ACF Soumya Ranjan ଡେଥ ମିଷ୍ଟ୍ରି- ସୌମ୍ଯଙ୍କ ମୃତ୍ୟୁ ମାମଲାରେ ମିଡିଆ କୁ କିଛି ଏମିତି ଜବାବ ଦେଲେ ପତ୍ନୀ ବିଦ୍ୟା ଭାରତୀ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ଆପଣ ମାନେ ବର୍ତ୍ତମାନ ର ବ୍ରେକିଂ ନ୍ୟୁଜ ନିଶ୍ଚିତ ଦେଖିଥିବେ ଏବଂ ଜାଣି ବି ଥିବେ କି ପାରଳାଖେମୁଣ୍ଡି ର ଏସିଏଫ ସୌମ୍ୟରଂଜନ ମହାପାତ୍ର ଙ୍କ ମୃତ୍ୟୁ ଖବର ସମ୍ପର୍କରେ ।

ତେବେ ତାଙ୍କର ରହସ୍ୟ ଜନକ ମୃତ୍ୟୁ କୁ ନେଇ ବର୍ତ୍ତମାନ ବହୁତ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ତେବେ ସୌମ୍ୟ ଙ୍କ ବାପା ମାଆ ନିଜ ବୋହୁ ବିଦ୍ୟା ଭାରତୀ ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି କି ଦୁଇ ଜଣ ସ୍ୱାମୀ ସ୍ତ୍ରୀ ଙ୍କ ଭିତରେ କୌଣସି ଭଲ ସମ୍ପର୍କ ନଥିଲା । ବିଦ୍ୟା ଡ଼ିଏଫଓ ସଂଗ୍ରାମ କେଶରୀ ଙ୍କ ସହ ଅନୈତିକ ସମ୍ପର୍କ ରହିଛି ଏବଂ ସେ ତାଙ୍କ ପୁଅ ଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ବୋଲି ମଧ୍ୟ ଅଭିଯୋଗ ଆଣିଛନ୍ତି ।

ଏହା ଛଡା ସୌମ୍ୟ ଙ୍କୁ ଯେତେବେଳେ ହସ୍ପିଟାଲରେ ନେବା ବେଳେ ଆମ୍ବୁଲାନ୍ସ କୁ ଅଟକାଇ ଘର ଭିତରକୁ ଯାଇ ସୁନା ଗହଣା ଏବଂ ମୋବାଇଲ ନେବାକୁ ଯାଇଥିଲେ ଏବଂ ସେହି ବ୍ୟାଗ କୁ ନେଇ ବିଦ୍ୟା ନିଜ ମାଆ ଙ୍କୁ ଦେଇଥିଲେ । ତେଣୁ ସୌମ୍ୟ ଙ୍କ ମାତା ପିତା ନିଜ ବୋହୁ ଙ୍କୁ ସନ୍ଦେହ ଦୃଷ୍ଟି ରେ ଦେଖିଛନ୍ତି ତେବେ ଏହି ସବୁ ଅଭିଯୋଗ କୁ ଖାରଜ କରିଛନ୍ତି ।

ତେବେ ଏହି ସବୁ ସମ୍ପର୍କରେ ମିଡ଼ିଆ ଵାଲା ବିଦ୍ୟା ଭାରତୀ ଙ୍କ ଘରକୁ କିଛି ପ୍ରଶ୍ନ ଉତ୍ତର କରିବା ତଥା ତାଙ୍କର ଏହି ମାମଲା ରେ ଇଣ୍ଟରଭିଉ ପାଇଁ ମିଡ଼ିଆ ଵାଲା ବିଦ୍ୟା ଭାରତୀ ଙ୍କ ଘର ବାହାରେ ଛିଡ଼ା ହୋଇ ରହିଥିଲେ ଏବଂ ତାଙ୍କୁ ବାହାରକୁ ଆସିବା ପାଇଁ ତାଙ୍କ ବାପାଙ୍କୁ କହିଥିଲେ ।

ତେବେ ଅନେକ ସମୟ ପରେ ବିଦ୍ୟା ଭାରତୀ ବାହାରକୁ ଆସିଥିଲେ ଏବଂ ମିଡ଼ିଆ ବାଲାଙ୍କ ଆଗରେ ହାତ ଯୋଡ଼ି କ୍ଷମା ମାଗିଥିଲେ ଏବଂ କହିଥିଲେ କି ଆପଣ ମାନେ ଅନେକ ସମୟ ରୁ ମୋତେ ଅପେକ୍ଷା କରି ରହିଛନ୍ତି କିନ୍ତୁ ମୋର ସ୍ୱାସ୍ଥ୍ୟ ଗତ ଅବସ୍ଥା ଖରାପ ଅଛି ମୁଁ କୌଣସି ବି କଥା ବାର୍ତ୍ତା ପାଇଁ ବର୍ତ୍ତମାନ ପ୍ରସ୍ତୁତ ନୁହେଁ ।

କିନ୍ତୁ ଆପଣ ଅନେକ ସମୟରୁ ଅପେକ୍ଷା କରି ରହିଥିବାରୁ ମୁଁ ନିଜକୁ କଷ୍ଟ ଦେଇ ବାଧ୍ୟ ହୋଇ ଆପଣଙ୍କ ଆଗରେ କ୍ଷମା ମାଗିବାକୁ ଆସିଛି ତେବେ ମିଡ଼ିଆ ଵାଲା ଯେତେ ପଚାରିଲେ ଏବଂ ଆପଣ ଆମକୁ ଏହି ବିଷୟରେ ସାହାର୍ଯ୍ୟ କରନ୍ତୁ କହିଲେ ମଧ୍ୟ ବିଦ୍ୟା କିଛି ଶୁଣି ନଥିଲେ ଏବଂ ଘର ଭିତରକୁ ଚାଲିଯାଇଥିଲେ ।

Leave a Reply

Your email address will not be published. Required fields are marked *