ଭାଉଜର ବିଧବା ରୂପ ଦେଖି ତରଳିଗଲା ଦିଅର ର ହୃଦୟ, ପୁଣି ଝିଆରୀ ଜନ୍ମଦିନରେ ସେ ଯାହା କଲା ନା…ଶୁଣିଲେ ଆପଣ ପ୍ରଶଂସା ନକରି ରହି ପାରିବେନି

ବନ୍ଧୁଗଣ ଏହି ଦୁନିଆର ସମସ୍ତ ମଣିଷଙ୍କ ପାଇଁ ବିବାହ ଏକ ବଡ ଖୁସିର ସମୟ ହୋଇଥାଏ । ଆମ ହିନ୍ଦୁ ଧର୍ମରେ ବିବାହକୁ ୭ ଜନ୍ମର ବନ୍ଧନ କୁହାଯାଇଥାଏ । ବୈବାହିକ ଜୀବନରେ ଅନେକ ସମସ୍ୟା ଉତ୍ପନ୍ନ ହୋଇଥାଏ କେତେବେଳେ ଭଲ ସମୟ ଆସିଥାଏ ତ କେତେବେଳେ ଖରାପ ସମୟ ହେଲେ ସମସ୍ତ ପରିସ୍ଥିତିରେ ସ୍ଵାମୀ ସ୍ତ୍ରୀ ପରସ୍ପର ସହ ଛିଡା ହୋଇଥାନ୍ତି । ଅଧିକାଂଶ କେସରେ ଯେତେବେଳେ ବିବାହ ପରେ ସ୍ଵାମୀର ନିଧନ ହୋଇଯାଏ ସେତେବେଳେ ଶାଶୁ ଘର ଲୋକ ବୋହୁ ସହ କଠିନ ବ୍ୟବହାର ପଦର୍ଶନ କରିଥାନ୍ତି ।

ଏମିତିକୁ ପୁଅ ନିଧନର ସମସ୍ତ ଦୋଷ ମଧ୍ୟ ବୋହୁ ଉପରେ ପକାଇ ଦିଅନ୍ତି । ହେଲେ ଏହା ମଧ୍ୟରେ ମଧ୍ୟପ୍ରଦେଶର ଶିବପୁରୀରୁ ଏକ ଆଶ୍ଚର୍ଯ୍ୟ ଜନକ ମାମଲା ସାମ୍ନାକୁ ଆସିଛି । ପୁଅର ନିଧନ ପରେ ଶାଶୁ ଶଶୁର ବୋହୁର ଜୀବନରେ ଖୁସି ଭରିଦେଇଛନ୍ତି । ଶାଶୁ ଶଶୁର ନିଜର ଗୋଟେ ବର୍ଷର ନାତୁଣୀ ଜନ୍ମ ଦିନ ଅବସରରେ ତାକୁ ଏକ ବହୁତ ସୁନ୍ଦର ଗିଫ୍ଟ ଦେଇଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ମାମଲା ବିଷୟରେ କହିବାକୁ ଯାଉଛୁ ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।

ବନ୍ଧୁଗଣ ଏହି ମାମଲାଟି ମଧ୍ୟପ୍ରଦେଶ ଶିବପୁରୀର ନବାବ ସାହାବ ରୋଡ ନିବାସୀ ଶିକ୍ଷକ ଅଶୋକ ଚୌଧୁରୀଙ୍କ ଘର ସହ ଜଡିତ ଅଛି । ଶିକ୍ଷକ ଅଶୋକ ଚୌଧୁରୀଙ୍କ ଦୁଇଟି ପୁଅ ଥିଲେ ବଡ ପୁଅ ସୂରଜ ୨୦୧୮ରେ ଫତେହପୁରର ସପନା ଚୌଧୁରୀଙ୍କ ସହ ବିବାହ କରିଥିଲେ । ବିବାହ ପରେ ସୂରଜ ଓ ସପନା ବହୁତ ସୁଖମୟ ଜୀବନ ଅତିବାହିତ କରୁଥିଲେ ।

୨୦୨୦ରେ ସେମାନଙ୍କର ଏକ ଝିଅ ଜନ୍ମ ହୋଇଥିଲା । ହେଲେ ବନ୍ଧୁଗଣ ୨୦୨୧ ଏପ୍ରିଲ ମାସରେ ସୂରଜଙ୍କୁ କରୋନା ହୋଇଗଲା ଯାହାଫଳରେ ତାଙ୍କର ନିଧନ ହୋଇଯାଇଥିଲା । ଏହା ପରେ ପରିବାର ଲୋକ ବୋହୁ ପାଇଁ ବହୁତ ଅଧିକ ଚିନ୍ତାରେ ରହିଲେ । ଯବାନ ପୁଅର ନିଧନ ପରେ ମା ବାପା ବହୁତ ଦୁଃଖରେ ଥିଲେ ।

ବୋହୁର ଆଗାମୀ ଭବିଷ୍ୟତ ବିଷୟରେ ଭାବି ପରିବାର ଲୋକ ବହୁତ ଚିନ୍ତାରେ ଥିଲେ ।  ପରିବାର ଲୋକ ନିଜ ବୋହୁ ଓ ନାତୁଣୀକୁ ଅଲଗା କରିବା ପାଇଁ ଚାହୁଁ ନଥିଲେ । ଏହା ପରେ ବାପା ମା ନିଜ ସାନ ପୁଅ ମନୋଜ ଚୌଧୁରୀ ସହ ବୋହୁର ଦ୍ଵିତୀୟ ବିବାହ କରିବାର ନିଷ୍ପତ୍ତି ନେଇଥିଲେ ।


ପରିବାରର ସମସ୍ତ ସଦସ୍ୟ ଏହି କଥାରେ ବିଚାର କରିଲେ ଓ ଘରର ସମସ୍ତ ସଦସ୍ୟ ଏଥିପାଇଁ ରାଜି ମଧ୍ୟ ହୋଇଗଲେ । ମନୋଜ ଓ ସପନା ମଧ୍ୟ ବିବାହ ପାଇଁ ରାଜି ହୋଇଥିଲେ । ନାତୁଣୀର ପ୍ରଥମ ଜନ୍ମଦିନରେ ପରିବାର ଲୋକ ମନୋଜ ଓ ସପନାଙ୍କ ବିବାହ କରିଥିଲେ । ବର୍ତ୍ତମାନ ଉଭୟ ମନୋଜ ଓ ସପନାଙ୍କ ସହ ପରିବାର ଲୋକେ ବି ବହୁତ ଅଧିକ ଖୁସିରେ ଅଛନ୍ତି ।

Leave a Reply

Your email address will not be published. Required fields are marked *