ଏମାନେ ହେଲେ ବଲିଉଡର ୫ ଜଣ ଅପାଠୁଆ ହିରୋଇନ, ନମ୍ବର ୧ଙ୍କର ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

 

ବନ୍ଧୁଗଣ ଶିକ୍ଷାର କୌଣସି ବୟସ ନଥାଏ । ମଣିଷ ନିଜ ଜୀବନର ଯେକୌଣସି ବୟସରେ ଶିକ୍ଷା ଗ୍ରହଣ କରିପାରିବ । ଆପଣ ମାନେ ସମସ୍ତେ ବଲିଉଡ ହିରୋଇନ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ବଲିଉଡରେ ଏମିତି କିଛି ଲୋକପ୍ରିୟ ହିରୋଇନ ଅଛନ୍ତି ଯେଉଁ ମାନେ ଅଭିନୟ ଦୁନିଆରେ ସଫଳତା ପାଇଥିଲେ ମଧ୍ୟ ପାଠ ପଢାରେ ସଫଳତା ପାଇ ପାରି ନାହାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ହିରୋଇନ ମାନଙ୍କ ବିଷୟରେ ।

୧. କରିସ୍ମା କପୁର

ଆପଣ ମାନେ ସମସ୍ତେ ଲୋକପ୍ରିୟ ଅଭିନେତ୍ରୀ କରିସ୍ମା କପୁରଙ୍କ ଫିଲ୍ମ ନିଶ୍ଚୟ ଦେଖିଥିବେ । କରିସ୍ମା କପୁର ବଲିଉଡର ଟପ୍ ହିରୋଇନ ମାନଙ୍କ ମଧ୍ୟରୁ ଜଣେ ଯିଏ ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ କଣ ଆପଣ ମାନେ ଜାଣିଛନ୍ତି କରିସ୍ମା କେବଳ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଫିଲ୍ମ ଦୁନିଆରେ ନିଜ କ୍ୟାରିୟର କରିବା ପାଇଁ କରିସ୍ମା ପାଠ ପଢି ନଥିଲେ ।

୨. ପ୍ରିୟଙ୍କା ଚୋପଡା

ବଲିଉଡ ଓ ହଲିଉଡ ଷ୍ଟାର ପ୍ରିୟଙ୍କା ଚୋପାଡାଙ୍କ ଲୋକପ୍ରିୟତା ବହୁତ ଅଧିକ । ପ୍ରିୟଙ୍କା କେବଳ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ନିଜ ମଡେଲିଙ୍ଗ କ୍ୟାରିୟର ପାଇଁ ପ୍ରିୟଙ୍କା ପଥ ପଢି ପାରିନଥିଲେ । ଫିଲ୍ମ ଦୁନିଆରୁ ତାଙ୍କୁ ସମୟ ମିଳି ପାରିନଥିଲା, ଯାହା ଫଳରେ ସେ ନିଜ ପାଠ ପଢାକୁ ପୂର୍ଣ୍ଣ କରି ପାରିନଥିଲେ ।

୩.ଦୀପିକା ପାଦୁକୋନ

ବଲିଉଡ ଓ ହଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଆପଣ ମାନେ ନିଶ୍ଚୟ କୌଣସି ନା କୌଣସି ଫିଲ୍ମରେ ଦେଖିଥିବେ । ଦୀପିକା କେବଳ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ନିଜର ପାଠ ପଢାକୁ ସଂପୂର୍ଣ୍ଣ କରିବା ପାଇଁ ସେ ବାଙ୍ଗାଲୁରୁ କଲେଜରେ ଆଡ୍ମିସନ ମଧ୍ୟ ନେଇଥିଲେ ହେଲେ ମଡେଲିଙ୍ଗ କ୍ୟାରିୟର ପାଇଁ ସେ ନିଜ ପାଠ ପଢାକୁ ପୂର୍ଣ କରିପାରିଲେ ନାହିଁ ।

୪. କରିନା କପୁର

କରିନା କପୁର ବଲିଉଡକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ତାଙ୍କର ଅଭିନୟ ବହୁତ ଚମତ୍କାର । ଲକ୍ଷ ଲକ୍ଷ ଲୋକ ତାଙ୍କର ଦିବାନା ଅଟନ୍ତି । କିନ୍ତୁ ପଢା ମାମଲାରେ ସେ ଟିକେ କମ୍ଜୋର । କରିନା କେବଳ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପଢିବା ପରେ ଓକିଲ ପାଠ ପଢିବା ପାଇଁ ଚାହୁଁଥିଲେ ହେଲେ ନିଜ ଫିଲ୍ମ କ୍ୟାରିୟର ପାଇଁ ତାଙ୍କୁ ସମୟ ମିଳିନଥିଲା ।

୫. ଐଶ୍ଵର୍ଯ୍ୟ ରାୟ ବଚନ

ଆପଣ ମାନେ ସମସ୍ତେ ବଚନ ପରିବାରର ବୋହୁ ଓ ବଲିଉଡରେ ଲୋକପ୍ରିୟ ଅଭିନେତ୍ରୀ ଐଶ୍ଵର୍ଯ୍ୟ ରାୟ ବଚନଙ୍କୁ ନିଶ୍ଚୟ ଜାଣିଥିବେ । ଐଶ୍ଵର୍ଯ୍ୟ କେବଳ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଛନ୍ତି । ଐଶ୍ଵର୍ଯ୍ୟ ମଧ୍ୟ ନିଜ ପାଠ ପଢାକୁ ଶେଷ କରିବା ପାଇଁ ଜୟ ହିନ୍ଦ କଲେଜରେ ଆଡ୍ମିସନ ନେଇଥିଲେ । ହେଲେ ନିଜ ଫିଲ୍ମ କରିୟରକୁ ଆଖି ଆଗରେ ରଖି ସେ ନିଜ ପାଠ ପଢାକୁ ଶେଷ କରିପାରି ନଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *