ବିବାହ ବନ୍ଧନରେ ବାନ୍ଧି ହେଲେ କୁଆଁରୀ ବୋହୁ ର ଅଭିନେତା ସିମ୍ବା ( Rakesh)

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଏହା ବ୍ଯତୀତ ଏମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ଚର୍ଚାରେ ରହିଥାନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଟିଭି ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ରାକେଶ । ଆପଣ ମାନେ ସମସ୍ତେ ଓଡିଆ ଲୋକପ୍ରିୟ ସିରିଏଲ ‘କୁଆଁରୀ ବୋହୁ’ରେ ରାକେଶଙ୍କୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲରେ ସେ ସିମ୍ବାର ଭୂମିକାରେ ନଜର ଆସୁଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି ରାକେଶ ଗତ ଦୁଇ ଦିନ ହେବ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ରାକେଶ କାହା ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଆସନ୍ତୁ ଜାଣିବା ।

ବନ୍ଧୁଗଣ ରାକେଶ ନିଜ ପ୍ରେମିକା ଜାଗେସ୍ବନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବନ୍ଧୁଗଣ ଜାଗେସ୍ବନୀ ମଧ୍ୟ ଜଣେ ଓଡିଆ ଅଭିନେତ୍ରୀ ଅଟନ୍ତି । ଜାଗେସ୍ବନୀ ଓଡିଆ ଟିଭି ସିରିଏଲ ‘ମହାଦେବୀ’ରେ ଅଭିନୟ କରୁଛନ୍ତି । ଜାଗେସ୍ବନୀଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକ ମାନେ ବହୁତ ପସନ୍ଦ କରିଛନ୍ତି । ବନ୍ଧୁଗଣ ଜାଗେସ୍ବନୀ ଓ ରାକେଶ ପରସ୍ପରକୁ ବହୁତ ସମୟ ପର୍ଯ୍ୟନ୍ତ ଡେଟ କରିଥିଲେ ।

ବନ୍ଧୁଗଣ ଏହି ଦୁଇଜଣଙ୍କ ଲଭ ଅଫେୟାରର ଚର୍ଚା ସୋସିଆଲ ମିଡିଆରେ ବହୁତ ହେଉଥିଲା  କେତେକ ମିଡିଆ ରିପୋର୍ଟସ ଅନୁସାରେ ଏହି ଦୁଇଜଣଙ୍କ ବିବାହ ହୋଇଥିଲା ବୋଲି ଖବର ମିଳିଥିଲା । ହେଲେ ବନ୍ଧୁଗଣ ଅସଲରେ ଏମାନେ ବିବାହ କରିନଥିଲେ । ଗତ କିଛି ମାସ ହୋଇଥିବା ଲକଡାଉନ କାରଣରୁ ଏହି ଦୁଇଜଣ ବିବାହ କରିପାରିଲେ ନାହିଁ । ହେଲେ ଲକଡାଉନ ଶେଷ ହେବା ପରେ ଏମାନେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେଣୁ ଏହି ଦୁଇଜଣ ଗତ ଦୁଇ ଦିନ ତଳେ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବନ୍ଧୁଗଣ ରାକେଶ କେନ୍ଦ୍ରାପଡା ଓ ଜାଗେସ୍ବନୀ ଭୁବନେଶ୍ବରରେ ରହୁଥିଲେ ମଧ୍ୟ ଏହି ଦୁଇଜଣ ବର୍ତ୍ତମାନ ଏକା ସହ ଭୁବନେଶ୍ବରରେ ରହିବାକୁ ଯାଉଛନ୍ତି । ବିବାହ ପରେ ମଧ୍ୟ ଏହି ଦୁଇଜଣ ନିଜ ନିଜର ଅଭିନୟ କାରିୟରକୁ ଜାରି ରଖିବେ ।

ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହରେ ସମସ୍ତ କଳାକାର ମାନେ ଯୋଗ ଦେଇଥିଲେ ଓ ସମସ୍ତେ ଏହି ଦୁଇଜଣଙ୍କୁ ଅନେକ ଶୁବେଛା ମଧ୍ୟ ଜଣାଇଥିଲେ । ଏହି ଦୁଇଜଣଙ୍କ ବିବାହ ଖବର ଶୁଣି ଏମାନଙ୍କ ଫ୍ୟାନ୍ସ ମାନେ ମଧ୍ୟ ବହୁତ ଅଧିକ ଖୁସି ହୋଇଛନ୍ତି । ଏହା ବ୍ଯତୀତ ବନ୍ଧୁଗଣ ଏହି ଦୁଇଜଣଙ୍କ ବିବାହ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *