ବନ୍ଧୁଗଣ ନମସ୍କାର, ବନ୍ଧୁଗଣ କୋରନା ମହାମାରୀ ର ଦ୍ଵିତୀୟ ଲହର ର ତୀବ୍ରତା ରାଜ୍ୟରେ ଧୀରେ ଧୀରେ କମିବାରେ ଲାଗିଛି । ଏଥିପାଇଁ ରାଜ୍ୟ ରେ ଲାଗୁ ହୋଇଥିବା କଟକଣା କୁ ମଧ୍ୟ ସରକାର କୋହଳ କରିଥିଲେ ।
କୋରନା ର ପ୍ରଭାବ କମିବା ପରେ ବର୍ତ୍ତମାନ ଆଗକୁ ଆସୁଥିବା ସମସ୍ତ ପାର୍ବଣ ନିମନ୍ତେ ମଧ୍ୟ ସରକାର ନିଜର ନୂତନ ଗାଇଡ଼ଲାଇନ ଜାରି କରିଛନ୍ତି । ତେବେ ଆଗକୁ ଆସୁଛି ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା ଏବଂ କାଳୀ ପୂଜା । ପୂର୍ବରୁ କୋରନା ମହାମାରୀ ର ପ୍ରଭାବ ରୁ ପୂଜା କାର୍ଯ୍ୟକ୍ରମ ରେ କଡ଼ା କଟକଣା ଜାରି ହୋଇଥିଲା ।
କିନ୍ତୁ ବର୍ତ୍ତମାନ ଏହି କଟକଣା କୁ ଅଳ୍ପ ପରିମାଣ ରେ କୋହଳ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପୂଜା ପାର୍ବଣ ନିମନ୍ତେ ନୂତନ ଗାଇଡ଼ଲାଇନ ଜାରି କରିଛନ୍ତି । କଟକଣା କୋହଳ ହେବା ସହିତ ପୂଜା କରିବା ନିମନ୍ତେ କମିଟି କୁ ଅନୁମତି ମିଳିଛି । ପୂଜା ପାଇଁ ପ୍ରଶାସନ ର ଅନୁମତି ମିଳିବା ଜରୁରୀ ତଥା ବାଧ୍ୟତାମୂଳକ ଅଟେ । ସମସ୍ତ ଜିଲ୍ଲା ରେ ଜିଲ୍ଲାପାଳ ଏବଂ ଟୁଇନ ସିଟି ରେ ସିପି ଙ୍କ ଅନୁମତି ଆବଶ୍ୟକ ।
ଜାରି ହୋଇଥିବା ଏହି ଗାଇଡ଼ଲାଇନ କେବଳ ପରମ୍ପରା ରକ୍ଷା କରିବା ନିମନ୍ତେ କରାଯାଇଛି । ନିରାଡ଼ମ୍ବର ଭାବରେ ପୂଜା କରାଯିବ । ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ମଣ୍ଡପ ରେ ସାଜସଜ୍ଜା କରିବା ମନା କରାଯାଇଛି ଏବଂ ଶ୍ରଦ୍ଧାଳୁ ମଧ୍ୟ ମୂର୍ତ୍ତି ଦେଖିବା ନିମନ୍ତେ ମଣ୍ଡପ କୁ ଆସି ପାରିବେ ନାହିଁ । ପୂଜା ମଣ୍ଡପ ତିନି ପାଖରୁ ବନ୍ଦ କରାଯିବ ।
କେବଳ ଗୋଟିଏ ପାର୍ଶ୍ୱ ଅଳ୍ପ ଖୋଲା ରହିବ । ମଣ୍ଡପ ରେ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ରୁ କମ ରହିବ । ପୂଜା ମଣ୍ଡପ ରେ ଗୋଟିଏ ସମୟ ରେ ପୂଜକ, ଆୟୋଜକ ଓ କର୍ତ୍ତା ଙ୍କୁ ମିଶାଇ ସର୍ବମୋଟ ୭ ଜଣ ହିଁ ରହି ପାରିବେ । ପୂଜା ପରେ ବିସର୍ଜନ କାର୍ଯ୍ୟକ୍ରମ ରେ ଅସ୍ଥାୟୀ ପୋଖରୀ ଇ ମୂର୍ତ୍ତି ବିସର୍ଜନ ହେବ ଏବଂ ଶୋଭାଯାତ୍ରା କୁ ମଧ୍ୟ ନିଷେଧ କରାଯାଇଛି ।
ମେଲୋଡ଼ି, ଭଜନ ଭଳି କୌଣସି କାର୍ଯ୍ୟକ୍ରମ ହେବ ନାହିଁ । ପୂଜା ରେ ଭୋଜି ଭାତ ହେବାକୁ ମଧ୍ୟ ମନା କରାଯାଇଛି । ତେବେ ଏହି ସମସ୍ତ ଗାଇଡଲାଇନ ଯଦି କୌଣସି କମିଟି ଉ-ଲ୍ଲଂ-ଘ-କରିବେ ତେବେ ସେମାନଙ୍କ ପାଇଁ ଦୃ-ଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।