ନମସ୍କାର ବନ୍ଧୁଗଣ । ସୂଚନା ମୁତାବକ ବିଦ୍ୟୁତ ଆଘାତରେ ଚାଲିଗଲା ରାଜେନ୍ଦ୍ରଙ୍କ ଜୀବନ , ଗାଁକୁ ଘେରିଛି ଶୋକାକୁଳ ପରିବେଶ । ରାଜେନ୍ଦ୍ର ଘରେ ବୋଉ କୁ କହିକି ଆସିଥିଲା ମା ‘ ମୁଁ ବିଦ୍ୟୁତ ସଜାଡିବାକୁ ଯାଉଛି କାମ ସାରିକି ଘରକୁ ଆସୁଛି କିନ୍ତୁ ପୁଅ ଆଉ ଆସିଲାନି । ପରେ ମା ‘ ଶୁଣିବାକୁ ପାଇଥିଲା କି ତା ପୁଅ ଆଉ କେବେ ଫେରିକି ଆସିବ ନାହିଁ । କାରଣ ରାଜେନ୍ଦ୍ର ଚାଲିଯାଇଥିଲା ଅପେରା ରାଇଜକୁ ଏବେ ମା ‘ ଭୋ ଭୋ କରି କାନ୍ଦି ଫାଟିପଡୁଛି ।
ତେବେ ରାଜେନ୍ଦ୍ରଙ୍କ ମୃତ ଶରୀରର ଡାକ୍ତରଖାନାରେ ପଡିରହିଛି ଏବଂ ରାଜେନ୍ଦ୍ରଙ୍କ ଶବକୁ ଦେଖିବା ପାଇଁ ଗାଁ ଲୋକେ ମେଡିକାଲ ବାହାରେ ଚହଳ ପକେଇଛନ୍ତି । ତେବେ ଏହି ଶୋକାକୁଳ ପରିବେଶ ପଛରେ ରହିଛି ରାଜେନ୍ଦ୍ରଙ୍କ ମୃ-ତ୍ୟୁ । ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ବଣିଆ ଗାଁରେ ବିଦ୍ୟୁତ ଆସୁନଥିଲା । ତେଣୁକରି ରାଜେନ୍ଦ୍ର ବିଦ୍ୟୁର ସଜାଡିବ ପାଇଁ ଖୁଣ୍ଟକୁ ଚଢିଥିଲେ ।
ଖୁଣ୍ଡ ଉପରେ ଛାଡି ବିଦ୍ୟୁତ ସଜାଡୁଥିବା ସମୟରେ ହଠାତ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ସାଧାରଣ ମଣିଷ ଏତେ କରେଣ୍ଟ କୁ ସହ୍ୟ କରିବା ପରେ ଜୀବିତ ରହିବା ଅସମ୍ଭବ ବିଷୟ ଅଟେ । ତେଣୁ କରି ବିଦ୍ୟୁତ ଝଟକା ଖାଇବା ପରେ ରାଜେନ୍ଦ୍ରଙ୍କ ଘଟଣା ସ୍ଥଳରେ ମୃ-ତ୍ୟୁ ଘଟିଥିଲା । ଯେବେ ଏହି ଖବର ଘରଲୋକେ ଶୁଣିଥିଲେ ତେବେ ତୁରନ୍ତ ଡାକ୍ତରଖାନାକୁ ପହଞ୍ଚିଥିଲେ । ରାଜେନ୍ଦ୍ରଙ୍କ ବଡ ଭାଇ କହୁଛନ୍ତି କି ସେ କିଛି ଜାଣିନଥିଲେ ।
ଜଣେ ବ୍ୟକ୍ତି ତାଙ୍କୁ ଫୋନ କରି ଜଣାଇବଋ ସେ ଜାଣିଲେ କି ରାଜେନ୍ଦ୍ରଙ୍କୁ କରେଣ୍ଟ ଲାଗିଛି ବୋଲି । ଘଟଣାକୁ ନେଇ ବିଦ୍ୟୁତ ବିଭାଗ କହିଛି କି ରାଜେନ୍ଦ୍ର ବିଦ୍ୟୁତ ସଜାଡିବ ବେଳେ ତାଙ୍କୁ କୋଣସି ସୂଚନା ମିଳିନଥିଲା ବା ଏହା ସମ୍ପର୍କରେ ଆମେ ପୂର୍ବରୁ କିଛି ଜାଣିନାଉ । ତେଣୁ ବିଦ୍ୟୁତ ବିଭାଗ କହିଛି କି ଆମେ ଜାଣତରେ କିଛି କରିନୁ ରାଜେନ୍ଦ୍ର ବୋଧେ ନିଜ ଆଡୁ କାମ ପାଇଛି । ତେବେ ରାଜେନ୍ଦ୍ରଙ୍କ ମୃତ୍ୟୁର ଖବର ଶୁଣିବା ପରେ ଗାଁ ରେ ଦୁଃଖର ଛାୟା ଘେରିଛି ।
ଗାଁ ଲୋକମାନେ ଡାକ୍ତରଖାନା ବାହାରେ ରାଜେନ୍ଦ୍ରକୁ ଦେଖିବା ପାଇଁ ଚହଳ କରିଛନ୍ତି । ଏହି ଖବର କୁ ନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରିଜଣାନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ ,ଶେୟାର କରନ୍ତୁ ।