ଭୁବନ ବାଦ୍ୟକର କିଏ ? ଯାହାଙ୍କ ଗୀତ ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଛି, ଜାଣନ୍ତୁ ଏହି ଗୀତ ଗାଇବା ପଛରେ କଣ ଥିଲା ଅସଲ କାହାଣୀ ? ଦେଖନ୍ତୁ Video

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆରେ କେବଳ ଗୋଟିଏ ଗୀତର କ୍ରେଜ ଦେଖିବାକୁ ମିଳୁଛି ତାହା ହେଉଛି ‘କାଚା ବାଦାମ’ । ଆପଣ ମାନେ ସମସ୍ତେ ବି ଗୀତଟିକୁ ନିଶ୍ଚୟ ଶୁଣିଥିବେ ଓ ଅନେକ ରିଲ୍ସ ଭିଡିଓ ଦେଖିଥିବେ । ଯୁବପିଢି ମାନେ ଏହି ଗୀତଟିକୁ ବେସ ପସନ୍ଦ କରିଛନ୍ତି ଓ ଏହି ଗୀତରେ ରିଲ୍ସ ଭିଡିଓ ବନେଇ ନିଜ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରୁଛନ୍ତି ।

ଏବେ ଏହି ଗୀତଟି ସୋସିଆଲ ମିଡିଆରେ ସେନ୍ସେସନ ପାଲଟିଛି । ୟୁଟ୍ୟୁବରେ ଏହି ଗୀତକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖୁଛନ୍ତି ଦର୍ଶକ ମାନେ । କେବଳ ଆମ ଦେଶ ନୁହେଁ ବନ୍ଧୁଗଣ ବିଦେଶର ଅନେକ ଲୋକ ମଧ୍ୟ ଏହି କାଚା ବାଦାମ ଗୀତରେ ରିଲ୍ସ ବନାଉ ଛନ୍ତି । ତେବେ ଏହି ଗୀତ ପଛର କାହାଣୀ ବିଷୟରେ ଜାଣିଲେ ଆପଣ ମାନେ ତାଯୁବ ହୋଇଯିବେ ଓ ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । କାଚା ବାଦାମର ଅର୍ଥ ହେଉଛି କଞ୍ଚା ବାଦାମ ପଶ୍ଚିମ ବଙ୍ଗର ବାଦାମ ବିକାଳି ଭୁବନ ବାଦ୍ୟକର ଏହି ଗୀତଟିକୁ ଗାଇ ବାଦାମ ବିକ୍ରି କରୁଥିଲେ । ଭୁବନ ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ଏହି ଗୀତଟିକୁ ସମସ୍ତ ସ୍ଥାନରେ ଗାଇ ବାଦାମ ବିକୁ ଥିଲେ । ବୀରଭୂମି ଜିଲ୍ଲା ଦୁବ୍ରାଜପୁର ଅଞ୍ଚଳର ଭୁବନ ନିଜ ପରିବାର ସହ ରହୁଛନ୍ତି ।

ତାଙ୍କ ପରିବାରରେ ତାଙ୍କ ସ୍ତ୍ରୀ ଦୁଇ ପୁଅ ଓ ଗୋଟେ ଝିଅ ଅଛନ୍ତି । ସକାଳ ହେଲେ ପରିବାର ଚଳାଇବା ପାଇଁ ସେ ବାଦାମ ବିକ୍ରି କରାଇବାକୁ ଯାନ୍ତି । ସେ ସାଇକେଲରେ ବାଦାମ ନେଇ ଦୂର ଗାଁକୁ ଯାଇଥାନ୍ତି । ଦିନକୁ ତିନ ରୁ ଚାରି କିଲୋ ବାଦାମ ବିକି ସେ ୨୦୦ ରୁ ୨୫୦ ଟଙ୍କା ଅର୍ଜନ କରନ୍ତି । ତେବେ ଗ୍ରାହକଙ୍କ କଞ୍ଚା ବାଦାମ ପ୍ରତି ଆକର୍ଷିତ କରିବା ପାଇଁ ଭୁବନ ଗୀତ ଗାଉଥିବା ବେଳେ ଜଣେ ଯୁବକ ସେହି ସମୟରେ ତାଙ୍କର ଭିଡିଓ ରେକର୍ଡ କରି ସୋସିଆଲ ମିଡିଆରେ ସେୟାର କରିଥିଲେ ।

ଏହା ପରେ ଭୁବନଙ୍କର ଭାଗ୍ୟ ବଦଳି ଯାଇଥିଲା । ଏହି ଗୀତଟି ଧୀରେ ଧୀରେ ଭାଇରାଲ ହେବାରେ ଲାଗିଲା ଓ ଏହି ଗୀତଟି ଏବେ ଦେଶ ବିଦେଶରେ ବେସ ଲୋକପ୍ରିୟତା ହାସଲ କରିଛି । ଭୁବନଙ୍କୁ ଏହି ଗୀତ ଗାଇବା ସହ ଅଭିନୟ କରିବାର ମଧ୍ୟ ସୁଯୋଗ ମିଳିଛି । ତାଙ୍କର ଏହି ଭିଡିଓଟି ଆପଣ ମାନେ ୟୁଟ୍ୟୁବରେ ଦେଖିବାକୁ ପାଇବେ ।

ବନ୍ଧୁଗଣ ଏହି ଭିଡିଓକୁ ୪ କୋଟିରୁ ଅଧିକ ଲୋକ ଦେଖି ସାରିଛନ୍ତି । ଏହା ସହିତ ଭୁବନଙ୍କ ରିଲ୍ସ ଭିଡିଓ ଗୁଡିକୁ ଲକ୍ଷ ଲକ୍ଷ ଲୋକ ଦେଖୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି କାଚା ବାଦାମ ଗୀତଟି କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *