ମହାଖୁଲାସା: ଡ୍ରଗ୍ସ ଡିଲର କହିବାନୁସାରେ ନଷ୍ଟ କରାଗଲା ହାର୍ଡ ଡ୍ରାଇଭ, SSR ଙ୍କୁ କରାଗଲା ବେହୋସ

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ଏମିତି ବହୁତ ବଡ ବଡ ଖୁଲାସା ସାମ୍ନାକୁ ଆସିଛି । ସୁଶାନ୍ତ ସିଂହ ରାଜପୁତଙ୍କ କେସରେ ବର୍ତ୍ତମାନ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ବିଷୟରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ତାହା ହେଉଛି ସୁଶାନ୍ତଙ୍କ ଘରେ ୮ ଟି ହାର୍ଡ ଡ୍ରାଇଭ ନଷ୍ଟ କରାଯାଇଥିଲା । ଏହି ମାମଲା ୮ ଜୁନରେ ହୋଇଥିଲା । ବର୍ତ୍ତମାନ ସମସ୍ତେ ଏହା ଜାଣିବାକୁ ଚାହୁଁଛନ୍ତି ଯେ ସେହି ହାର୍ଡ ଡ୍ରାଇଭରେ କଣ ଥିଲା ଓ କାହିଁକି ହାର୍ଡ ଡ୍ରାଇଭକୁ ନଷ୍ଟ କରାଯାଇଥିଲା ।

ଏହାର ତଦନ୍ତ ପାଇଁ ଆଇଟି ପ୍ରଫେସନାଲ ମାନଙ୍କୁ ମଧ୍ୟ ଡକା ଯାଇଥିଲା । ଏହି ପୁରା ମାମଲାରେ ଏକ ବହୁତ ବଡ ଡ୍ରଗ୍ସ ଡିଲରର ରୋଲ ସାମ୍ନାକୁ ଆସିଛି । ଏହି ହାର୍ଡ ଡ୍ରାଇଭକୁ ନଷ୍ଟ କରିବା ପରେ ସୁଶାନ୍ତଙ୍କ ହତ୍ୟାର ଯୋଜନା କରାଯାଇଥିଲା । ଯାହା ଫଳରେ ୬ ଦିନ ପରେ ସୁଶାନ୍ତଙ୍କ ହତ୍ୟା କରାଯାଇଥିଲା ।

ଏହି ମାମଲାକୁ ନେଇ ସିଦ୍ଧାର୍ଥ ପିଠାନୀ ଏକ ବଡ ଖୁଲାସା ସାମ୍ନାକୁ ଆଣିଛନ୍ତି । ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏହି ସମସ୍ତ ମାମଲା ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ । ସିବିଆଇ ସୁଶାନ୍ତଙ୍କ କେସର ତଦନ୍ତ କରିବା ଦ୍ଵାରା ଏହି କେସ ସହ ଜଡିତ ସମସ୍ତ ସାକ୍ଷ ପ୍ରମାଣକୁ ପଚରା ଉଚରା କରିଛି । ଏହା ଦ୍ଵାରା ସିବିଆଇ ସିଦ୍ଧାର୍ଥ ପଠାନୀଙ୍କୁ ମଧ୍ୟ ପଚରା ଉଚରା କରିଥିଲା । ଏହା ଦ୍ଵାରା ୮ ଜୁନର ପୁରା ରହସ୍ୟ ସାମ୍ନାକୁ ଆସିଥିଲା । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସିଦ୍ଧାର୍ଥ ପିଠାନୀ ୮ ଜୁନ ବିଷୟରେ କଣ କହିଛନ୍ତି ।

ସିଦ୍ଧାର୍ଥଙ୍କ ମତରେ ୮ ଜୁନର ସକାଳ ସମୟରେ ସବୁକିଛି ସାମାନ୍ଯ ଥିଲା । ହେଲେ କିଛି ସମୟ ପରେ ରିୟା ଚକ୍ରବର୍ତ୍ତୀ ଓ ସୁଶାନ୍ତ ମଧ୍ୟରେ ସେହି ଦିନ ଝଗଡା ହୋଇଥିଲା । ଏହି ଝଗଡା ବହୁତ ବଢିଯାଇଥିଲା, ଯାହା ଫଳରେ ରିୟା ଫୋନରେ କାହା ସହ କଥା ହେବାକୁ ଲାଗିଲେ ଓ ସୁଶାନ୍ତ ନିଜ ରୁମକୁ ଚାଲି ଯାଇଥିଲେ । ଏହା ପରେ ସୁଶାନ୍ତ କଫି ମାଗିଥିଲେ ଓ ତାଙ୍କୁ କଫି ଦିଆଯାଇଥିଲା । ହେଲେ ସେହି କଫିରେ ୪ ବୁନ୍ଦା ଏମଡି ମିଶାଇ ସୁଶାନ୍ତଙ୍କୁ ଦିଆଯାଇଥିଲା ।

ଯାହାଫଳରେ ସୁଶାନ୍ତ ସିଂହ ରାଜପୁତ ବେହୋସ ହୋଇଯାଇଥିଲେ । ସେହି ସମୟରେ ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କ ଘର ଠିକଣା କୌଣସି ଲୋକକୁ ଦେଉଥିଲେ । ଏହାର କିଛି ସମୟ ପରେ ରିୟା ଚକ୍ରବର୍ତ୍ତୀ ଆଇଟି ପ୍ରଫେସନାଲ ମାନଙ୍କୁ ନେଇ ଆସିଥିଲେ ଓ ସୁଶାନ୍ତ ଙ୍କ ଘରେ ଥିବା ୮ଟି ହାର୍ଡ ଡ୍ରାଇଭକୁ ନେଇ ଆଇଟି ପ୍ରଫେସନାଲ ମାନଙ୍କୁ ଦେଇଥିଲେ । ଏହା ପରେ ସୁଶାନ୍ତଙ୍କ ହାର୍ଡ ଡ୍ରାଇଭକୁ ନଷ୍ଟ କରଯାଇଥିଲା ।

ସେହି ହାର୍ଡ ଡ୍ରାଇଭରେ ଥିବା ସମସ୍ତ ତଥ୍ୟକୁ ରିୟା ନଷ୍ଟ କରିଥିଲେ, ଯେମିତି ରିୟାଙ୍କ ଉପରେ କୌଣସି ସମସ୍ଯା ନ ଆସିବ । ସେହି ସମୟରେ ସିଦ୍ଧାର୍ଥ ପିଠାନୀ ଓ ଦିପେଶ ସାବନ୍ତ ମଧ୍ୟ ଥିଲେ । ସେହି ସମୟରେ ସୁଶାନ୍ତ ସିଂହ ରାଜପୁତ ନିଜ ରୁମରେ ବେହୋସ ଥିଲେ, ସୁଶାନ୍ତଙ୍କ ପିଠି ପଛରେ ଏହା ସବୁ ହୋଇଥିଲା । ସିଦ୍ଧାର୍ଥ ପିଠାନୀଙ୍କ ଏହି ଖୁଲାସା ପରେ ରିୟାଙ୍କ ସହ ସିବିଆଇ ପଚରା ଉଚରା କରିବାକୁ ଯାଉଛି ।

ଏଥିରେ ଆପଣଙ୍କ ମତାମତ ଆମକୁ ନିଶ୍ଚୟ ଜଣାନ୍ତୁ ଓ ଆଗକୁ ବଲିଉଡର ସବୁ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *