ଆକ୍ଟର ହେବା ପୂର୍ବରୁ ଅଜବ ଗଜବ ଜବ ଥିଲା ଏହି ୧୦ ଜଣ ବଲିଉଡ ଷ୍ଟାରଙ୍କର, ଏମାନଙ୍କ ମଧ୍ୟରୁ ୨ ଜଣ ତ ହୋଟେଲ ରେ ଥିଲେ ୱେଟର

ମଣିଷ ସବୁବେଳେ ଛୋଟରୁ ବଡ ହେଇଥାଏ, ଏ କଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । ବଲିଉଡ ର ଷ୍ଟାର ମାନଙ୍କ ଜୀବନରେ ମଧ୍ୟ ଏମିତି ହେଇଛି । ବଲିଉଡ଼ର ବହୁତ ବଡ଼ ଷ୍ଟାର ମାନେ , ଯାହାକି ଆଜି ସଫଳତାର ଶୀର୍ଷରେ ଅଛନ୍ତି । ଯେଉଁମାନେ ଆଜି ବହୁତ ଲୋକ ପ୍ରିୟ ହୋଇଗଲେଣି ସେମାନେ ବି ଦିନେ ଆଉ କେଉଁ ସ୍ଥାନରେ କାମ କରି ନିଜର ପେଟ ପୋଷୁଥିଲେ । ଆଜି ଆମେ ଆପଣମାନଙ୍କୁ ଏହି ବଲିଉଡ଼ ଷ୍ଟାର ମାନେ ପୂର୍ବରୁ କଣ କରୁଥିଲେ ସେ ବିଷୟରେ କହିବାକୁ ଯାଉଛୁ ।

ସୋନାକ୍ଷୀ ସିହ୍ନା:

ସୋନାକ୍ଷୀ ସିହ୍ନା ହେଉଛନ୍ତି ବଲିଉଡର ବହୁ ଚର୍ଚ୍ଚିତ ଆଭିନେତା ଶତ୍ରୁଘ୍ନ ସିହ୍ନାଙ୍କ ଝିଅ  ଯିଏକି ଅଭିନେତ୍ରୀ ହିସାବରେ ବହୁତ ନାଁ କମେଇ ପାରିଛନ୍ତି । ସେ ଅଭିନୟ ପୂର୍ବରୁ ଏକ କଷ୍ଟିୟୁମ ଡିଜାଇନର ହିସାବରେ କାମ କରୁଥିଲେ । ସେ ବଲିଉଡରେ ତାଙ୍କର ପ୍ରଥମ ଫିଲ୍ମ ‘ଦବଙ୍ଗ’ରେ ଡେବ୍ୟୁ କରିଥିଲେ । ସେ ୨୦୦୫ ମସିହାରେ ଆସିଥିବା ଫିଲ୍ମ’ ମେରା ଦିଲ ଲେକେ ଦେଖୋ ‘ ରେ କଷ୍ଟିୟୁମ୍ ଡିଜାଇନ କରିଥିଲେ ।

ନୱାଜୁଦିନ ସିଦ୍ଧିକି:

ନୱାଜୁଦିନ ସିଦ୍ଧିକି ଏହା ପ୍ରମାଣିତ କରିଦେଇଛନ୍ତି କି ,ପ୍ରତିଭା କେବେ ବି ଲୁଚିରହିପାରିବ ନାହିଁ । ସେ ପ୍ରଥମେ ଏକ କେମିଷ୍ଟ ଦୋକାନରେ କାମ କରୁଥିଲେ । ତାପରେ ସେ ଦିଲ୍ଲୀ ଚାଲିଯାଇଥିଲେ । ସେଠି ସେ ଦେଢ଼ ବର୍ଷ ପର୍ଯ୍ୟନ୍ତ ଜଗୁଆଳି ଭାବରେ କାମ କରୁଥିଲେ । ତାପରେ ସେ ମାୟାନଗରୀ ମୁମ୍ବାଇକୁ  ଚାଲିଯାଇଥିଲେ । ଯାହାକି ସେ ସେଠାରେ ବଲିଉଡ ଫିଲ୍ମରେ ଛୋଟ ମୋଟ ରୋଲ କରିଥିଲେ । ଆଜି ସେ ବଲିଉଡର ଚମକୁଥିବା ଷ୍ଟାର ହୋଇଯାଇଛନ୍ତି ।

ସନି ଲିଓନି:

ଏହି କଥା ସମସ୍ତେ ଜାଣିଛନ୍ତି କି ସନି ଲିଓନି ବଲିଉଡ଼କୁ ଆସିବା ପୁର୍ବରୁ ସେ ଏକ ଆଡଲ୍ଟ ଷ୍ଟାର ଭାବରେ କାମ କରୁଥିଲେ । କିନ୍ତୁ ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ,ସେ ପ୍ରଥମେ ଜର୍ମାନ ସ୍ଥିତ ଏକ ବେକେରିରେ କାମ କରୁଥିଲେ । ସେ ଆହୁରି ମଧ୍ୟ ଟ୍ୟାସ୍କ ଓ ରିଟାୟାରମେଣ୍ଟ କମ୍ପାନୀରେ ମଧ୍ୟ କାମ କରିଛନ୍ତି ।

ରଣବୀର ସିଂ:

ଆଜି ରଣବିର ସିଂ ବଲିଉଡରେ ସୁପର ଷ୍ଟାରର ପଦବୀକୁ ହାସଲ କରିସାରିଛନ୍ତି । କିନ୍ତୁ ସେ ନିଜର କ୍ୟାରୀୟରର ଆରମ୍ଭରେ ଏକ ବିଜ୍ଞାପନ କମ୍ପାନୀରେ କପି ରାଇଟର ଭାବରେ କାମ କରୁଥିଲେ । ପରେ ସେ ୟସରାଜ ପ୍ରଡ଼କସନ ର ଫିଲ୍ମ ‘ବ୍ୟାଣ୍ଡ ବାଜା ବାରାତ’ ରେ ତାଙ୍କୁ ଏକ ମୌକା ମିଳିଥିଲା । ତା ପରେ ସେଠାରୁ ସେ କେବଳ ଆଗକୁ ହିଁ ଦେଖୀଛନ୍ତି , କେବେ ବି ତାଙ୍କୁ ପଛକୁ ଚାହିଁବାର ଆଵଶ୍ୟକତା ପଡ଼ିନାହିଁ ।

ଅକ୍ଷୟ କୁମାର:

ବଲିଉଡର ଖିଲାଡ଼ି ଭାବରେ ଅକ୍ଷୟ କୁମାରଙ୍କ ଖ୍ୟାତି ରହିଛି । ଅକ୍ଷୟ କୁମାର ଅମୃତସର ସହରରୁ ଦିଲ୍ଲୀ ଓ ଦିଲ୍ଲୀରୁ ସିଧା ମୁମ୍ବାଇ ଚାଲିଆସିଥିଲେ । ସେ ଜୀବନରେ ବହୁତ କଷ୍ଟ ଉଠାଇଛନ୍ତି । ଫିଲ୍ମକୁ ଆସିବା ପୂର୍ବରୁ ସେ ବ୍ୟାଙ୍କକକରେ ୱେଟର ଭାବରେ କାମ କରୁଥିଲେ । ୧୯୯୧ ମସିହାରେ ଆସିଥିବା ଫିଲ୍ମ ସୌଗନ୍ଧ ରେ ସେ ଡେବ୍ୟୁ କରିଥିଲେ । ସେ ଆଜି ବଲିଉଡର ଏକ ଲୋକପ୍ରିୟ ଚେହେରା ଅଟନ୍ତି ।

ଜନ ଆବ୍ରାହିମ:

ଜନ ଆବ୍ରାହିମ Jazzy B ର ଗୀତରୁ ପ୍ରଥମେ ଚର୍ଚ୍ଚାରେ ଆସିଥିଲେ । ସେ ୨୦୦୩ ମସିହାରେ ଆସିଥିବା ଫିଲ୍ମ ଜିସ୍ମ ରେ ଡେବ୍ୟୁ କରିଥିଲେ । ସେ ଆଜି ବଲିଉଡରେ ଆକ୍ସନ ହିରୋ ଭାବରେ ବେଶ ଜଣାଶୁଣା । ଆପଣଙ୍କୁ ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିବ ଯେ ସେ ଯେତେବେଳେ ବଲିଉଡକୁ ଆସିନଥିଲେ ସେ ପ୍ରଥମେ ମିଡ଼ିଆ ଓ ଆଡ଼ଭୋଟାଇଜିଙ୍ଗ କମ୍ପାନୀ ରେ କାମ କରୁଥିଲେ ।

ଵୋମନ ଇରାନି:

ଵୋମନ ଇରାନିଙ୍କ ଗଣତି ଆଜି ବଲିଉଡର ସବୁଠାରୁ ଦମଦାର ଆକ୍ଟରଙ୍କ ମଧ୍ୟରେ ହେଉଛି । ଆପଣ ଏହା ଜାଣି ଚକିତ ହେବେ ଯେ ,ସେ ବଲିଉଡରେ କାମ କରିବା ପୂର୍ବରୁ ମୁମ୍ବାଇର ପଞ୍ଚତାରକା ହୋଟେଲର ୱେଟର ଓ ରୁମ ସର୍ଭିସର ଭାବରେ କାମ କରୁଥିଲେ । ଏହା ପରେ ସେ ଫୋଟୋଗ୍ରାଫିକୁ ନିଜର ପ୍ରଫେସନ ବନେଇଦେଲେ । ତାପରେ ସେ ଫିଲ୍ମ ମୁନ୍ନାଭାଇ ‘ଏମ ବି ବି ଏସ’ ରେ ତାଙ୍କର ଡେବ୍ୟୁ କଲେ ।

କୀୟାରା ଆଡ଼ଭାନୀ:

ବଲିଉଡ଼ରେ କିୟାରା ଆଡ଼ଭାନୀଙ୍କ ଏଣ୍ଟ୍ରି ‘ଏମ ଏସ ଧୋନି’ ଦ ଅନ ଟୋଲଡ଼ ଷ୍ଟୋରିରେ ହୋଇଥିଲା । ସେବେ ଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢି ଚାଲିଛନ୍ତି । ବଲିଉଡ଼କୁ ଆସିବା ପୂର୍ବରୁ ସେ ଏକ ଫ୍ରି ସ୍କୁଲରେ ପଢ଼ୁଥିଲେ । ସେ ସେଠି ପିଲାମାନଙ୍କୁ କେବଳ ଏ, ବି, ସି, ଡ଼ି ଓ ଗଣିତ ପଢ଼ାଉନଥିଲେ ,ସେ ପିଲାଙ୍କର ଡାଇପର ମଧ୍ୟ ବଦଳାଉଥିଲେ ।

ଭୂମି ପେଡ଼ନେକର:

ଭୂମି ପେଡ଼ନେକର ଛୋଟବେଳୁ ତାଙ୍କର ଫିଲ୍ମରେ ଆକ୍ଟର ହେବାରେ ବହୁତ ଇଚ୍ଛା ଥିଲା । ସେ ସେବେଠାରୁ ମେହନତ କଲେ ଓ ତାଙ୍କ ସ୍ୱପ୍ନ ସେ ପୂରଣ କରି ଦେଖାଇଲେ । ସେ ଫିଲ୍ମରେ କାମ କରିବା ପୂର୍ବରୁ ୟସରାଜ ଫିଲ୍ମରେ କାଷ୍ଟିଂ ଡ଼ାଇରେକ୍ଟର ସାନୁ ଶର୍ମାଙ୍କ ତଳେ କାମ କରୁଥିଲେ ।

ଆୟୁଷମାନ ଖୁରାନା:

ଆୟୁଷମାନ ଖୁରାନା ଆଜି ବଲିଉଡର ଏକ ଲୋକପ୍ରିୟ ଅଭିନେତା ଅଟନ୍ତି । ସେ ପ୍ରଥମେ RJ ଭାବେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଆଜି ସେ ବଲିଉଡରେ ବହୁତ କାମିୟାବ ଅଟନ୍ତି । ସେ ସବୁବଳେ କିଛି ଅଲଗା ଲାଗିବା ଭଳି ଚୟନ ନିଜ ଫିଲ୍ମ ପାଇଁ କରିଥାନ୍ତି । ସେ ସବୁବଳେ ଏମିତି କିଛି ଭୂମିକା କରନ୍ତି କି ସମସ୍ତଙ୍କ ହୃଦୟ ଜିତିନେଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡ ବିଷୟରେ ଅଧିକ ତଥ୍ୟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *