ଏମାନେ ହେଉଛନ୍ତି Bollywood ଓ South ଇଣ୍ଡଷ୍ଟ୍ରି ର ଫେମସ କାମେଡିଆନ ମାନଙ୍କର ରିଅଲ ଲାଇଫ ପୁଅ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ର କିଛି ପ୍ରସିଦ୍ଧ ହାସ୍ୟ ଅଭିନେତା ଏବଂ ତାଙ୍କ ପୁତ୍ରଙ୍କ ସମ୍ବନ୍ଧରେ। ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ ବଲିଉଡ ହେଉ ଅଥବା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ, ନାୟକ ଏବଂ ନାୟିକା ଙ୍କ ଭୂମିକା ଯେପରି ଗୁରୁତ୍ୱପୂର୍ଣ୍ଣ ସେହିପରି କମେଡି ରୋଲ ର ମଧ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରହିଛି। ଏହିପରି ଅନେକ ହାସ୍ୟ ଅଭିନେତା ମାନେ ଅଛନ୍ତି, ଯେଉଁମାନେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ ହସାଇବା ସହ ସେମାନଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

ବଲିଉଡ ଏବଂ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀ ରେ କିଛି ଏଭଳି ପ୍ରସିଦ୍ଧ ଅଭିନେତା ଅଛନ୍ତି ଯେଉଁମାନେ ଅନସ୍କ୍ରିନ ଯେପରି ଦର୍ଶକ ମାନଙ୍କ ମନକୁ କିଣି ନେଇଛନ୍ତି ସେହିପରି ଅଫସ୍କ୍ରିନ ମଧ୍ୟ ଏମାନଙ୍କ ସ୍ଵଭାଵ ପ୍ରଶଂସା ଦାୟକ ଅଟେ। ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ପ୍ରସିଦ୍ଧ ଅଭିନେତା ଏବଂ ସେମାନଙ୍କ ରିଅଲ ଲାଇଫ ପୁତ୍ର ଙ୍କ ସମ୍ବନ୍ଧରେ କହିବୁ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ହାସ୍ୟ ଅଭିନେତା ଜଣକ ହେଉଛନ୍ତି ‘ପରେଶ ରାବଲ’। ବନ୍ଧୁଗଣ ଏହି ଅଭିନେତା ଜଣକ ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ଅଟନ୍ତି। ଏହି ଅଭିନେତା ଅନେକ ପ୍ରକାର ଚରିତ୍ର ରେ ଅଭିନୟ କରିଛନ୍ତି ଏବଂ ଦର୍ଶକ ମାନଙ୍କ ମନରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । କିନ୍ତୁ ଫିଲ୍ମ ‘ହେରା ଫେରି’ ରେ ‘ବାବୁ ରାଓ’ ନାମକ ଚରିତ୍ର ରେ କରିଥିବା ଅଭିନୟ କୁ ଆଜି ପର୍ଯ୍ୟନ୍ତ ଦର୍ଶକ ମାନେ ଭୁଲି ନାହାନ୍ତି।

ବନ୍ଧୁଗଣ ଏହି ଅଭିନେତା ଙ୍କ ରିଅଲ ଲାଇଫ ରେ ଦୁଇ ଜଣ ପୁଅ ଅଛନ୍ତି, ଆଦିତ୍ୟ ଏବଂ ଅନିରୁଦ୍ଧ। ତାଙ୍କ ବଡ଼ ପୁଅ ଆଦିତ୍ୟ ଜଣେ ଲେଖକ ଏବଂ ଅଭିନେତା ଅଟନ୍ତି। ସେ ଫିଲ୍ମ ‘ଓ ମାଈ ଗଡ଼’ ରେ ସ୍କ୍ରିପ୍ଟ ରାଇଟର ଭାବରେ କାମ କରିଛନ୍ତି ଏବଂ ଫିଲ୍ମ ‘ଫରାରୀ କି ସଵାରୀ’ ରେ ଅଭିନୟ ମଧ୍ୟ କରିଛନ୍ତି। ପରେଶ ରାଵଲ ଙ୍କ ସାନ ପୁଅ ଅନିରୁଦ୍ଧ ବର୍ତ୍ତମାନ ନିଜ ପାଠ ପଢ଼ା ରେ ଧ୍ୟାନ ଦେଉଛନ୍ତି ଏବଂ ସେ ନିଜ ପାଠ ପଢ଼ା ପରେ ନିଜ ପିତା ଙ୍କ ଭଳି ଅଭିନୟ କ୍ଷେତ୍ରରେ ପାଦ ରଖିବେ ବୋଲି କହିଛନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ହାସ୍ୟ ଅଭିନେତା ଜଣକ ହେଉଛନ୍ତି ‘କାଦର ଖାଁ’। ଏହି ଅଭିନେତା ଜଣକ ୮୦ ଏବଂ ୯୦ ଦଶକ ର କମେଡି ବାଦଶାହ ଭାବରେ ପରିଚିତ। ଅନସ୍କ୍ରିନ ତାଙ୍କ ଅଭିନୟ ଦର୍ଶକ ମାନଙ୍କ ମୁଖରେ ହସ ଆଣିଦେଇଥାଏ । ବର୍ତ୍ତମାନ ସେ ଆମ ଗହଣ ରେ ନାହାନ୍ତି ସତ କିନ୍ତୁ ତାଙ୍କ ଅଭିନୟ ସବୁଦିନ ପାଇଁ ଆମର ହୋଇ ରହିଯାଇଛି। ବନ୍ଧୁଗଣ ଏହି ଅଭିନେତାଙ୍କର ୩ ଜଣ ପୁଅ ଅଛନ୍ତି।

ବଡ଼ ପୁଅ ସରଫରାଜ ଅଭିନେତା ଅଟନ୍ତି। ସେ ଫିଲ୍ମ ‘ତେରେ ନାମ’, ‘କିସାନ’ ଏବଂ ‘ରମଇୟା ବ୍ବାସ୍ତଵୈୟା’ ରେ ମଧ୍ୟ ଅଭିନୟ କରିଛନ୍ତି। ତାଙ୍କ ମଝିଆ ପୁଅ ଶାହନବାଜ ଜଣେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଅଟନ୍ତି। ସେ ଫିଲ୍ମ ‘ହମକୋ ତୁମସେ ପ୍ୟାର ହେ’ ରେ ଆସିଷ୍ଟାଣ୍ଟ ଡ଼ାଇରେକ୍ଟର ଭାବରେ କାମ କରିଛନ୍ତି। ଯଦି ତାଙ୍କ ସାନ ପୁଅ ଙ୍କ ସମ୍ବନ୍ଧରେ କହିବାକୁ ଯିବା ତେବେ ତାଙ୍କର କୌଣସି ଫଟୋ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିନାହିଁ। ସେ ଲାଇମ ଲାଇଟ ରୁ ଦୂରରେ ରହିବାକୁ ପସନ୍ଦ କରନ୍ତି।

୩. ବନ୍ଧୁଗଣ ତୃତୀୟ ହାସ୍ୟ ଅଭିନେତା ଜଣକ ହେଉଛନ୍ତି ‘ବୋମନ ଇରାନୀ’। ଏହି ଅଭିନେତା ଜଣକ ନିଜ ଅଭିନୟ ମାଧ୍ୟମରେ ଲୋକପ୍ରିୟତା ହାସଲ କରିଛନ୍ତି। ତାଙ୍କୁ ‘୩ ଇଡିଅଟ’, ‘ହାପି ନିଉ ୟର’, ‘ମୁନ୍ନା ଭାଇ ଏମ. ବି.ବି.ଏସ’, ‘ହାଉସଫୁଲ’ ଆଦି ବ୍ଲକ ବଷ୍ଟର ଫିଲ୍ମ ରେ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା। ବନ୍ଧୁଗଣ ବୋମନ ଙ୍କ ରିଅଲ ଲାଇଫ ରେ ଦୁଇ ଜଣ ପୁଅ ଅଛନ୍ତି।  କାୟ୍ଜ ଏବଂ ଦାନିସ। ତାଙ୍କ ସାନ ପୁଅ କାୟଜ ଙ୍କୁ ଫିଲ୍ମ ‘ସ୍ତୁଡେଣ୍ଟ ଅଫ ଦ ୟର’ ରେ ଅଭିନୟ କରିବାର ଦେଖିବାକୁ ମିଳିଥିଲା ଏବଂ ତାଙ୍କ ବଡ଼ପୁଅ ଦାନିସ ଜଣେ ଥିଏଟର ଆର୍ଟିଷ୍ଟ ଅଟନ୍ତି।

୪. ଚତୁର୍ଥ ହାସ୍ୟ ଅଭିନେତା ଜଣକ ହେଉଛନ୍ତି ‘ଜନୀ ଲିବର’। ଏହି ଅଭିନେତା ଜଣକ ଙ୍କ ଅଭିନୟ ଦେଖିଲେ ଦର୍ଶକ ମାନେ ନିଜ ହସକୁ ରୋକି ପାରନ୍ତି ନାହିଁ। ଏହି ଅଭିନେତା ବଲିଉଡ ଇଣ୍ଡଷ୍ଟ୍ରୀ ର ଜଣେ ପ୍ରସିଦ୍ଧ ହାସ୍ୟ ଅଭିନେତା ଅଟନ୍ତି । ଏହି ଅଭିନେତା ଙ୍କ ରିଅଲ ଲାଇଫ ରେ ପୁଅ ଙ୍କ ନାଁ ହେଉଛି ଜେସି ଲିବର। ଜେସି ମଧ୍ୟ ନିଜ ପିତା ଙ୍କ ଭଳି ଜଣେ ଅଭିନେତା ହେବାକୁ ଚାହାନ୍ତି ତେଣୁ ସେ ବହୁତ ଶୀଘ୍ର ବଲିଉଡ ଇଣ୍ଡଷ୍ଟ୍ରୀ ରେ ପାଦ ରଖିବାକୁ ଯାଉଛନ୍ତି ଏବଂ ଏଥିପାଇଁ ସେ ନିଜ ପିତାଙ୍କୁ ଠାରୁ ହିଁ ଟ୍ରେନିଂ ନେଉଛନ୍ତି।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *