“ବାହାଘରର ସବୁ ଫଟୋ ଲୁଚେଇ ଦେ, ତାଲିବାନ କୁ ଯେପରି ଜଣା ନ ପଡେ କି ତୁ…”, କାବୁଲ ରେ ଫସିଥିବା ସ୍ତ୍ରୀ କୁ ଭାରତରୁ ସ୍ଵାମୀ ପଠେଇଲା ମେସେଜ

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ କି ବର୍ତ୍ତମାନ ଆଫଗାନିସ୍ତାନ ରେ ତାଲିବାନ ର ଆ-କ୍ର-ମ-ଣ ଏବଂ କାବୁଲ କୁ ଅଧିନ ରେ ନେବା ଖବର ସାରା ବିଶ୍ଵ ରେ ଘୁରି ବୁଲୁଛି ସେମାନେ ଆଫଗାନିସ୍ତାନ ରେ ନିଜର ଆ-ତଂ-କ ମଧ୍ୟ ଖେଳାଇ ସାରିଛନ୍ତି ତେବେ ବର୍ତ୍ତମାନ ନୂଆ ସରକାର ଗଠନ ବହୁତ ଶୀଘ୍ର ହେବାରେ ଲାଗିଛି ତାଲିବାନ ପୂର୍ବତନ ରାଷ୍ଟ୍ରପତି ହାମିଦ କରଜଇ ଏବଂ କିଛି ସଦସ୍ୟ ଙ୍କ ସହିତ ଶାନ୍ତି ବାର୍ତ୍ତା ବିଷୟ ରେ କଥା ମଧ୍ୟ ହୋଇ ସାରିଛନ୍ତି ।

ତେବେ ତଥାପି ଆଫଗାନିସ୍ତାନ ର ଗଳି ଗଳି ରେ ତାଲିବାନ ର ଆ-ତ-ଙ୍କ ଏବଂ ଭ-ୟା-ବହ ଜାରି ରହିଛି । ତେବେ ଆଫଗାନିସ୍ତାନ ରେ ଥିବା କିଛି ଭାରତୀୟ ସଦସ୍ୟ ଯିଏ ନିଜ କାମ କିମ୍ବା ପରିଜନ ଙ୍କୁ ଭେଟିବାକୁ ଯାଇ ସେହି ଠାରେ ହିଁ ଫ-ସି ଯାଇଛନ୍ତି ସେମାନଙ୍କ ସୁରକ୍ଷା ପାଇଁ ସମସ୍ତେ ଏବଂ ତାଙ୍କ ପରିବାର ଲୋକମାନେ ମଧ୍ୟ ପାର୍ଥନା କରୁଛନ୍ତି । ତେବେ କଲିକତା ର ନର୍ଥ ଏରିଆ ରେ ରହୁଥିବା ସୁବ୍ରତ ଦତ୍ତ ଙ୍କ ସ୍ତ୍ରୀ ଯିଏ ନିଜ ପରିବାର ଙ୍କ ସହିତ ଦେଖା କରିବାକୁ ଯାଇଥିଲେ ।

ସେ ସେହିଠାରେ ହିଁ ଫ-ସି ଯାଇଛନ୍ତି ଏବଂ ତାଙ୍କ ସହ କୌଣସି ମେସେଜ ମଧ୍ୟ ହୋଇ ପାରୁ ନାହିଁ । ସୁବ୍ରତ କହିଥିଲେ କି ପାଞ୍ଚ ବର୍ଷ ପୂର୍ବରୁ ଦୁହିଁଙ୍କ ଦେଖା ହୋଇଥିଲା ସେତେବେଳେ ସୁବ୍ରତ ନିଜ କାମ ପାଇଁ ଆଫଗାନିସ୍ତାନ ଯାଇଥିଲେ ଏବଂ ସେହିଠାରେ ଦୁହିଁଙ୍କ ଭେଟ ହୋଇଥିଲା ଏବଂ ଇମେଲ ଆଦି ରେ କଥା ବାର୍ତ୍ତା ହୋଇଥିଲା ପରେ ୨୦୧୫ ରେ ସେ କଲିକତା ଆସି ବିବାହ କରି ଦେଇଥିଲେ ଏବଂ ପାଞ୍ଚ ବର୍ଷ ପରେ ସେ ଆଫଗାନିସ୍ତାନ ନିଜ ପରିବାର ଙ୍କୁ ଭେଟିବା ପାଇଁ ଯାଇଥିଲେ ଏବଂ ତାଙ୍କର ବାପା ମାଆ ନାହାନ୍ତି କେବଳ ଭାଇ ଭାଉଜ ହିଁ ଅଛନ୍ତି ।

ତେବେ ଯେତେବେଳେ ସୁବ୍ରତ ଙ୍କୁ ତାଲିବାନ ର ଆ-କ୍ର-ମ-ଣ ବିଷୟରେ ଜଣା ପଡିଥିଲା ସେତେବେଳେ ସେ ନିଜ ପତ୍ନୀଙ୍କୁ ସତର୍କ କରେଇ ଦେଇଥିଲେ ଏବଂ ବିବାହ ର ସବୁ ଫୋଟୋ ଏବଂ ସାର୍ଟିଫିକେଟ ଲୁଚେଇବାକୁ କହିଥିଲେ ଯେମିତି ସେମାନେ ନ ଜାଣି ପାରିବେ କି ସେ ଅଲଗା ଦେଶ ଏବଂ ଜାତି ରେ ବିବାହ କରିଛନ୍ତି । ତେବେ ସୁବ୍ରତ ଶେଷ ଥର ସୋମବାର ଦିନ ହିଁ ନିଜ ପତ୍ନୀ ଙ୍କ ସହ କଥା ହୋଇଥିଲେ ଏବଂ ସେ ଠିକ ଅଛନ୍ତି ବୋଲି କହିଥିଲେ ।

ଏହା ପରେ ସେ ଅଫଲାଇନ ହୋଇଯାଇଥିଲେ ଏବଂ କୌଣସି ପ୍ରକାରର ସମ୍ପର୍କ ମଧ୍ୟ ହୋଇ ପାରୁ ନାହିଁ । ତେବେ ସୁବ୍ରତ ତାଙ୍କୁ ଶହେ ରୁ ଅଧିକ ମେସେଜ କରି ସାରିଲେଣି କିନ୍ତୁ ସେ କୌଣସି ଉତ୍ତର ଦେଇ ନାହାନ୍ତି । ତେବେ ସୁବ୍ରତ କିଛି ସରକାର ଏଜେନ୍ସି ଙ୍କ ସହ ମଧ୍ୟ କଥା ହୋଇ ସାରିଲେଣି । ତେବେ ସୁବ୍ରତ କୁହନ୍ତି କି ତାଙ୍କ ପତ୍ନୀ ଙ୍କୁ ସମୁଦ୍ର ବହୁତ ପସନ୍ଦ ତେଣୁ ସେ ଭାରତ ଫେରି ଆସିଲେ ସେ ତାଙ୍କୁ ସମୁଦ୍ର ଦେଖେଇବା ପାଇଁ ନେଇଯିବେ ।

Leave a Reply

Your email address will not be published. Required fields are marked *