ବଲିଉଡର ଏହି 5 ଜଣ ଅଭିନେତ୍ରୀ, ଯେଉଁମାନେ ମା ହେବା ପାଇଁ ନେଇଛନ୍ତି surrogacy ର ସାହାରା

ବନ୍ଧୁଗଣ ପ୍ରତ୍ୟକ ନାରୀକୁ ମା ହେବାର ବହୁତ ଇଛା ଥାଏ । ହେଲେ ଏମିତି କେତେକ ମହିଳା ଅଛନ୍ତି ଯେଉଁମାନେ ମା ହୋଇପାରି ନଥାନ୍ତି । ସେହିପରି ଆଜି ଆମେ ଆପଣଙ୍କୁ ବଲିଉଡର ଏମିତି କିଛି ଅଭିନେତ୍ରୀ ମାନଙ୍କ ବିଷୟରେ କହିବୁ ଯେଉଁମାନେ କୌଣସି ନା କୌଣସି କାରଣ ପାଇଁ ମା ହୋଇପାରି ନଥିଲେ । ଯାହା ଫଳରେ ସେମାନେ surrogacyର ସାହାରା ନେଇଛନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।

୧. ସନି ଲିଓନି

ବନ୍ଧୁଗଣ ଆପଣମାନେ ସମସ୍ତେ ସନି ଲିଓନିଙ୍କୁ ନିଶ୍ଚୟ କୌଣସି ଫିଲ୍ମରେ ଦେଖିଥିବେ । ସନିଙ୍କ ସୁନ୍ଦରତା ଓ ଷ୍ଟାଇଲ ପାଇଁ ତାଙ୍କର ଲୋକପ୍ରିୟତା ସାରା ବିଶ୍ବରେ ପ୍ରସିଦ୍ଧ । ସନି ୨୦୧୭ରେ ଏକ ଛୋଟ ଝିଅକୁ ଆଡ଼ପ୍ଟ କରିଥିଲେ । ଏହା ପରେ ମାର୍ଚ୍ଚ ୨୦୧୮ରେ surrogacy ଦ୍ଵାରା ସନି ଦୁଇଟି ପୁଅଙ୍କର ମା ହୋଇଥିଲେ । ସେମାନଙ୍କ ନାମ ହେଉଛି ନୁହା ଏବଂ ଅସର । ସନି ନିଜ ଛୁଆ ମାନଙ୍କ ସହ କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରନ୍ତି ।

୨. ଶିଲ୍ପା ସେଟି

ଆମ ଲିଷ୍ଟର ଦ୍ଵିନମ୍ବରରେ ଅଛନ୍ତି ଶିଲ୍ପା ସେଟି । ୯୦ ଦଶକର ଅଭିନେତ୍ରୀ ଶିଲ୍ପା ସେଟିଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସେ ରାଜ କୁନ୍ଦ୍ରାହ ବିବାହ କରିଲା ପରେ ଶିଲ୍ପା ନିଜର ଫିଲ୍ମ କାରିୟରକୁ ତ୍ୟାଗ କରିଥିଲେ । ଶିଲ୍ପାଙ୍କ ଏକ ପୁଅ ଜନ୍ମ ହୋଇଥିଲା ହେଲେ ପୁଣି ଥରେ surrogacy ଦ୍ଵାରା ଶିଲ୍ପା ଏକ ଛୁଆଙ୍କୁ ଜନ୍ମ କରିଛନ୍ତି ।

୩. ଗୌରି ଖାନ

ଶାହାରୁଖ ଖାନଙ୍କ ପତ୍ନୀ ଗୌରି ଖାନଙ୍କୁ କିଏ ଅବା ନ ଜାଣିଛି । ୨୦୧୩ରେ ଏହି ଦୁଇଜଣ surrogacy ଦ୍ଵାରା ପୁଣି ମାତା ପିତା ହେବାର ସୁଖ ପାଇଥିଲେ । ସେ ତାଙ୍କର ପୁଅର ନାମ ରଖିଲେ ଆବ୍ରାମ । ହେଲେ ଆବ୍ରାମଙ୍କ ପୂର୍ବରୁ ଶାହାରୁଖ ଓ ଗୌରିଙ୍କ ଦୁଇଟି ଛୁଆ ଥିଲେ, ତାଙ୍କ ନାମ ହେଉଛି ସୁହାନା ଖାନ ଏବଂ ଆରିୟନ ଖାନ ।

୪. କିରନ ରାଓ

ବଲିଉଡ ଅଭିନେତା ଆମିର ଖାନଙ୍କ ପତ୍ନୀ କିରନ ରାଓ ଅଛନ୍ତି ଆମର ଚତୁର୍ଥ ନମ୍ବରରେ । ବଲିଉଡରେ ସର୍ବପ୍ରଥମେ ଏହି ଦୁଇଜଣ surrogacy ଦ୍ଵାରା ପିତା ମାତା ହୋଇଥିଲେ । ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା, ଯାହାର ନାମ ହେଉଛି ଆଜାଦ ରାଓ ।

୫. ସୋହେଲ ଖାନ

ବଲିଉଡର ସୁପର ଷ୍ଟାର ସଲମାନ ଖାନଙ୍କ ଭାଇ ଅଭିନେତା ସୋହେଲ ଖାନଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । ସୋହେଲ ଖାନ ୧୯୯୮ ମସିହାରେ ବିବାହ କରିଥିଲେ । ହେଲେ ଯେତେବେଳେ ତାଙ୍କୁ ଦ୍ଵିତୀୟ ପିଲାର ଆବଶ୍ୟକତା ହେଲା ସେତେବେଳେ ସେମାନେ ବୁଝାମଣା ସହ surrogacyର ସାହାରା ନେଇଥିଲେ । ଏହି କପଲ ୨୦୧୧ରେ ମାତା ପିତା ହୋଇଥିଲେ । ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା, ଯାହାର ନାମ ହେଉଛି ୟୁହାନ ଖାନ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ । ମନୋରଞ୍ଜନ ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *