Bobby Deol ଙ୍କ ସ୍ତ୍ରୀ ଙ୍କ ଠାରୁ ବି ଅଧିକ ସୁନ୍ଦର ଆଉ ଷ୍ଟାଇଲିସ ଲାଗନ୍ତି ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ, ଦେଖନ୍ତୁ ଫଟୋ

ବନ୍ଧୁଗଣ ୧୯୯୫ ମସିହାରେ ହିନ୍ଦୀ ଫିଲ୍ମ ‘ବର୍ଷାତ’ରୁ ନିଜ ବଲିଉଡ କ୍ୟାରିୟର ଆରମ୍ଭ କରିଥିବା ଅଭିନେତା ବବି ଦେଓଲ ନିଜର ପ୍ରଥମ ଫିଲ୍ମରେ ସୁପର ଷ୍ଟାର ହୋଇ ଯାଇଥିଲେ । ବଲିଉଡରେ ବବି ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି । ହେଲେ ସେ ତାଙ୍କ ପିତା ଧର୍ମେନ୍ଦ୍ରଙ୍କ ପରି ନାମ ଅର୍ଜନ କରି ପାରିଲେ ନାହିଁ । ୧୯୯୫ ମସିହାରେ ବବି ବଲିଉଡରେ ଏଣ୍ଟ୍ରି କରିବା ପରେ ୧୯୯୬ ମସିହାରେ ତାନିଆ ଆହୁଜା ନାମକ ଝିଅ ସହ ବିବାହ କରିଥିଲେ । ତାନିଆ ପ୍ରଫେସନରୁ କସଟ୍ୟୁମ ଡିଜାଇନର ଅଟନ୍ତି, ହେଲେ ସେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି ।

ତାନିଆ ମଧ୍ୟ ବହୁତ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି । ହେଲେ ବନ୍ଧୁଗଣ ଗୋଟେ ସମୟ ଏମିତି ମଧ୍ୟ ଥିଲା ଯେବେ ବବି ୯୦ ଦଶକର ଏକ ଅଭିନେତ୍ରୀଙ୍କୁ ପ୍ରେମ କରୁଥିଲେ । ଏହି ଅଭିନେତ୍ରୀ ଜଣକ ତାନିଆ ଦେଓଲଙ୍କ ଠାରୁ ମଧ୍ୟ ବହୁତ ଅଧିକ ସୁନ୍ଦର ନଜର ଆସନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ବନ୍ଧୁଗଣ ୯୦ ଦଶକରେ ବଲିଉଡ ଅଭିନେତା ବବି ଦେଓଲଙ୍କର ଅଫେୟାର ଥିଲା ଅଭିନେତ୍ରୀ ନୀଲମ କୋଠାରିଙ୍କ ସହିତ । ଏହି ଦୁଇଜଣ ନିଜ ରିଲେସନ ପାଇଁ ବହୁତ ଅଧିକ ସିରିଅସ ଥିଲେ ଓ ବିବାହ ମଧ୍ୟ କରିବାକୁ ଯାଉଥିଲେ । ଏମାନେ ନିଜ ସମ୍ପର୍କ ବିଷୟରେ କେବେ ହେଲେ ଖୋଲିକି ନ କହିଲେ ମଧ୍ୟ ଏମାନଙ୍କ ଅଫେୟାରର ଚର୍ଚା ମିଡିଆରେ ବହୁତ ହେଉଥିଲା ।


ଦର୍ଶକ ମାନେ ମଧ୍ୟ ଜାଣିଥିଲେ ଏହି ଦୁଇଜଣ ଆଗାମୀ ସମୟରେ ବିବାହ କରିବେ । ପାଞ୍ଚ ବର୍ଷ ରିଲେସନରେ ରହିବା ପରେ ଏହି ଦୁଇଜଣ ଅଲଗା ହୋଇ ଯାଇଥିଲେ । ଏହା ଦ୍ଵାରା ବଲିଉଡରେ ଏମାନେ ଆହୁରି ଅଧିକ ଚର୍ଚାରେ ରହିଥିଲେ । ବହୁତ ଲୋକଙ୍କ ମତରେ ସେତେବେଳେ ଧର୍ମେନ୍ଦ୍ର ଏହି ସମ୍ପର୍କକୁ ଆପଣେଇବା ପାଇଁ ଚାହୁଁ ନଥିଲେ ଓ ଅନ୍ୟ କେତେକ ଲୋକଙ୍କ ମତରେ ସେତେବେଳେ ବବିଙ୍କ ଜୀବନରେ ପୂଜା ଭଟ୍ଟ ଆସି ଯିବାରୁ ବବି ନୀଲମଙ୍କ ଠାରୁ ଅଲଗା ହୋଇଗଲେ ବୋଲି ଚର୍ଚା ହେଉଥିଲା ।

ହେଲେ ବ୍ରେକଅପର କିଛି ବର୍ଷ ପରେ ନୀଲମ ଏକ ଇଣ୍ଟରଭ୍ୟୁ ମାଧ୍ୟମରେ ବବି ଓ ନିଜର ଅଫେୟାର ବିଷୟରେ କହିଥିଲେ । ତାଙ୍କ ମତରେ ବବି ଓ ସେ ପରସ୍ପର ସହ ବୁଝାବଣା ହୋଇ ବ୍ରେକଅପ କରିଥିଲେ, ଏଥିରେ କୌଣସି ଲୋକର ହାତ ନଥିଲା । ହେଲେ ଅଭିନେତ୍ରୀ ନୀଲମ କୋଠାରି ବବି ଦେଓଲଙ୍କ ପତ୍ନୀ ତାନିଆ ଦେଓଲଙ୍କ ଠାରୁ ବହୁତ ଅଧିକ ସୁନ୍ଦର ଓ ଷ୍ଟାଇଲିସ ନଜର ଆସନ୍ତି ।

ଆଜି ମଧ୍ୟ ନୀଲମ ସୁନ୍ଦରତା ମାମଲାରେ ବଲିଉଡର କେତେକ ଫେମସ ଅଭିନେତ୍ରୀଙ୍କ ଠାରୁ ଆଗରେ ଅଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ନୀଲମଙ୍କର ସୁନ୍ଦରତାର ବହୁତ ଚର୍ଚା ଓ ପ୍ରଶଂସା କରାଯାଏ । ବଲିଉଡରେ ନୀଲମ ସଲମାନ ଖାନ ଓ ଶାହରୁଖ ଖାନଙ୍କ ପରି ବଡ ବଡ ଅଭିନେତାଙ୍କ ସହ ଅଭିନୟ କରିଛନ୍ତି । ନୀଲମ ବିଜନେସ ମ୍ୟାନ ସମୀର ସୋନିଙ୍କ ସହ ବିବାହ କରିଛନ୍ତି ଓ ବର୍ତ୍ତମାନ ନୀଲମ ଓ ବବି ନିଜର ବୈବାହିକ ଜୀବନରେ ବହୁତ ଖୁସିରେ ଅଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *