତି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହିଁ । ହେଲେ ରେଡକ୍ରସ ଦ୍ଵାରା ଆକଳନ ହୋଇଛି ପ୍ରାୟ ୮୦ ହଜାର ଲୋକ ଏଥିରେ ପ୍ରଭାବିତ ହୋଇଥିବେ । ଆଗ୍ନେୟଗିରି ଉଦଗିରଣ ପରେ ବିଶାଳ ସମୁଦ୍ରର ଜୁଆର ମାଡି ଆସିଥିଲା ଓ ଟୁଙ୍ଗା ବାସୀ ନିଜ ଜୀବନ ବଞ୍ଚାଇବା ପାଇଁ ଉଚ୍ଚ ସ୍ଥାନକୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *