Breaking News: ଆସିଲା August ଗାଇଡଲାଇନ…ସାରା ରାଜ୍ୟରେ ନାଇଟ କର୍ଫ୍ଯୁ, ଦେଖନ୍ତୁ କଣ ଖୋଲା ଓ କଣ ବନ୍ଦ ?

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ରାଜ୍ୟରେ କୋରନା ମହାମାରୀ ର ଦ୍ଵିତୀୟ ଲହର ବ୍ୟାପିଛି । ଯାହାଫଳରେ ରାଜ୍ୟରେ ସମ୍ପୂର୍ଣ୍ଣ ଲକଡାଉନ ହୋଇଥିଲା । ମେ ମାସ ୫ ତାରିଖ ରେ ହୋଇଥିବା ଏହି ଲକଡାଉନ କୁ ଦୀର୍ଘ ୨ ମାସ ପରେ ଅଳ୍ପ ମାତ୍ରାରେ କୋହଳ କରାଯାଇଛି ।

କରାଯାଇଥିବା ଲକଡାଉନ ଦ୍ୱାରା କିଛି ମାତ୍ରାରେ କୋରନା ମହାମାରୀ ର ପ୍ରଭାବ ହ୍ରାସ ପାଇବାରେ ସଫଳ ହୋଇଛି । ଯାହା ଫଳରେ ଆସନ୍ତା ଅଗଷ୍ଟ ମାସରେ ଲକଡାଉନ କଟକଣା କୁ କୋହଳ କରାଯାଇଛି । ଏହି ସମ୍ବନ୍ଧରେ ଏସ୍ଆରସି ଘୋଷଣା କରିଛନ୍ତି । ତେବେ ରାଜ୍ୟ ର କେତୋଟି ଜିଲ୍ଲା ରେ ସଂକ୍ରମଣ ର ହାର କିଛି ମାତ୍ରାରେ ରହିଛି । ଉଦବେଗଜନକ ନ ହେଲେ ମଧ୍ୟ ଆମକୁ ସତର୍କତା ଅବଲମ୍ବନ କରିବାକୁ ପଡିବ ।


ସଂକ୍ରମଣ କୁ ଦୃଷ୍ଟି ରେ ରଖି ସରକାର ଅଗଷ୍ଟ ମାସର ନିୟମାବଳୀ ଜାରି କରିଛନ୍ତି । ଏହି ନିୟମାବଳୀ ଅଗଷ୍ଟ ୧ ତାରିଖ ସକାଳ ୬ ଘଟିକା ରୁ ଆରମ୍ଭ ହୋଇ ସେପ୍ଟେମ୍ବର ୧ ତାରିଖ ସକାଳ ୬ ଘଟିକା ପର୍ଯ୍ୟନ୍ତ ବଲବତ୍ତର ରହିବ । ଏହି ସମୟ ରେ ରାଜ୍ୟ ରେ ଅନଲକ ପ୍ରକ୍ରିୟା ଜାରି ରହିବ ଏବଂ ସମସ୍ତ ରାଜ୍ୟ ରେ ରାତି ୮ ଟା ରୁ ସକାଳ ୬ ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ଜାରୀ ରହିବ । ଭୁବନେଶ୍ୱର, କଟକ ଏବଂ ପୁରୀ ଠାରେ ସପ୍ତାହନ୍ତ ସଟ୍ଡାଉନ ଜାରି ରହିବ ।

ଗତ ମାସ ରେ ହୋଇଥିବା କଟକଣା କୁ କୋହଳ କରାଯାଇଛି । ପୂର୍ବରୁ ପାର୍କ ଏବଂ ସମୁଦ୍ର କୁଳ ତଥା ବିଚ ବନ୍ଦ ରହିଥିଲା । ବର୍ତ୍ତମାନ ପାର୍କ ଓ ସମୁଦ୍ର କୁଳ ଖୋଲା ରହିବ । କିନ୍ତୁ ପର୍ଯ୍ୟଟକ ମାନେ ମାସ୍କ ଓ ସାନିଟାଇଜର୍ ବ୍ୟବହାର କରିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ । ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ । ମଲ ତଥା ସପିଂ ସେଣ୍ଟର ଖୋଲା ରହିବ ।

ସେଠାରେ ମଧ୍ୟ ପର୍ଯ୍ୟଟକ ମାନଙ୍କୁ କୋରନା ନିୟମାବଳୀ କୁ ମାନି ଯିବାକୁ ପଡ଼ିବ । ସମସ୍ତ ରେଷ୍ଟରାଣ୍ଟ ଓ ଢାବା ୫୦% କ୍ଷମତା ରେ ଖୋଲା ରହିବ । ସେହିପରି ସିନେମା ହଲ, ଥିଏଟର, ନାଟ୍ୟଶାଳା ଆଦି ୫୦% କ୍ଷମତା ରେ ଖୋଲାଯିବ । ଧାର୍ମିକ ଅନୁଷ୍ଠାନ କୋରନା କଟକଣା ଅନୁଯାୟୀ ଖୋଲାଯିବ । ବିବାହ କାର୍ଯ୍ୟ ସର୍ବାଧିକ ୨୫ ଜଣ କୁ ନେଇ କରାଯାଇ ପାରିବ । କିନ୍ତୁ ଭୋଜି ଭାତ କୁ ବାରଣ କରାଯାଇଛି ।

ଦୁଇ ଚକିଆ ଓ ଚାରି ଚକିଆ ଗାଡ଼ି ସେମାନଙ୍କ ନିର୍ଧାରିତ ସିଟ ଅନୁସାରେ ଯାତ୍ରୀ ପରିବହନ କରି ପାରିବେ । ରାତ୍ରି ସମୟ କର୍ଫ୍ୟୁ ଓ ସପ୍ତାହନ୍ତ ସଟ୍ଡାଉନ ସମୟ ରେ ପୂର୍ବ ନିୟମ ବଲବତ୍ତର ରହିବ । କାର୍ଯ୍ୟରତ ପୋଲିସ, ଡାକ୍ତର, ସରକାରୀ କର୍ମଚାରୀ, ସ୍ୱାସ୍ଥ୍ୟ କର୍ମଚାରୀ ଆଦି ଙ୍କ ପାଇଁ କୌଣସି କଟକଣା ରହିବ ନାହିଁ । କୋଭିଡ଼ ଟୀକାକରଣ ଚାଲୁ ରହିବ ।

ତେଣୁ କୋଭିଡ଼ ଟୀକା ନେବାକୁ ଯାଉଥିବା ଯାତ୍ରୀ ବାଧାପ୍ରାପ୍ତ ହେବେ ନାହିଁ । ଜରୁରୀକାଳୀନ ସେବା ଆୟୋଗ ଙ୍କୁ ମଧ୍ୟ କୌଣସି କଟକଣା ନାହିଁ । ଅନଲାଇନ ଫୁଡ଼ ଡେଲିଭରି ମଧ୍ୟ ଚାଲୁ ରହିବ । ଏହି ସବୁ ମଧ୍ୟରେ କୋରନା ର ସମସ୍ତ ନିୟମାବଳୀ କୁ ମାନିବା ବାଧ୍ୟତାମୂଳକ । ଯିଏ ନିୟମ ର ବିରୋଧୀ ହେବ ତାଙ୍କ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରାଯିବ ।

Leave a Reply

Your email address will not be published. Required fields are marked *