ସୁଶାନ୍ତ ସିଂହ ରାଜପୁତଙ୍କ କେସରେ CBI ସାମ୍ନାରେ ଅଛି ଏହି ୧୩ଟି ପ୍ରଶ୍ନ, ଯାହା ଦ୍ୱାରା ହେବ ଅସଲ ଦୋଷୀର ଖେଳ ଶେଷ

ବର୍ତ୍ତମାନ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ କରିବେ ସିବିଆଇର ଫରେନସିକ ଟିମ । ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, କଣ ସିବିଆଇର ଫରେନସିକ ଟିମ ସୁଶାନ୍ତଙ୍କ ଘରୁ କିଛି ଖାସ ପ୍ରମାଣ ସଂଗ୍ରହ କରିପାରିବେ । କାରଣ ଖବର ଅନୁସାରେ ଏହା ମିଳିଥିଲା ଯେ, ସୁଶାନ୍ତଙ୍କ ଘରକୁ ସଂପୂର୍ଣ୍ଣ ରୂପେ ପେଣ୍ଟ କରାଯାଇଥିଲା । ଯାହା ଫଳରେ ସମସ୍ତ ଫିଙ୍ଗରପ୍ରିଣ୍ଟ ନଷ୍ଟ ହୋଇଯିବ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ସୁଶାନ୍ତ ସିଂହ ରାଜପୁତ ଏକ ଲୋକପ୍ରିୟ ଅଭିନେତା ଥିଲେ । ସୁଶାନ୍ତ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ସଫଳତାକୁ ହାସିଲ କରିଥିଲେ । ହେଲେ ସୁଶାନ୍ତ ସିଂହ ରାଜପୁତଙ୍କୁ ମୃତ୍ୟୁ ୧୪ ଜୁନ ୨୦୨୦ରେ ହୋଇଥିଲା । ଏହି ଖବର ବିଷୟରେ ଶୁଣି ସମସ୍ତ ଭାରତବାସି ଦୁଃଖ ଅନୁଭବ କରିଥିଲେ । ଏହାପରେ ସୁଶାନ୍ତ ସିଂହ ରାଜପୁତଙ୍କ କେସର ତଦନ୍ତ କରିଥିଲେ ମୁମ୍ବାଇ ପୋଲିସ ।

ଖବର ଅନୁସାରେ ଜଣା ପଡିଛି ଯେ, ମୁମ୍ବାଇ ପୋଲିସ ଏହି କେସକୁ ପ୍ରଥମରୁ ବନ୍ଦ କରିବା ପାଇଁ ଚେଷ୍ଟା କରିଥିଲେ । ହେଲେ ସୁଶାନ୍ତଙ୍କ ପରିବାର ଲୋକ ଓ ଫ୍ୟାନ୍ସ ମାନେ ସୁଶାନ୍ତଙ୍କ ମୃତ୍ୟୁକୁ ଆତ୍ମହତ୍ୟା ମାନି ନଥିଲେ । ସମସ୍ତଙ୍କ ମନରେ କେବଳ ଗୋଟିଏ କଥା ଥିଲା ଯେ ସୁଶାନ୍ତଙ୍କ ହତ୍ୟା କରା ଯାଇଛି । ସୁଶାନ୍ତଙ୍କ କେସକୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବଡ ବଡ ଖୁଲସା ସାମ୍ନାକୁ ଆସିଛି । ହେଲେ ବର୍ତ୍ତମାନ ପରଠାରୁ ଏହି କେସର ତଦନ୍ତ ସିବିଆଇ କରିବାକୁ ଯାଉଛି ।

ସର୍ବ ପ୍ରଥମେ ସୁଶାନ୍ତଙ୍କ ଘରେ ଥିବା ସମସ୍ତ ଜିନିଷ ସିବିଆଇ ପାଇଁ ବହୁତ ଜରୁରୀ ହେବ । ବର୍ତ୍ତମାନ ପ୍ରଶ୍ନ ଏହା ଉଠିଛି ଯେ, କଣ ସିବିଆଇ ସେହି ଫରେସନିକ ପ୍ରମାଣ ତଥ୍ୟକୁ ଜବତ କରିପାରିବ ଯାହାର ସବୁଠାରୁ ଅଧିକ ଆବଶ୍ୟକତା ଅଛି । ଏହା ସହିତ ସୁଶାନ୍ତଙ୍କ ଚାକର, ପରିବାର ଲୋକ ଏବଂ ସୁଶାନ୍ତଙ୍କ ସାଙ୍ଗ ମାନଙ୍କୁ ମଧ୍ୟ ସିବିଆଇ ପଚରା ଉଚରା କରିବ । ସୁଶାନ୍ତଙ୍କ ମୃତ୍ୟୁ ପଛରେ କେତେକ ପ୍ରଶ୍ନ ରହିଛି, ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ସମସ୍ତ ପ୍ରଶ୍ନ ବିଷୟରେ ।

୧. ସୁଶାନ୍ତଙ୍କ ମୃତ୍ୟୁ ଆତ୍ମହତ୍ୟା ନା ହତ୍ୟା ?

୨. ଆତ୍ମହତ୍ୟା ଯଦି କାରଣ କଣ ?

୩. ଯଦି ହତ୍ୟା ହେଇଛି ତା ହେଲେ ହତ୍ୟାର କାରଣ ?

୪. ସୁଶାନ୍ତଙ୍କ ମୃତ୍ୟୁରେ ରିୟାଙ୍କର ଭୂମିକା କଣ ?

୫. ସୁଶାନ୍ତଙ୍କ ମୃତ୍ୟୁରେ ଫିଲ୍ମ ଷ୍ଟାର ମାନଙ୍କ ଭୂମିକା କଣ ?

୬. କଣ ସୁଶାନ୍ତଙ୍କ ସମ୍ପତି ବା ଟଙ୍କାକୁ ଚୋରୀ କରାଯାଇଛି ?

୭. ଦିଶା ଓ ସୁଶାନ୍ତଙ୍କ ମଧ୍ୟରେ କଣ ସମ୍ପର୍କ ଥିଲା ?

୮. ଏହି କେସରେ ସୁଶାନ୍ତଙ୍କ ଷ୍ଟାଫ ମାନଙ୍କ ଭୂମିକା କଣ ?

୯. ସୁଶାନ୍ତଙ୍କ ରୋଗର କଣ ସତ ଅଛି ?

୧୦. ସୁଶାନ୍ତଙ୍କ ପୋଷ୍ଟମଟମର ରିପୋର୍ଟ କେତେ ସତ ଅଛି ?

୧୧. ସାକ୍ଷ୍ୟ ପ୍ରମାଣଙ୍କର ବୟାନରେ କେତେ ସତ ରହିଛି ?

୧୨. ୮ ଜୁନରେ ରିୟା ଓ ସୁଶାନ୍ତଙ୍କ ମଧ୍ୟରେ କଣ ହୋଇଥିଲା ?

୧୩. ୧୩ ଓ ୧୪ ଜୁନର କାହାଣୀ କଣ ?

ବନ୍ଧୁଗଣ ଏହି ସମସ୍ତ ପ୍ରଶ୍ନ ବର୍ତ୍ତମାନ CBI ପାଖରେ ଅଛି ଓ CBIଏହି ସମସ୍ତ ପ୍ରଶ୍ନର ଉତ୍ତର ଖୋଜିବା ଆରମ୍ଭ କରିଛି । ଯଦି ଏହି ସମସ୍ତ ପ୍ରଶ୍ନର ଉତ୍ତର ଶୀଘ୍ର ମିଳିଯିବ ତା ହେଲେ ଏହି କେସ ମଧ୍ୟ ବହୁତ ଶୀଘ୍ର ସମାଧାନ ହୋଇଯିବ ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *