ଦେଖନ୍ତୁ Video: ବିଦ୍ୟା କହିଲେ ନାଲି ପୁଟୁଳିର ରହସ୍ୟ, ଥରେ ଶୁଣନ୍ତୁ ସେ କଣ କହୁଛନ୍ତି ଆପଣ ବି ହେବେ ଆଶ୍ଚର୍ଯ୍ୟ !

ବନ୍ଧୁଗଣ ସ୍ଵାମୀଙ୍କ ମୃତ୍ୟୁ ପରେ ବିଦ୍ୟା ଭାରତୀ ଗୋଟେ ପରେ ଗୋଟେ ବଡ ଖୁଲାସା କରୁଛନ୍ତି । ସୋମ୍ୟ ରଞ୍ଜନଙ୍କ ଦେହାନ୍ତକୁ ନେଇ ତାଙ୍କ ବାପା ମା ତାଙ୍କ ବୋହୁ (ବିଦ୍ୟା)ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ।

ଯେତେବେଳେ ସୋମ୍ୟ ହସ୍ପିଟାଲରେ ନିଜ ଶେଷ ନିଶ୍ଵାସ ଛାଡୁ ଥିଲେ ସେହି ସମୟରେ ବିଦ୍ୟା ଏକ ନାଲି ପୁଟୁଳି ଧରି ଥିଲେ ଓ ସେ ସେହି ନାଲି ପୁଟୁଳିଟିକୁ ନିଜ ମାଙ୍କ ହାତକୁ ଦେଇଥିଲେ । ପୁଟୁଳି ଦେବା ପରେ ସେ ତାଙ୍କ ମାଙ୍କୁ କହିଥିଲେ-‘ଏଥିପାଇଁ ଟିକେ ଡେରି ହେଇଗଲା’ । ବନ୍ଧୁଗଣ ସେହି ସବୁ କଥା ସୋମ୍ୟଙ୍କ ମା ଶୁଣି ଥିଲେ ଓ ମିଡିଆ ସାମ୍ନାରେ କହିଥିଲେ ।

ସୋମ୍ୟଙ୍କ ମାଙ୍କ ମତରେ, ସେହି ନାଲି ପୁଟୁଳିରେ ସୁନା, ଟଙ୍କା ଓ ଦୁଇଟି ମୋବାଇଲ ଥିଲା । ହେଲେ ବନ୍ଧୁଗଣ ସେହି ନାଲି ପୁଟୁଳିର ରହସ୍ୟ ବିଷୟରେ ଜାଣିବା ପାଇଁ ସମସ୍ତ ଲୋକ ଇଛା କରୁଛନ୍ତି । ବିଦ୍ୟା ଗତ କିଛି ସମୟ ପୂର୍ବରୁ ସେହି ନାଲି ପୁଟୁଳିର ରହସ୍ୟ ବିଷୟରେ କହିଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ସେହି ନାଲି ପୁଟୁଳିର ରହସ୍ୟ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ନାଲି ପୁଟୁଳି ରହସ୍ୟ ବିଷୟରେ ।

ବିଦ୍ୟାଙ୍କ ମତରେ-‘ମୁ ଯେତେବେଳେ ମୋ ଘର ଭିତରେ ଏକୁଟିଆ ବସିଥାଏ ସେତେବେଳେ ମୁ ମୋ ମନର ଦୁଃଖ କଷ୍ଟକୁ ଲେଖିଦିଏ । ତ ସେଇଟା କାହା ଉଦ୍ଦେଶ୍ୟରେ ନଥିଲା ନା କାହା ପାଇଁ ବି ନଥିଲା । ମୁ ବାସ ଏମିତି ଯାହା ମୋ ମନକୁ ଆସେ ମୁ ମୋ ମନର କଥାକୁ ଲେଖିଦିଏ । ସେଇଟା କାହାକୁ ଆକ୍ଷେପ କରି ମୁ କେବେବି ଲେଖି ନାହିଁ’ ।

ଏହାପରେ ସେ ସେହି ନାଲିଆ ଗାମୁଛାକୁ ଦେଖାଇ ଥିଲେ । ଆଗକୁ ବିଦ୍ୟା କହିଛନ୍ତି-‘ଯେତେବେଳେ ଆମେ ହସ୍ପିଟାଲକୁ ବାହାରିଲୁ ସେତେବେଳେ ମୁ ରୁମରୁ ଏହି ଗାମୁଛା ନେଇ ଚାଲି ଯାଇଥିଲି । କାଳେ ଗାମୁଛାଟା ଦରକାର ପଡିବ ମୁ ସେହି ଉଦ୍ଦେଶ୍ୟରେ ନେଇ ଚାଲି ଆସିଥିଲି । ହେଲେ ସେହି ଗାମୁଛାରେ କିଛି ବି ନଥିଲା’ ।


ତା ହେଲେ ବନ୍ଧୁଗଣ ବିଦ୍ୟାଙ୍କ କଥାରେ କେତେ ସତ୍ୟତା ରହିଛି ତାହା ଆଗକୁ ଜଣା ପଡିଯିବ । ବର୍ତ୍ତମାନ ପୋଲିସ ବିଦ୍ୟା ଓ ତାଙ୍କ ପରିବାରକୁ କଡାକଡି ଭାବରେ ପଚରା ଉଚରା କରୁଛି । ଆଗାମୀ ସମୟରେ ଏହା ଏକ ହତ୍ୟା ନା ଆତ୍ମହତ୍ୟା ତାହା ବହୁତ ଶୀଘ୍ର ଜଣା ପଡିଯିବ । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *