ACF Soumya Ranjan ଡେଥ ମିଷ୍ଟ୍ରି: ବିଶ୍ୱାସ କରି ହେଉନି ବିଦ୍ୟା ଭାରତୀଙ୍କୁ ,ଝଗଡ଼ା ତ ସ୍ବାମୀ ସ୍ତ୍ରୀ କରନ୍ତି ହେଲେ ପ୍ରମାଣ କେତେଜଣ ରଖନ୍ତି ?

ବନ୍ଧୁଗଣ ସ୍ଵାମୀଙ୍କ ମୃତ୍ୟୁ ପରେ ବିଦ୍ୟା ଏକ କଲ୍ ରେକର୍ଡ ଗଣମାଧ୍ୟମ ସାମ୍ନାକୁ ଆଣିଛନ୍ତି । ତାଙ୍କର ଏହି କଲ୍ ରେକର୍ଡକୁ ନେଇ ତାଙ୍କ ଉପରେ ବହୁତ ବଡ ପ୍ରଶ୍ନ ଉଠୁଛି । ବନ୍ଧୁଗଣ ସାଧାରଣତଃ ସମସ୍ତ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥାଏ ହେଲେ ପ୍ରମାଣ କେଉଁ ମାନେ ରଖନ୍ତି ।

ବିଦ୍ୟା ଏକ କଲ୍ ରେକର୍ଡ ଦେଇଛନ୍ତି । ସେହି କଲ୍ ରେକର୍ଡରେ ଏହା ସ୍ପର୍ଷ୍ଟ ଜଣା ପଡିଯାଉଛି ଯେ, ବିଦ୍ୟା ନିଜ ସ୍ଵାମୀ ସୋମ୍ୟ ରଞ୍ଜନଙ୍କ ଉପରେ ବହୁତ ସନ୍ଦେହ କରୁଥିଲେ । ବିଦ୍ୟା ଏହି କଲ୍ ରେକର୍ଡ କାହିଁକି କରିଛନ୍ତି, ସେ ନିଜ ସୁରକ୍ଷା ପାଇଁ ଏହି କଲ୍ ରେକର୍ଡର ସାହାରା ନେଉଛନ୍ତି ବୋଲି କେତେ ଜଣ କହୁଛନ୍ତି । ବିଦ୍ୟା କେବଳ ଏହି କଲ୍ ରେକର୍ଡ ରଖିଛନ୍ତି ନା ଆଉ କିଛି ବି ରଖିଛନ୍ତି ତାହା ଆଗକୁ ନିଶ୍ଚୟ ଜଣା ପଡିଯିବ ।

ବନ୍ଧୁଗଣ ସେହି କଲ୍ ରେକର୍ଡରେ ବିଦ୍ୟା ସୋମ୍ୟଙ୍କୁ କହୁଛନ୍ତି-‘ମୁ ତୁମ ପଛରେ କିଛି ବି କରିବି ନାହିଁ, ଯାହା ବି କରିବି ତମ ସାମ୍ନାରେ କରିବି । ମୋବାଇଲ ଦିଅ ମୁ ଏହା ପ୍ରମାଣ କରି ଦେବି ଯେ ତମେ ଆଉ କାହା ସହ ରିଲେସନରେ ରହିଛ’ ।  ହେଲେ ଏପରେ ସେ ଲୁଚେଇକି କଲ୍ ରେକର୍ଡ କରିଛନ୍ତି । ନିଜ ଅଡିଓ ଭାଇରାଲ କରି କଣ ପ୍ରମାଣ କରିବାକୁ ଚାହୁଁ ଛନ୍ତି ବିଦ୍ୟା ଭାରତୀ ସେ ନେଇ ଏକ ବଡ ପ୍ରଶ୍ନ ଉଠିଛି ।

ତେବେ ବନ୍ଧୁଗଣ ବିଦ୍ୟାଙ୍କୁ ବିଶ୍ଵାସ କରି ହେଉ ନାହିଁ କାରଣ ସେ ଆଗରେ ଗୋଟେ କଥା କହୁଛନ୍ତି ତ ପଛରେ ଆଉ କିଛି କାମ କରୁଛନ୍ତି । ଯଦି ସେ ନିଜ ସ୍ଵାମୀଙ୍କ ଚରିତ୍ର ଉପରେ ସନ୍ଦେହ କରୁଥିଲେ ତା ହେଲେ ଏହି କଥା ବିଷୟରେ ସେ ପ୍ରଥମ ଦିନରୁ ହିଁ ପୋଲିସକୁ କହି ପାରିଥାନ୍ତେ ହେଲେ ସୋମ୍ୟଙ୍କ ବାପା ମା ବିଦ୍ୟାଙ୍କ ବିରୋଧରେ ଅଭିଯୋଗ କରିବା ପରେ କାହିଁକି ବିଦ୍ୟା ଏହି କଲ୍ ରେକର୍ଡକୁ ଭାଇରାଲ କରିଲେ ।

ଏହି କଲ୍ ରେକର୍ଡ ସାହାରାରେ ବିଦ୍ୟା ଏକ ଚାଲ ଖେଳିବାକୁ ଚାହୁଁ ଛନ୍ତି ବୋଲି ଜଣା ପଡିଛି । ଏହି ଅଡିଓ କଲ୍ ରେ ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଏକ ତୃତୀୟ ଝିଅକୁ ନେଇ ଝଗଡା ଲାଗିଛି । ହେଲେ ବର୍ତ୍ତମାନ ଅନ୍ୟ ଏକ ବଡ ପ୍ରଶ୍ନ ମଧ୍ୟ ସାମ୍ନାକୁ ଆସିଛି । ତାହା ହେଉଛି କଣ ପ୍ରକୃତରେ ସୋମ୍ୟ ଆଉ କେଉଁ ଝିଅ ସହ ରିଲେସନରେ ଥିଲେ । ହେଲେ ଅଡିଓରୁ ଜଣା ପଡୁଛି ସୋମ୍ୟ ରାଜି ଅଛନ୍ତି ସେହି ଝିଅର ନମ୍ବର ଦେବା ପାଇଁ ହେଲେ ବିଦ୍ୟାଙ୍କୁ ସୋମ୍ୟଙ୍କ ମୋବାଇଲ ଫୋନ ଦରକାର ଥିଲା ।

ତେବେ ବନ୍ଧୁଗଣ କାହିଁକି ଓ କଣ ପାଇଁ ଏହି ସବୁ ପ୍ରମାଣ ଯୋଗାଡ କରିବାକୁ ଲାଗିଥିଲେ ବିଦ୍ୟା ଭାରତୀ । ଏହି ସମୟରେ ସେ ଏହି ସବୁ ତଥ୍ୟ ଦେଇ କଣ ପ୍ରମାଣ କରିବାକୁ ଚାହୁଁ ଛନ୍ତି ସେ ନେଇ ଏକ ବଡ ପ୍ରଶ୍ନ ଉଠିଛି । ଏଥିରେ ଆପଣ ମାନଙ୍କ ମତାମତ କଣ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *