ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର କିଛି ସମୟ ପୂର୍ବରୁ ସ୍କୁଲ ଖୋଲିବାକୁ ନେଇ ମହତ୍ଵପୂର୍ଣ ଘୋଷଣା କରିଛନ୍ତି । କହିଦେଉଛୁ କି ହାଇକୋର୍ଟର ନିର୍ଦ୍ଦେଶ ଆସିବା ପରେ ରାଜ୍ୟ ସରକାର ସ୍କୁଲ ଖୋଲିବାକୁ ନେଇ ବିଚାର ବିମର୍ଶ କରି ଗୁରୁତ୍ଵପୂର୍ଣ ନିଷ୍ପତି ସବୁ ନେଇଛନ୍ତି । ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ କି ଦୁଇ ବର୍ଷ ହେବ ରାଜ୍ୟରେ ସ୍କୁଲ ଓ କଲେଜ ବନ୍ଦ ରହିବା କାରଣରୁ ପିଲାମାନଙ୍କ ଶିକ୍ଷାଦାନରେ ବାଧା ଆସିଛି ।

ତିନୋଟି ଲହରୀ କାରଣରୁ ପିଲାମାନେ ସ୍କୁଲ ଯାଇ ପାରୁ ନାହାନ୍ତି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀର ପିଲମାନେ ପାଖାପାଖି ଦୁଇ ବର୍ଷ ହେବ ସ୍କୁଲ ଯାଇ ପାରି ନାହାନ୍ତି । ଅନ୍ୟ ପଟେ ତୃତୀୟ ଲହରୀ କାରଣରୁ ଗତ ଏକ ମାସ ସମସ୍ତ ଶିକ୍ଷା ଅନୁଷ୍ଠାନ ଗୁଡିକ ବନ୍ଦ କରି ଦିଆ ଯାଇ ଥିଲା । ଏହି ସବୁକୁ ଆଖି ଆଗରେ ରଖି ରାଜ୍ୟର ସମସ୍ତ ଜନତାଙ୍କ ଓ ପିଲାମାନଙ୍କ ସ୍ୱାସ୍ଥ୍ୟକୁ ବି ଆଖି ଆଗରେ ରଖି ସମସ୍ତ ଶିକ୍ଷା ଅନୁଷ୍ଠାନକୁ ବନ୍ଦ କରାଯାଇ ଥିଲା ।
କିନ୍ତୁ ଏକ ମାସ ମଧ୍ୟରେ ଜଣା ପଡିଛି କି ତୃତୀୟ ଲହରୀ ଅନ୍ୟ ଦୁଇଟି ଲହରୀ ଅପେକ୍ଷା ହସ୍ପିଟାଲାଇଜ ବହୁତ କମ ହେଉଛି ଓ ଧୀରେ ଧୀରେ ସଂକ୍ରମଣ ମଧ୍ୟ କମି ଆସିଛି ଏବଂ ନିୟନ୍ତ୍ରଣକୁ ବି ଆସିଯାଇଛି । ଆପଣ ସମସ୍ତେ ଜାଣିଛନ୍ତି କି ବିଭିନ୍ନ ମହଲରୁ ସ୍କୁଲ ଓ କଲେଜ ଖୋଲିବା ପାଇଁ ଦାବି କରାଯାଉ ଥିଲା ।
ଏମିତିରେ ସବୁ ଦିଗକୁ ଦ୍ରୁଷ୍ଟିରେ ରଖି ରାଜ୍ୟ ସରକାର କିଛି ଗୁରୁତ୍ଵପୂର୍ଣ ନିଷ୍ପତି ନେଇଛନ୍ତି । ଫେବ୍ରୁଆରି ୭ ତାରିଖରୁ ଅର୍ଥାତ ଆସନ୍ତା ସୋମବାର ଦିନ ଠାରୁ ଅଷ୍ଟମ ଶ୍ରେଣୀ ଠାରୁ ଉର୍ଦ୍ଧ ସବୁ କ୍ଳାସ ଗୁଡିକ ଖୋଲିବ । ଏଥିରେ କଲେଜ, ୟୁନିଭର୍ସିଟି, ଟେକନିକାଲ ଓ ଅନ୍ୟ ସମସ୍ତ ସଂସ୍ଥା ଗୁଡିକ ସାମିଲ ଅଛନ୍ତି । ଏହା ସହିତ ୭ ତାରିଖରୁ ସବୁ ହଷ୍ଟେଲ ଗୁଡିକ ବି ଖୋଲିଯିବ । ଯେଉଁଠି ସବୁ ଟ୍ରେନିଙ୍ଗ ଦିଆ ଯାଉ ଥିଲା ସେହି ସବୁ ସଂସ୍ଥା ଗୁଡିକ ବି ଖୋଲିଯିବ ।

ଛୋଟ ପିଲାମାନଙ୍କ କ୍ଳାସ ଗୁଡିକ ଯେମିତି କେଜି ଠାରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ସବୁ କ୍ଳାସ ଗୁଡିକ ଫେବ୍ରୁଆରୀ ୧୪ରୁ ଆରମ୍ଭ ହୋଇଯିବ । ରାଜ୍ୟ ସରକାରଙ୍କ ନୂତନ ନିଷ୍ପତି ଅନୁସାରେ ଏହି ବର୍ଷର ଶିକ୍ଷା ବର୍ଷରେ ପିଲାମାନଙ୍କ ସାମ୍ନାରେ ଅଫ୍ଲାଇନ ଓ ଅନ୍ଲାଇନର ଅପସନ ଦିଆଯିବ ।

ଏମିତିରେ ପିଲାମାନେ ନିଜ ଇଚ୍ଛାରେ କ୍ଳାସ କରିବେ । ଯଦି କଲେଜ, ୟୁନିଭର୍ସିଟି ଓ ଅନ୍ୟ ସଂସ୍ଥା ଗୁଡିକୁ ଓମିକ୍ରନ କାରଣରୁ ୧୦ ଜାନୁୟାରୀ ଦିନ ବନ୍ଦ କରାଯାଇ ଥିଲା । ୧୦ ଜାନୁଆରୀ ପୂର୍ବରୁ ସେମାନଙ୍କର ଯେଉଁ ଗାଇଡଲାଇନ ଥିଲା ସେହି ଗାଇଡଲାଇନ ହିସାବରେରେ ଆସନ୍ତା ୭ ତାରିଖରୁ ସବୁ କଲେଜ ଖୋଲିବ ।

