ଇଏ ହେଉଛନ୍ତି Bollywood ର ସବୁଠୁ ରାଗି ହିରୋଇନ, ଯିଏ ସମସ୍ତଙ୍କ ସାମ୍ନାରେ ଫିଲ୍ମମେକରଙ୍କ ଠୁ ନେଇ ହୀରୋ ପର୍ଯ୍ୟନ୍ତ ସମସ୍ତଙ୍କୁ ମାରି ସାରିଛନ୍ତି ମାଡ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ଫରାହ ନାଜ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଫରାହ ନାଜଙ୍କୁ ବହୁତ ଫିଲ୍ମରେ ଦେଖିଥିବେ । ତାଙ୍କ ସୁନ୍ଦରତା ଓ ଅଭିନୟକୁ ଦେଖିବା ପାଇଁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ଜୀବନୀ ଓ କାରିୟର ବିଷୟରେ ଜାଣିଛନ୍ତି । ଆଜିଆମେ ଆପଣ ମାନଙ୍କୁ ଫରାହ ନାଜଙ୍କ ଜୀବନୀ ଓ କାରିୟର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି ।


ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀଙ୍କ ବିଷୟରେ । ଫରାହଙ୍କ ଜନ୍ମ ୯ ଡିସେମ୍ବର ୧୯୬୮ ମସିହାରେ ହାଇଦ୍ରାବାଦରେ ହୋଇଥିଲା । ସେ ୧୯୮୫ ମସିହାରେ ‘ଫାସେଲେ’ରୁ ଫିଲ୍ମରୁ ନିଜ ବଲିଉଡ କାରିୟରର ଆରମ୍ଭ କରିଥିଲେ ।

ତାଙ୍କୁ ଅନ୍ତିମ ଥର ପାଇଁ ୨୦୦୫ରେ ଆସିଥିବା ଫିଲ୍ମ ‘ଶେଖର’ରେ ଦେଖାଯାଇଥିଲା । ଏହି ଫିଲ୍ମରେ ସେ ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ସହ ନଜର ଆସିଥିଲେ । ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ଫରାହ ନିଜ ସର୍ଟ ଟେମ୍ପର ଓ ନିଜ କ୍ରୋଧ ପାଇଁ ବଲିଉଡରେ ବଦନାମ ଥିଲେ । ତାଙ୍କୁ ବହୁତ ଶୀଘ୍ର କ୍ରୋଧ ଆସିଯାଏ । ସେ କେତେକ ଫିଲ୍ମ ସେଟରେ ଯେକୌଣସି ଲୋକକୁ ଗାଳି ଦିଅନ୍ତି ଓ ତାଙ୍କ ଉପରେ ହାତ ମଧ୍ୟ ଉଠାଇ ଦିଅନ୍ତି । ଯଦି ଫରାହ ନିଜ କ୍ରୋଧକୁ ନିୟନ୍ତ୍ରଣ କରିପାରି ଥାନ୍ତେ ତେବେ ଆଜି ସେ ବଲିଉଡରେ ଜଣେ ପ୍ରସିଦ୍ଧ ଅଭିନେତ୍ରୀ ରୂପେ ଜଣା ଯାଇଥାନ୍ତେ ।

ନିଜ କ୍ରୋଧକୁ ଆଖିରେ ରଖି ଫରାହ ୩୨ ବର୍ଷ ପୂର୍ବରୁ ବଲିଉଡ କଳାକାର ଚଙ୍କି ପାଣ୍ଡେଙ୍କ ଉପରେ ହାତ ଉଠାଇ ଥିଲେ । ୧୯୮୯ ମସିହାରେ ଫିଲ୍ମ ‘କିସ୍ମତ ବର୍ଦି କି’ର ସେଟରେ ଏହି ଘଟଣା ଘଟିଥିଲା । ଚଙ୍କିଙ୍କ ଉପରେ ହାତ ଉଠାଇବା ପରେ ଫରାହ ଏହାର କାରଣ ମଧ୍ୟ କହିଥିଲେ । ଫରାହଙ୍କ ମତରେ, ଚଙ୍କି ତାଙ୍କୁ ସବୁବେଳେ ‘ ଆଇ ଆମ ଦ ମେନ’ କହି ଖରାପ ସଙ୍କେତ ଦେଉଥିଲେ । ଯେଉଁଥି ପାଇଁ ସେ ଚଙ୍କିଙ୍କୁ ପିଟିବା ପାଇଁ ବାଧ୍ୟ ହୋଇଥିଲେ । ସେହି ସମୟରେ ଏହି ମାମଲାଟି ବହୁତ ଚର୍ଚାରେ ଥିଲା । ଆସନ୍ତୁ ଜାଣିବା ତାଙ୍କର ଲଭ ଲାଇଫ ବିଷୟରେ ।

ଫରାହ ଯେତେବେଳେ ନିଜ କାରିୟରରେ ସଫଳତା ପାଇଥିଲେ ସେତେବେଳେ ସେ ଦାରା ସିଂହଙ୍କ ପୁଅ ବିନ୍ଦୁଙ୍କ ସହ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ମଧ୍ୟରେ ୨୦୦୨ ମସିହାରେ ତଲାକ ହୋଇଯାଇଥିଲା । ଏହାପରେ ସେ ୨୦୦୩ ମସିହାରେ ସୁମିତ ସହଗଲଙ୍କ ସହ ବିବାହ କରିଥିଲେ । ସୁମିତ ମଧ୍ୟ ଫରାହଙ୍କ ସହ ଦୁତୀୟ ବିବାହ କରିଥିଲେ । ହେଲେ ଏହି ଦୁଇଜଣଙ୍କ ବିବାହ ସଫଳ ହୋଇଥିଲା ଓ ଏମାନେ ବହୁତ ଖୁସିରେ ବର୍ତ୍ତମାନ ନିଜ ଜୀବନ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *