ବଲିଉଡ ଇଣ୍ଡଷ୍ଟ୍ରୀର ଏହି ସୁନ୍ଦର ଅଭିନେତ୍ରୀମାନେ ବାପ ପୁଅ ଦୁଇ ଜଣଙ୍କ ସହିତ ପରଦା ଉପରେ କରିସାରିଛନ୍ତି ରୋମାନ୍ସ

ବଲିଉଡ ଜଗତ ର କଳାକାରମାନେ ପ୍ରେମ ଓ ସମ୍ପର୍କ ରଖିବା କିଛି ବଡ କଥା ନୂହେଁ । କାହିଁକି ନା ଏଠାରେ ଏହି ଘଟଣା ଘଟିବା ତାଙ୍କ ଜୀବନର ସାଧାରଣ କଥା ହୋଇଥାଏ। ଏବଂ ଯଦି ଏମିତି  କିଛି ନାହିଁ ତାହେଲେ ସେମାନେ କେବେ ବି ଚର୍ଚ୍ଚାରେ ଆସି ପାରନ୍ତି ନାହିଁ । ବଲିଉଡରେ କାମ କରୁଥିବା କଳାକାରମାନେ କେହି ବି କାହା ସହିତ ରୋମାନ୍ସ କରିପାରିବ । ବହୁତ ଥର ଆମେ ଶୁଣିବାକୁ ପାଇଛୁ ଅଭିନେତା ମାନେ ପରଦା ଉପରେ ମା ଓ ଝିଅ ସହିତ ରୋମାନ୍ସ କରିଛନ୍ତି କିନ୍ତୁ ଆପଣ ଏମିତି କିଛି ଶୁଣିଛନ୍ତି କି ଅଭିନେତ୍ରୀ ମାନେ ମଧ୍ୟ ବାପ ପୁଅ ଦୁଇ ଜଣ ଙ୍କ ସହିତ ପରଦା ରେ ରୋମାନ୍ସ କରି  ଚର୍ଚ୍ଚିତ ହୋଇଥିଲେ । ଛାଡନ୍ତୁ ଏକଥା ଇଏ ତ ଆଜିର କଥା ନୂହେଁ କିନ୍ତୁ ବହୁତ ପୁରୁଣା କଥା କି ବଲିଉଡରେ ଏହି ଅଭିନେତ୍ରୀ ମାନେ ରୋମାନ୍ସ ର ଫର୍ମୁଲା ବ୍ୟବହାର କରି ସାରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏମିତି କିଛି ଅଭିନେତ୍ରୀ ଙ୍କ ବିଷୟରେ ।

୧. ଅମୃତା ସିଂହ

ବଲିଉଡ ଅଭିନେତ୍ରୀ ଅମୃତା ସିଂହ ତାଙ୍କ କ୍ୟାରିୟର ରେ ସନ୍ନି ଦେଓଲ ସହିତ ପରଦା ରେ ରୋମାନ୍ସ କରି କି ଆରମ୍ଭ କରିଥିଲେ । ଏହା ପରେ ତାଙ୍କୁ ସନ୍ନି ଙ୍କ ପିତା ଧର୍ମେନ୍ଦ୍ର ଙ୍କ ସହିତ ନେଗେଟିଭ୍ ରୋଲ ମିଳିଲା ଓ ସେ ଧର୍ମେନ୍ଦ୍ରଙ୍କ ସହିତ ଏହି ଫିଲ୍ମ କରିଥିଲେ ।

୨. ଶ୍ରୀଦେବୀ

ବହୁତ ଫେମସ ହୀରୋ ମାନଙ୍କ ସହିତ କାମ କରିଥିବା ବଲିଉଡର ଏହି ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ତାଙ୍କ ଜମାନା ରେ ତାଙ୍କ ଫିଲ୍ମ ଗୁଡିକ ବହୁତ ଫେମସ୍ ରହିଥିଲା । ଶ୍ରୀଦେବୀ ଧର୍ମେନ୍ଦ୍ର ଙ୍କ ସହିତ ନାକାବନ୍ଦି ରେ ପରଦା ରେ ରୋମାନ୍ସ କରି ଥିଲେ ଓ ସେ ମଧ୍ୟ ସନ୍ନି ଦେଓଲ ଙ୍କ ସହିତ ଚାଲବାଜ, ନିଗାହେଁ, ରାମ ଅବତାର ଭଳି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ।

୩. ଡିମ୍ପଲ କପାଡ଼ିଆ

ଡିମ୍ପଲ କପାଡ଼ିଆ 1987 ମସିହାରେ ଇନସାନିୟାତ୍ କି ଦେବତା ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହିତ ରୋମାନ୍ସ କରିଥିବାର ନଜରରେ ଆସିଥିଲେ । ଏହାପରେ ଏହି ଅଭିନେତ୍ରୀ ସନ୍ନି ଦେଓଲ ଙ୍କ ସହିତ 1984 ମସିହା ରେ ମଞ୍ଜିଲ-ମଞ୍ଜିଲ ଫିଲ୍ମ ରେ ଦୁହିଁଙ୍କ ଯୋଡ଼ି ଭଲ ରହିଥିଲା । ଏହା ପରେ ମଧ୍ୟ ବିନୋଦ ଖାନ୍ନା ଓ ତାଙ୍କ ପୁଅ ଅକ୍ଷୟ ଖାନ୍ନା ଙ୍କ ସହିତ ପରଦାରେ ରୋଲ କରିଥିଲେ।

୪. ହେମା ମାଳିନୀ

ହେମା ମାଳିନୀ ତାଙ୍କ କ୍ୟାରିୟରର ଆରମ୍ଭ ଦିନରେ ରାଜ କପୂର ଙ୍କ ସହିତ ହିରୋଇନ ହିସାବରେ କାମ କଲେ । ସେହି ସମୟରେ ରାଜ କପୁର ତାଙ୍କ ଫିଲ୍ମ କ୍ୟାରିୟର କୁ ଶେଷ କରିବାକୁ ଯାଉଥିଲେ । ଏହା ପରେ ହେମା ମାଳିନୀ ରାଜ କପୁର ଙ୍କ ପୁଅ ରଣଧୀର କପୁର ଓ ରିଷି କପୁର ଙ୍କ ସହିତ କେତେକ ଫିଲ୍ମ କରିଛନ୍ତି ।

୫. ମାଧୁରୀ ଦିକ୍ଷିତ

ବଲିଉଡରେ ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦିକ୍ଷିତ ଛୋଟ ଓ ବଡ଼ ପରଦା ରେ ମଧ୍ୟ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିପାରିଛନ୍ତି । ଦୟାବାନ ଫିଲ୍ମରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ପ୍ରସିଦ୍ଧ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଫିଲ୍ମରେ ନେଗେଟିଭ୍ ରୋଲରେ ବିନୋଦ ଖାନ୍ନା ଙ୍କ ସହ ଅଭିନୟରେ କେତେକ ବୋଲ୍ଡ ସିନ ଦେଇ ଥିଲେ ଓ ଏହି ଫିଲ୍ମ ମଧ୍ୟ ଚର୍ଚା ରେ ରହିଥିଲା । ତାପରେ ମାଧୁରୀ ବିନୋଦ ଖାନ୍ନା ଙ୍କ ପୁଅ ଅକ୍ଷୟ ଖାନ୍ନା ଙ୍କ ସହିତ ମୋହବତେ ରେ ରୋମାନ୍ସ କରିଛନ୍ତି ।

୬. ଜୟା ପ୍ରଦା

ଧର୍ମେନ୍ଦ୍ର ଓ ଜୟା ପ୍ରଦାଙ୍କ ଯୋଡ଼ି ର ଯାଦୁ ଅନେକ୍ ଫିଲ୍ମ ରେ ଦେଖିବାକୁ ମିଳିଛି । ଏହା ପରେ ଜୟା ପ୍ରଦା ଧର୍ମେନ୍ଦ୍ର ଙ୍କ ପୁଅ ସନ୍ନି ଦେଓଲ୍ ଙ୍କ ସହ ବୀରତା ଫିଲ୍ମ ରେ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଥିଲା । ମନୋରଞ୍ଜନ ଦୁନିଆର ସମସ୍ତ ଅପଡେଟ ପାଇବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *