ବିଶ୍ଵକୁ ଘାରିଛି 5G ଭୟ, ଉଡିବାକୁ ଡରିଲେଣି ବିମାନ ! କଣ ବନ୍ଦ ହୋଇଯିବ 5G ସେବା ? ବିମାନ ଗୁଡିକୁ କିପରି ଆଫେକ୍ଟ କରୁଛି ଏହି 5G ସେବା ?

ବନ୍ଧୁଗଣ ବର୍ତ୍ତମାନର ଡିଜିଟାଲ ଦୁନିଆରେ ସମସ୍ତ ଲୋକ ଇଣ୍ଟର୍ନେଟ ସେବାକୁ ବହୁତ ମାତ୍ରାରେ ଉପଭୋଗ କରୁଛନ୍ତି । ତେବେ ଦୀର୍ଘ ଦିନ ଧରି ଦୁନିଆରେ 4G ସେବା ଚାଲିଥିବା ବେଳେ ଏବେ ଆମେରିକାରେ ଆରମ୍ଭ ହୋଇଯାଇଛି 5G ସେବା ଯାହାକୁ ନେଇ ଆତଙ୍କିତ ହୋଇଛି ପୁରା ବିଶ୍ଵ । ବିଶେଷ କରି ଆମେରିକା ଯିବାକୁ ଭୟ କଲେଣି ବହୁତ ବିମାନ କମ୍ପାନୀ । ବନ୍ଧୁଗଣ ଏହି ଖବରଟି ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ମିଡିଆ ରିପୋର୍ଟସ ଅନୁସାରେ ବର୍ତ୍ତମାନ ଆମେରିକାରେ ଆରମ୍ଭ ହୋଇଯାଇଛି 5G ସେବା ଓ ଏହି 5G ସେବା ପାଇଁ ବିମାନ କମ୍ପାନୀ ମାନେ ଆମେରିକା ଯିବାକୁ ଭୟବିତ ହେଲେଣି । କାରଣ ଏହି 5G ସେବା ପାଇଁ ବିମାନର ଇଞ୍ଜିନ ଓ ବ୍ରେକ୍ ଖରାପ ହୋଇଯିବାର ଆଶଙ୍କା ରହିଛି ।

ଯାହାକୁ ନେଇ ବିମାନ ଗୁଡିକ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଏୟାର ଇଣ୍ଡିଆ ଠାରୁ ଆରମ୍ଭ କରି ଜାପାନ ଏୟାର ଲାଇନ୍ସ ଆଦି ସଂସ୍ଥା ଆମେରିକାକୁ ସେମାନଙ୍କର ବିମାନ ଉଡାଣ ବାତିଲ କରିଦେଇଛନ୍ତି । ଏୟାର ଇଣ୍ଡିଆ ୮ଟି ବିମାନର ଉଡାଣ ବାତିଲ କରିଛି ସେଗୁଡିକ ହେଉଛି ଦିଲ୍ଲୀ ନିଉୱାର୍କ, ଦିଲ୍ଲୀ ଚିକାଗୋ, ଦିଲ୍ଲୀ ସାନ୍ସଫ୍ରାନ୍ସସିସ୍କୋ ଓ ଦିଲ୍ଲୀ ନେୟୱକ । ଏହି ରୁଟ୍ ରେ ଯାତ୍ରା କରୁଥିବା ବିମାନ ଗୁଡିକର ଉଡାଣକୁ ସଂପୂର୍ଣ୍ଣ ବାତିଲ କରାଯାଇଛି ।

ଅନ୍ୟ କମ୍ପାନୀ ଗୁଡିକ ଆମେରିକାର ପ୍ରମୁଖ ସହର ତଥା ସାନଫ୍ରାନସିସ୍କୋ, ଡାଲ୍ସଫୁର୍ଡଅର, ସିଆଟେଲ, ମିୟାମୀ, ଅର୍ଲାଣ୍ଡୋ, ନ୍ୟୁୱାର୍କ, ଚିକାଗୋ ଓ ବୋଷ୍ଟର୍ନ ଆଦିକୁ ଯାତ୍ରା କରିବାକୁ ଥିବା ବିମାନ ଉଡାଣକୁ ରଦ୍ଧ କରିଛନ୍ତି । ଏୟାର ଇଣ୍ଡିଆ ଟ୍ବିଟ କରି କହିଛି ଯେ, ଆମେରିକାରେ 5G ସେବା ଆରମ୍ଭ ହୋଇଥିବାରୁ ସେଠାକୁ ଯିବା ବିମାନ ଉଡାଣି ସାରଣୀରେ ସଂଶୋଧନ ଓ ପରିବର୍ତ୍ତନ କରାଯାଇଛି ।

ଇମିରେଡ୍ସ ଏୟାର ଲାଇନ୍ସ ମଧ୍ୟ ଏହାର ଯାତ୍ରୀ ମାନଙ୍କୁ ଉଡାଣ ସାରଣୀରେ ହୋଇଥିବା ପରିବର୍ତ୍ତନ ବିଷୟରେ ଅବଗତ କରିଛି । ଜାପାନ ଏୟାର ଲାଇନ୍ସ ମଧ୍ୟ ସମାନ କାରଣ ଲାଗି ଆମେରିକା ଯିବାକୁ ଥିବା ବିମାନ ଗୁଡିକର ଉଡାଣ ରଦ୍ଧ କରିଛି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *