ମିସ ୱାଲ୍ଡ ହେବା ଆଗରୁ ଏମିତି ଦେଖା ଯାଉଥିଲେ ଏଶ୍ୱର୍ୟା ରାୟ ବଚ୍ଚନ, ଏମିତି ହିଁ କୁହା ଯାଏନି ତାଙ୍କୁ ‘ହୁସ୍ନ କି ମଲିକା’

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଏବଂ ପୂର୍ବ ବିଶ୍ଵ ସୁନ୍ଦରୀ ଏଶ୍ଵର୍ୟା ରାୟ ବଚ୍ଚନ ସୋସିଆଲ ମିଡିଆରେ ନିଜର ସୁନ୍ଦର ଫଟୋକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ତାଙ୍କ ସୁନ୍ଦରତା ଏମିତିକି କେବଳ ଆମ ଦେଶରେ ନୁହେଁ ବିଦେଶରେ ମଧ୍ୟ ତାଙ୍କର ବହୁତ ଫ୍ୟାନ୍ ଅଛନ୍ତି । ଏଶ୍ଵର୍ୟା ୧୯୯୪ ରେ ମିସ୍ ଓ୍ୱାଲ୍ଡ ର କିତବା ଜିତି ପୁରା ଦୁନିଆରେ ଭାରତର ନାମ ପ୍ରସିଦ୍ଧ କରିଥିଲେ । ତାପରେ ସେ ଯେବେ ଫିଲ୍ମ୍ ଦୁନିଆରେ ପାଦ ରଖିଲେ ସଫଳତା ହାସଲ କରି ଚାଲିଲେ । ଏଶ୍ଵର୍ୟାଙ୍କ ସୁନ୍ଦର ଫଟୋ ଇଣ୍ଟରନେଟରେ ସବୁବେଳେ ଚର୍ଚ୍ଚାରେ ରହିଥାଏ, କିନ୍ତୁ ଏଠାରେ ଏମିତି କିଛି ଫଟୋ ଭାଇରଲ ହେଉଛି ଯାହା ତାଙ୍କ ମିସ୍ ଓ୍ୱାଲ୍ଡ ହେବା ପୂର୍ବରୁ ଓ ତାଙ୍କ ଟୁର ସମୟର ଅଟେ ।

ଏହି ପ୍ରଶ୍ନରୁ ମିସ୍ ଓ୍ୱାଲ୍ଡ ବନିଥିଲେ ଏଶ୍ଵର୍ୟା

 

ଜଣେଇ ଦେଉଛୁ କିଏଶ୍ଵର୍ୟା ୧୯ ନଭେମ୍ବର ୧୯୯୪ ରେ ମିସ୍ ଓ୍ୱାଲ୍ଡର କିତାବ ଜିତି ଥିଲେ । ଏହା ଦ୍ଵିତୀୟ ଥର ହୋଇଥିଲା ଯେତେବେଳେକି କି ଭାରତୀୟ ମହିଳା ମିସ୍ ଓ୍ୱାଲ୍ଡ ଜିତି ଥିଲେ । ସେହି ସମୟରେ ଏଶ୍ଵର୍ୟାଙ୍କୁ ୨୧ ବର୍ଷ ବୟସ ହୋଇଥିଲା । ଏହି ପ୍ରତିଯୋଗିତାରେ ୮୬ ଜଣ ସୁନ୍ଦରୀ ଭାଗ ନେଇଥିଲେ ସମସ୍ତଙ୍କୁ ପଛରେ ପକାଇ ଏଶ୍ଵର୍ୟା କିତାବ ନିଜ ନାମରେ କରିଥିଲେ । ଏଶ୍ଵର୍ୟା ଙ୍କୁ ମିସ୍ ଓ୍ୱାଲ୍ଡ ପାଇଁ ପଚରା ଯାଇଥିବା ପ୍ରଶ୍ନର ସେ ଏମିତି ଉତ୍ତର ଦେଇଥିଲେ କି ଜଜ୍ ବି ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ତାଙ୍କୁ ମୁକୁଟ ପିନ୍ଧାଇ ଦିଆଯାଇଥିଲା ।

ଏଶ୍ଵର୍ୟା ଙ୍କୁ ପ୍ରଶ୍ନ ପଚରା ଯାଇଥିଲା କି ଯଦି ଆପଣ ଆଜି ବିଶ୍ଵ ସୁନ୍ଦରୀ କିତାବ ଜିତି ଯାଆନ୍ତି ତାହେଲେ ଆପଣ କଣ କରିବେ ? ତା ସାଙ୍ଗରେ ୧୯୯୪ ମିସ୍ ଓ୍ୱାଲ୍ଡଙ୍କ ମଧ୍ୟରେ କେଉଁ ଗୁଣ ରହିବା ଦରକାର ? ଏହାର ଜବାବରେ ଏଶ୍ଵର୍ୟା କହିଥିଲେ କି ଆମେ ଆଜି ପର୍ଯ୍ୟନ୍ତ ଯେତେ ବି ମିସ୍ ଓ୍ୱାଲ୍ଡଙ୍କୁ ଦେଖିଛୁ ତାଙ୍କ ଭିତରେ ଦୟା ଭାବନା ଭରପୂର ରହିଥାଏ । ଏ ଦୟା କେବଳ ବଡ଼ ଲୋକଙ୍କ ପାଇଁ ନୁହେଁ ସେମାନଙ୍କ ପାଇଁ ମଧ୍ୟ ଥିଲା ଯାହା ପାଖରେ କିଛି ବି ନଥିଲା । ଆମେ ଏମିତି ଲୋକଙ୍କୁ ଦେଖୁଛୁ ଯିଏ ଲୋକଙ୍କ ଜୀବନ ବନେଇଛନ୍ତି । ୱାରିୟର ରାଷ୍ଟ୍ରୀୟତା ଓ ରଙ୍ଗଠୁ ଆଗକୁ ଦେଖିପାରନ୍ତି । ଆମକୁ ତାଙ୍କ ଠାରୁ ଆହୁରି ଆଗକୁ ଦେଖିବାର ଅଛି ତେବେ ଯାଇ ଏକ ଅସଲି ମିସ ୱାଲ୍ଡ ବାହାରିବ ।

ଟୁର ସମୟର ଫଟୋ ଭାଇରଲ

ଏଶ୍ଵର୍ୟାଙ୍କ ଭିତରେ ମିସ୍ ଓ୍ୱାଲ୍ଡ ହେବାର ସବୁ ଗୁଣ ଥିଲା । ମିସ୍ ଓ୍ୱାଲ୍ଡ ବୁଲିବା ସମୟରେ ସେ ବହୁତ ଜାଗାରେ ଶାଢ଼ୀ ପିନ୍ଧିଥିଲେ ଯେଉଁ ଥିରେ ସେ ବହୁତ ସୁନ୍ଦର ଦେଖା ଯାଉଥିଲେ।

ଗୋଟିଏ ଫଟୋରେ ଏଶ୍ଵର୍ୟା ଗୁଡବିଲ୍ ଆସାଇମେଣ୍ଟ ପାଇଁ ବିଶେଷ କରି ଡିଜାଇନ କରିଥିବା ରିତୁ କୁମାରଙ୍କ ଶାଢ଼ୀ ପିନ୍ଧିଥିଲେ । ମିସ୍ଓ୍ୱାଲ୍ଡ ହେବା ପୂର୍ବରୁ ଏଶ୍ଵର୍ୟା ମଡେଲିଂ କରୁଥିଲେ ଏହି ଫଟୋ ସେହି ସମୟର ଅଟେ । ବନ୍ଧୁଗଣ ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ ଆଉ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *