ଯେତେବେଳେ ଭିଡ ଭିତରେ ଫ୍ୟାନ୍ସ ହିରୋଇନଙ୍କ ସହ କଲେ କଦର୍ଯ୍ୟ ବ୍ୟବହାର, ଦେଖନ୍ତୁ ତା’ପରେ କଣ ହେଲା…

ବଲିଉଡ ତାରକାମାନେ ଯେତେବେଳେ ମଧ୍ୟ ବାହାରକୁ ଯାଆନ୍ତି ଏମାନେ କେବେ ମଧ୍ୟ ଏକା ଯାଆନ୍ତି ନାହିଁ । ସେମାନଙ୍କ ସହ ତାଙ୍କ ସୁରକ୍ଷା କରିବାକୁ କିଛି ଅଙ୍ଗରକ୍ଷକ ସବୁବେଳେ ପାଖେ ପାଖେ ଥାଆନ୍ତି । ପ୍ରାୟତଃ ଏମାନଙ୍କୁ ଟିକେ ଦେଖିବା ପାଇଁ ଭିଡ଼ ଆୟତ ବାହାରେ ହୋଇଯାଏ । ଅନେକ ସମୟରେ ଅଙ୍ଗରକ୍ଷକ ମାନେ ମଧ୍ୟ ଭିଡ କାବୁ କରିବାକୁ ଅସମର୍ଥ ହୋଇଥାନ୍ତି, ଫଳରେ ତାରକା ମାନେ ଧକ୍କାମୁକ୍କିର ଶିକାର ହୋଇଥାନ୍ତି । ଆଜି ଆମେ ଏହିପରି କିଛି ବଲିଉଡ୍ ତାରକାଙ୍କ ସହ ଘଟିଥିବା ବିଷୟରେ ଘଟଣା ଜାଣିବା ।

ଦୀପିକା ପାଦୁକୋନ

ନିକଟରେ ବଲିଉଡ଼ ଅଭିନେତ୍ରୀ ଦୀପିକା ପାଦୁକୋନ ପ୍ରଶଂସକଙ୍କ ଭିଡ ଭିତରେ ଫସି ଯାଇଥିଲେ । ଏକ ଭିଡ଼ିଓରେ ଦୀପିକାଙ୍କୁ ତାଙ୍କ ପ୍ରଶଂସକ ମାନେ ଘେରି ଯାଇଥିଲେ । ଲୋକଙ୍କ ଗହଣ ଭିତରେ ଫସି ଯାଇଥିବା ଦୀପିକା ଏତେ ଭିଡ଼ ଦେଖି ଡରି ଯାଇଥିଲେ । କେହି କେହି ତାଙ୍କ ବ୍ୟାଗ୍ ମଧ୍ୟ ଟାଣିବାକୁ ଲାଗିଥିଲେ । ଦୀପିକା ନିଜ ସୁଟିଂ ଶେଷ କରି ଘରକୁ ଫେରୁଥିବା ସମୟରେ ତାଙ୍କ ସହ ଏପରି ଘଟଣା ଘଟିଥିଲା । ଆଉ ଥରେ ଦୀପିକା ଗୋଟେ ରେଷ୍ଟୁରାଣ୍ଟରୁ ରାତ୍ରି ଭୋଜନ ସାରି ଫେରୁଥିବା ସମୟରେ ମଧ୍ୟ ତାଙ୍କ ସହ ଏପରି ଘଟିଥିଲା ।

ଶାହାରୁଖ୍ ଖାନ୍

ବଲିଉଡ଼ର କିଙ୍ଗ ଖାନ୍ କୁହା ଯାଉଥିବା ଶାହାରୁଖ୍ ଖାନଙ୍କୁ ପାପରାଜି ଓ ତାଙ୍କ ପ୍ରଶଂସକ ମାନେ ଯେଉଁଠି ଦେଖନ୍ତି ସେଇଠି ଭିଡ ଜମାଇ ଦିଅନ୍ତି । ଏକ ଭିଡ଼ିଓରେ ଦେଖିବାକୁ ମିଳିଥିଲା ଶାହାରୁଖ୍ ଖାନ ଗାଡ଼ିରେ ବସିଥିବା ବେଳେ ତାଙ୍କ ପ୍ରଶଂସକ ଏବଂ ପାପାରାଜି ଗୋଟେ ଫୋଟୋ ପାଇଁ ତାଙ୍କ ଗାଡ଼ିକୁ ଅନେକ ସମୟ ଅଟକାଇ ରଖିଥିଲେ । ଯାହାଦ୍ବାରା ଶାହାରୁଖ୍ ଖାନ ଖୁବ୍ ବିରକ୍ତ ହୋଇ ଯାଇଥିଲେ ।

ସଲମାନ୍ ଖାନ୍

ସଲମାନ ଖାନଙ୍କ ରାଗ ସମସ୍ତେ ଦେଖିଥିବେ । ସେ ଥରେ ତାଙ୍କର ଗୋଟିଏ ଇଭେଣ୍ଟରେ ଜଣେ ପ୍ରଶଂସକଙ୍କ ସହ ଦୁର୍ବ୍ୟବହାର କରୁଥିବା ଏକ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା । ସେହି ଇଭେଣ୍ଟରେ ସଲମାନ୍ ଖାନଙ୍କୁ ଦେଖିବା ପାଇଁ ଖୁବ୍ ଭିଡ ହୋଇଥିଲା । ଯାହା ଦ୍ଵାରା ତାଙ୍କୁ ବାହାରକୁ ବାହାରି କରିବା କଷ୍ଟକର ହୋଇ ଯାଇଥିଲା । ସେତେବେଳେ ଗୋଟେ ପୁଅ ତାଙ୍କ ସହ ସେଲ୍ଫି ନେବାକୁ ଚେଷ୍ଟା କରୁଥିଲା ଓ ରାଗରେ ସଲମାନ୍ ତାଙ୍କୁ ଧକ୍କା ମାରି ଦେଇଥିଲେ ।

ସୋନମ୍ କପୁର

ସୋନମ୍ କପୁର ନିଜ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ସ୍ୱର୍ଗୀୟ ଅଭିନେତ୍ରୀ ଶ୍ରୀଦେବୀଙ୍କ ଅନ୍ତିମ ସଂସ୍କାରକୁ ଆସିଥିବା ସମୟରେ ସେ ଯେତେବେଳେ ଗାଡିରୁ ଓହ୍ଲାଇଲେ, ପ୍ରଶଂସକ ମାନେ ତାଙ୍କୁ ଘେରି ଯାଇଥିଲେ । ଏହି ସମୟରେ ସୋନମ୍ କପୁର ମଧ୍ୟ ରାଗି ଯାଇ ସେମାନଙ୍କୁ ଖୁବ୍ କଡା ଗାଳି ଦେଇଥିବାର ଦେଖିବାକୁ ମିଳିଥିଲା ।

ଜାନଭି କପୁର

ଜାନଭିଙ୍କୁ ପ୍ରାୟତଃ କୌଣସି ନା କୌଣସି କାରଣ ପାଇଁ ସୋସିଆଲ ମିଡିଆରେ ଟ୍ରୋଲ ହେଉଥିବାର ଦେଖିବାକୁ ମିଳେ । ଏହିପରି ସେ ଥରେ ବାହାରକୁ ଯାଇଥିବା ବେଳେ ତାଙ୍କୁ ପାପାରାଜି ଓ କିଛି ପିଲାମାନେ ଘେରି ଯାଇଥିଲେ । ଜାନଭି ସେତେବେଳେ ଖୁବ୍ ଡରି ଯାଇଥିଲେ କାରଣ କିଛି ପିଲା ତାଙ୍କ ଡ୍ରେସ୍ ମଧ୍ୟ ଟାଣିବା ଆରମ୍ଭ କରି ଦେଇଥିଲେ ।

ସାରା ଅଲ୍ଲୀ ଖାଁ

ଏହିପରି କିଛି ସାରା ଅଲ୍ଲୀ ଖାଁ ଙ୍କ ସହ ମଧ୍ୟ ହୋଇଥିଲା । ସାରାଙ୍କୁ ଏୟାରପୋର୍ଟରେ ଦେଖି ତାଙ୍କ ପ୍ରଶଂସକ ତାଙ୍କ ପଛରେ ଦୌଡ଼ି ଆସୁଥିବାର ଦେଖିବାକୁ ମିଳିଥିଲା । ସେମାନେ ସାରାଙ୍କ ପାଖକୁ ଆସି ତାଙ୍କ ସହ ଫଟୋ ଉଠାଇବାକୁ ଇଚ୍ଛା କରୁଥିଲେ ଏହା ଦେଖି ସାରା ବହୁତ ଅସ୍ଵସ୍ତିକର ଅନୁଭବ କରିଥିଲେ ଏବଂ ସେମାନଙ୍କୁ ଦୂରରୁ ଫଟୋ ଉଠାଇବାକୁ ମଧ୍ୟ କହି ଦେଇଥିଲେ ।

Leave a Reply

Your email address will not be published. Required fields are marked *