Budget 2022-2023 ! ଦେଖନ୍ତୁ କେଉଁ ଜିନିଷ ହେଲା ଶସ୍ତା ଓ କଣ ହେଲା କଣ ମହଙ୍ଗା ?

ବନ୍ଧୁଗଣ ଆଜି ହେଉଛି ଫେବୃୟାରି ୧ ତାରିଖ ଓ ଆଜି ଠାରୁ ହେବାକୁ ଯାଉଛି ବଡ ପରିବର୍ତ୍ତନ । ବଦଳିବାକୁ ଯାଉଛି ଅନେକ ବଡ ନିୟମ ଯାହାଫଳରେ ଆପଣଙ୍କ ପକେଟ ଉପରେ ପଡିବ ସିଧା ପ୍ରଭାବ । ତେବେ ବନ୍ଧୁଗଣ ଆଜି ଠାରୁ ବଦଳିବାକୁ ଯାଉଛି ଅନେକ ନିୟମ । ତେବେ କଣ ଶସ୍ତା ହେବ କଣ ମହଙ୍ଗା ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଂସଦରେ ବଜେଟ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ଶୀତାରମନ । ଏଥିରେ ଡାଇରେକ୍ଟ ଓ ଇନଡାଇରେକ୍ଟ ଟ୍ୟାକ୍ସ ନିୟମରେ ବିଶେଷ ପରିବର୍ତ୍ତନ ହୋଇଛି । ବଜେଟ ଅନୁସାରେ କୃଷିଜାତ ଦ୍ରବ୍ୟ ଶସ୍ତା ହେବାକୁ ଯାଉଛି । ବଜେଟରେ କଟା ଓ ପଲିସ ହୋଇଥିବା ହୀରା ଉପରେ କଷ୍ଟମ ଡ୍ଯୁଟି କରାଯାଇଛି । ପଲିସ ହୀରା ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ ପାଇଛି ।

ବିଦେଶୀ ଛତା କିଣିବା ମହଙ୍ଗା ହେବ । ଛତା ଉପରେ କଷ୍ଟମ ଡ୍ଯୁଟି ବୃଦ୍ଧି କରିବାକୁ ଘୋଷଣା ହୋଇଛି । ମଦ, ଖାଇବା ତେଲ, ଏଲଇଡି ଲାଇଟ ମହଙ୍ଗା । ମୋବାଇଲ ଫୋନ ଚାର୍ଜର, ଟ୍ରାନ୍ସଫର୍ମର ଏବଂ ଲେନ୍ସ ଉପରେ ଆମଦାନୀ ଶୁଳ୍କ ହ୍ରାସ ହୋଇଛି । ଘରୋଇ ମୋବାଇଲ ଫୋନ ଚାର୍ଜର ଶସ୍ତା ହୋଇଛି । କିଛି ରାସାୟନିକ ପଦାର୍ଥ ଉପରେ କଷ୍ଟମ ଡ୍ଯୁଟି ହ୍ରାସ କରିବାକୁ ପ୍ରସ୍ତାବ ଦିଆଯାଇଛି ଓ ଏଥି ମଧ୍ୟରେ ରହିଛି ମେଥାନେଲ ।


ଆଉ ଏକ ବର୍ଷ ବଢିଲା ଇସ୍ପାତ ସ୍କ୍ରାପ ଉପରେ କଷ୍ଟମ ଡ୍ଯୁଟି ଛାଡ । ଶସ୍ତା ହେଲା ଚମଡା ସାମଗ୍ରୀ । କପଡା ଶସ୍ତା ହୋଇଛି । ବିଦେଶରୁ ଆସୁଥିବା ମେସିନ ଗୁଡିକ ମଧ୍ୟ ଶସ୍ତା ହୋଇଛି । ବନ୍ଧୁଗଣ କୃଷି ଉପକରଣ ଶସ୍ତା ହୋଇଛି । ମୋବାଇଲ ଫୋନ ଚାର୍ଜର ମଧ୍ୟ ଶସ୍ତା ହୋଇଛି । ହୀରା ଓ ଗହଣା ଆଦି ଶସ୍ତା ହୋଇଛି । ପଲିସ ହୀରା ଉପରେ ଆମଦାନୀ ଶୁଳ୍କ ୫ ପ୍ରତିଶତ ହ୍ରାସ ପାଇଛି ।

ତେବେ ବନ୍ଧୁଗଣ ଏଭଳି ଭାବରେ କିଛି ଜିନିଷ ଶସ୍ତା ଓ କିଛି ଜିନିଷ ମହଙ୍ଗା ହୋଇଛି । ହେଲେ ଘରୋଇ ଗ୍ୟାସର ଦର ବୃଦ୍ଧି ପାଇଛି ନା ନାହିଁ ତାର କୌଣସି ସୂଚନା ମିଳିନାହିଁ । ତେବେ ଆପଣ ମାନଙ୍କୁ ଏହି ଖବରଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *