Bollywood ର 5 ଜଣ Actress ଯେଉଁମାନେ Bollywood Hero ଙ୍କ ସହ ଚଲାଇଲେ ଅଫେୟର, କିନ୍ତୁ ଅରବପତି ବିଜିନେସ ମ୍ୟାନଙ୍କୁ କଲେ ବିବାହ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଅଧିକାଂଶ ଦେଖିଥିବେ ଯେ, ବଲିଉଡ ଅଭିନେତ୍ରୀ ମାନେ ଇଣ୍ଡଷ୍ଟ୍ରୀ ର ଅଭିନେତା ମାନଙ୍କୁ ହିଁ ନିଜ ଜୀବନସାଥୀ ରୂପରେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି। କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଏଭଳି ଅଭିନେତ୍ରୀ ଅଛନ୍ତି ଯେଉଁମାନେ କୌଣସି ଅଭିନେତା ନୁହେଁ ବରଂ ଅନ୍ୟ ଙ୍କୁ ବିବାହ କରିଛନ୍ତି। ସେମାନଙ୍କ ମଧ୍ୟରୁ ଏହି ଅଭିନେତ୍ରୀ ମାନଙ୍କୁ ନିଜର ଭଲ ପାଇବା ମିଳିଥିଲା। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ କହିବୁ। ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ଆୟେସା ଟାକିଆ- ବନ୍ଧୁଗଣ ଏହି ଲିଷ୍ଟ ରେ ପ୍ରଥମେ ଅଭିନେତ୍ରୀ ‘ଆୟେସା ଟାକିଆ’ ଙ୍କ ନାମ ସାମିଲ ରହିଛି। ଏହି ଅଭିନେତ୍ରୀ ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅନେକ ଫିଲ୍ମ ରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛନ୍ତି। କିନ୍ତୁ ଯେବେ ସେ ଇଣ୍ଡଷ୍ଟ୍ରୀ ର ଶୀର୍ଷ ସ୍ଥାନରେ ଥିଲେ ସେତେବେଳେ ସେ ବିଜନେସ ମ୍ୟାନ ଫରାନ ଆଜମି ଙ୍କୁ ବିବାହ କରିଥିଲେ। ବିବାହ ପରେ ଏହି ଅଭିନେତ୍ରୀ ନିଜର ଲିପ୍ସ ସର୍ଜରୀ କୁ ନେଇ ଚର୍ଚ୍ଚା ର ଶିକାର ହୋଇଥିଲେ।

୨. ରବିନା ଟଣ୍ଡନ- ବନ୍ଧୁଗଣ ଏହି ଲିଷ୍ଟ ରେ ଦ୍ଵିତୀୟ ରେ ଅଭିନେତ୍ରୀ ‘ରବିନା ଟଣ୍ଡନ’ ଙ୍କ ନାମ ସାମିଲ ରହିଛି।ନିଜର ଅଭିନୟ ମାଧ୍ୟମରେ ଏହି ଅଭିନେତ୍ରୀ ସମସ୍ତ ଦର୍ଶକ ଙ୍କ ମନ କୁ ମୋହିତ କରିଛନ୍ତି। ଏହି ଅଭିନେତ୍ରୀ ବଲିଉଡ ଅଭିନେତା ଅକ୍ଷୟ କୁମାର ଙ୍କ ସହ ବହୁତ ଦିନ ଧରି ରିଲେସନ ରେ ଥିଲେ। କିନ୍ତୁ ତାଙ୍କୁ ନିଜର ସତ ଭଲ ପାଇବା ଫିଲ୍ମ ଦିଷ୍ଟ୍ରବ୍ୟୁଟର ଅନୀଲ ଥଡାନି ଙ୍କ ଠାରେ ମିଳିଥିଲା। ଉଭୟ ୨୦୦୪ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ।

୩. ଇସା ଦେୱଲ- ବନ୍ଧୁଗଣ ଏହି ଲିଷ୍ଟ ରେ ତୃତୀୟ ସ୍ଥାନରେ ଅଭିନେତ୍ରୀ ‘ଇସା ଦେୱଲ’ ଙ୍କ ନାମ ସାମିଲ ରହିଛି।ଏହି ଅଭିନେତ୍ରୀ ବଲିଉଡ ର ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି। ଏହି ଅଭିନେତ୍ରୀ ନିଜର ସତ ଭଲ ପାଇବା କୌଣସି ବଲିଉଡ ଅଭିନେତା ଙ୍କ ଠାରେ ନୁହେଁ ବରଂ ବିଜନେସ ମ୍ୟାନ ‘ଭରତ ତଖଟାନି’ ଙ୍କ ଠାରେ ମିଳିଥିଲା ଏବଂ ଉଭୟ ୨୦୧୨ ମସିହାରେ ପରସ୍ପର ଙ୍କୁ ବିବାହ କରିଥିଲେ।

୪. ଶିଳ୍ପା ସେଟ୍ଟୀ- ବନ୍ଧୁଗଣ ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଭିନେତ୍ରୀ ‘ଶିଳ୍ପା ସେଟ୍ଟୀ’ ଙ୍କ ନାମ ସାମିଲ ରହିଛି।ବଲିଉଡ ଇଣ୍ଡଷ୍ଟ୍ରୀ ର ଫିଟନେସ କୁଇନ ଶିଳ୍ପା ସେଟ୍ଟୀ ବିଜନେସ ମ୍ୟାନ ରାଜ କୁନ୍ଦ୍ରା ଙ୍କୁ ୨୨ ନଭେମ୍ବର ୨୦୦୯ ମସିହାରେ ବିବାହ କରିଥିଲେ। ଏହି ଯୋଡ଼ି ଆଇ.ପି.ଏଲ ଟିମ ରାଜସ୍ଥାନ ରୟଲସ କୁ କିଣିଛନ୍ତି।

୫. ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଭିନେତ୍ରୀ ‘ମାଧୁରୀ ଦୀକ୍ଷିତ’ ଙ୍କ ନାମ ସାମିଲ ରହିଛି। ବଲିଉଡ ଇଣ୍ଡଷ୍ଟ୍ରୀ ର ଡ୍ୟାନିଙ୍ଗ କୁଇନ ତଥା ଏକ୍ସପ୍ରେସନ କୁଇନ ଭାବେ ପରିଚିତ ଏହି ଅଭିନେତ୍ରୀ ଙ୍କ ନାମ ଅଭିନେତା ସଂଜୟ ଦତ୍ତ ଙ୍କ ସହିତ ଯୋଡ଼ା ହୋଇଥିଲା। କିନ୍ତୁ ପରେ ମାଧୁରୀ ଦୀକ୍ଷିତ ଆମେରିକା ର ଡାକ୍ତର ଶ୍ରୀରାମ ମାଧବ ନେନେ ଙ୍କୁ ବିବାହ କରିବାର ନିଷ୍ପତ୍ତି ନେଇଥିଲେ, ତାଙ୍କର ଅନେକ ଫ୍ୟାନ୍ସ ଙ୍କ ହୃଦୟ ଭାଙ୍ଗି ଯାଇଥିଲା।ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଡା. ନେନେ ଙ୍କୁ ୧୯୯୯ ମସିହାରେ ବିବାହ କରିଥିଲେ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *