ବନ୍ଧୁଗଣ ନମସ୍କାର, ୦୧୦୬ ବାଇକ୍ ରେ ୨ଜଣ ବସି ଯିବା ମନା । ରାଜ୍ୟ ସରକାର ଜାରି କରିଥିବା ନୂଆ ଗାଇଡ଼ଲାଇନ୍ ରେ ଏ ନେଇ ଉଲ୍ଲେଖ ରହିଛି । ଏହା ସହିତ କାର୍ କିମ୍ବା ଅନ୍ୟ ଚାରି ଚକିଆ ରେ ଡ୍ରାଇଭର ଙ୍କ ବ୍ୟତୀତ ଆଉ ୨ଜଣ ଯାତ୍ରୀ ହିଁ ଯାଇ ପାରିବେ ।
ସୂଚନାନୁସାରେ, ରାଜ୍ୟ ସରକାର ଲକଡାଉନ ର ଅବଧି କୁ ବୃଦ୍ଧି କରିଛନ୍ତି । ମେ ମାସ ୩୧ ତାରିଖ ରେ ଲକଡାଉନ ସରିଥାନ୍ତା । କିନ୍ତୁ କୋରନା ର ବର୍ଦ୍ଧିତ ମାମଲା ଓ ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଏହାକୁ ଜୁନ ୧୭ ସକାଳ ୫ଟା ପର୍ଯ୍ୟନ୍ତବୃଦ୍ଧି କରାଯାଇଛି । ଏହି ସମୟ ରେ କଟକଣା କୁ କଡ଼ାକଡ଼ି କରାଯାଇଛି ।
ସରକାର ଙ୍କ ଗାଇଡ଼ଲାଇନ୍ ଅନୁସାରେ, କେବଳ ଅତ୍ୟାବଶ୍ୟକ ସେବା ଯୋଗାଉଥିବା କର୍ମଚାରୀ ଓ ବ୍ୟକ୍ତି ବିଶେଷ ହିଁ ଯାତାୟତ କରି ପାରିବେ । ଏହି ସମୟ ରେ କାର୍ ରେ ଡ୍ରାଇଭର ଙ୍କ ସହିତ ଆଉ ୨ଜଣ ଯାତ୍ରୀ କାର୍ ର ପଛ ସିଟ୍ ରେ ଓ ବାଇକ ରେ କେବଳ ଜଣେ ହିଁ ଯାଇପାରିବେ ।
କୋରନା ଟେଷ୍ଟିଂ, ଟୀକାକରଣ, ବିବାହ କାର୍ଯ୍ୟକ୍ରମ, ବିମାନ ବନ୍ଦର, ଷ୍ଟେସନ୍, ଅନ୍ତିମ ସଂସ୍କାର ଓ ଜରୁରୀ ସେବା ଯୋଗାଉଥିବା ବ୍ୟକ୍ତି ଙ୍କ ପାଇଁ ଏହି ନିୟମ ରହିଛି । ଅଟୋ, ଟ୍ୟାକ୍ସି ଆଦି ବନ୍ଦ ରହିବ । ଏହା ବ୍ୟତୀତ ଅନ୍ୟ ସାଧାରଣ ଚଳପ୍ରଚଳ ସମ୍ପୂର୍ଣ୍ଣ ଭାବରେ ବନ୍ଦ ରହିବ । ଏପରିକି ବସ ଚଳାଚଳ ମଧ୍ୟ ଜୁନ ୧୭ ତାରିଖ ସକାଳ ୫ ଟା ପର୍ଯ୍ୟନ୍ତ ବନ୍ଦ ରହିବ ।