ବନ୍ଧୁଗଣ ଆଜିକାଲି ଦୁନିଆରେ ଏପରି ସବୁ ଘଟଣା ଘଟୁଛି ଯାହା ସମସ୍ତ ସ୍ଥାନରେ ଚର୍ଚାର ବିଷୟ ପାଲଟୁଛି । ସାଧାରଣତଃ ଏହି ସବୁ ଘଟଣା ଗୁଡିକର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଛି । ଆପଣ ମାନେ ସମସ୍ତେ ଏହି ସବୁ ଘଟଣା ବିଷୟରେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ଗତ କିଛି ମାସ ତଳେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । ଏହି ଭିଡିଓରେ ଜଣେ ବୃଦ୍ଧ ଲେବର ବା ମୁଲିଆ ଇଂରାଜୀ ଭାଷାରେ ଇନ୍ଦ୍ରା ଗାନ୍ଧୀ ଓ ମୋଦୀ ସରକାରଙ୍କ ମଧ୍ୟରେ ଥିବା ଅନ୍ତର ବିଷୟରେ କହିଥିଲା ।

ଆଜି ଆମେ ଆପଣ ମାନଙ୍କୁ ଏହି ଭିଡିଓ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ସାଧାରଣତଃ ଆମ ଦେଶରେ ମୁଲିଆ ବା ଦିନ ମଜୁରିଆ ମାନେ ଅଧିକ ପାଠ ପଢିନଥାନ୍ତି । ନିଜ ଆର୍ଥିକ ଅବସ୍ତାକୁ ଦେଖି ସେମାନେ ଦିନ ରାତି କଷ୍ଟ କରିଥାନ୍ତି । ହେଲେ କେବେ ବି କାହାକୁ କମ ଭାବିବା ଉଚିତ ନୁହେଁ ।
ଭାଇରାଲ ହେଉଥିବା ଏହି ଭିଡିଓରେ ଜଣେ ବୃଦ୍ଧ ଲେବର ଇଂରାଜୀ ଭାଷା କହି ସମସ୍ତଙ୍କ ହୋସ ଉଡାଇ ଦେଇଥିଲେ । ଲେବରଙ୍କ ମତରେ, ତାଙ୍କୁ କମ ଦରକାର । ଯଦି ମୋଦୀ ସରକାର ତାଙ୍କୁ କାମ ନଦେବ ତା ହେଲେ ସେମାନେ ବଞ୍ଚିବେ କେମିତି । ସେ କାମ କରିବାକୁ ଚାହୁଁଛନ୍ତି । ରୋଜଗାର ନମିଳିବାରୁ ସେ ଭୋକରେ ସଉଛନ୍ତି । ମୋଦୀ ସରକାର ରୋଜଗାରର ଉପାୟ କରୁ ନାହାନ୍ତି ବୋଲି ସେ କହିଛନ୍ତି ।
ଆଗକୁ ଲେବର ଜଣକ କହିଛନ୍ତି, ବିନା କାମରେ ମୁ କେମିତି ବଞ୍ଚିବି । ଯେତେବେଳେ ଲେବରଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ପଚରା ଗଲା ସେତେବେଳେ ଲେବର କହିଲେ ଯେ, ସେ ଗ୍ରାଜୁଏସନ କରିଛନ୍ତି ହେଲେ ସେ ସେହି ସମୟରେ ଚାକିରି ଉପରେ ଅଧିକ ଧ୍ୟାନ ଦେଇପାରିଲେ ନାହିଁ ।

ଲେବରଙ୍କ ମତରେ, ତାଙ୍କ ସମୟରେ ଇନ୍ଦ୍ରା ଗାନ୍ଧୀ ଦେଶର ପ୍ରଧାନ ମନ୍ତ୍ରୀ ଥିଲେ । ସେହି ସମୟରେ ଇନ୍ଦ୍ରା ଗାନ୍ଧୀ ବେସ୍ଟ ଥିଲେ କାରଣ ସେହି ସମୟରେ ସମସ୍ତେ କାମ କରିପାରୁ ଥିଲେ । ଏବେ ମୋଦୀ ବି ବେସ୍ଟ ଅଛନ୍ତି ହେଲେ ଆମ ମାନଙ୍କ କାମ ପାଇଁ କିଛି ଉପାୟ କରୁ ନାହାନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଲେବରଙ୍କ କଥା କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

