ଭାରତ ଶରଣରେ ପୁଟିନ, PM Modi କରିବେ ଖେଳ…

ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହା ନିଶ୍ଚୟ ଜାଣିଥିବେ ଯେ ଋଷ-ୟୁକ୍ରେନ ମଧ୍ୟରେ ଦୀର୍ଘ 1 ମାସରୁ ଅଧିକ ହେବ ଯୁଦ୍ଧ ଲାଗି ରହିଛି । ଉଭୟ ଦେଶରେ ଅନେକ କ୍ଷୟ କ୍ଷତି ଘଟି ସାରିଛି ଆଉ ଏଭଳି ସମୟରେ ଏକ ବଡ ଖବର ସାମ୍ନାକୁ ଆସୁଛି । ଆଜି ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।


ଯେଉଁ ଦେଶ ୟୁକ୍ରେନ୍ ଦଖଲ ପାଇଁ ହଜାର ହଜାର ଲୋକଙ୍କୁ ମାରିଲା, ଏବେ ତା’ର ସ୍ଥିତି ଖରାପ। ଯେଉଁ ଦେଶ ୟୁରୋପ ସମେତ ଆମେରିକା, ବ୍ରିଟେନ ଭଳି ଦେଶ ସହ ଶତ୍ରୁତା କଲା, ଏବେ ତା’ ପାଇଁ ଏକମାତ୍ର ସାହା ଭରସା ଭାରତ । ବନ୍ଧୁଗଣ ଆମେ କେଉଁ ଦେଶ ବିଷୟରେ କହୁଛୁ ଆପଣ ମାନେ ବୁଝି ପାରିଥିବେ ନିଶ୍ଚୟ । ଋଷର ସ୍ଥିତି ଅସମ୍ଭାଳ ଭାରତ ପାଖରେ ଶରଣ ପସିଛି ପୁଟିନଙ୍କ ଦେଶ । ଭାରତ ସାହାର୍ଯ୍ୟ ନ କଲେ ଋଷର ସ୍ଥିତି ଆହୁରି ବିଗିଡିବ ।

କୁହାଯାଏ ଯୁଦ୍ଧ ସମସ୍ତଙ୍କୁ କଙ୍ଗାଳ କରିଦିଏ ଯୁଦ୍ଧର ପରବର୍ତ୍ତୀ ଫଳାଫଳ ଅତି ଭୟଙ୍କର । ଆର୍ଥିକ ସ୍ଥିତି ଠାରୁ ଆରମ୍ଭ କରି ଦେଶର ଆମଦାନୀ ଓ ରପ୍ତାନି ଉପରେ ମଧ୍ୟ ଗଭୀର ପ୍ରଭାବ ପକାଏ । ଆଉ ପ୍ରଥମ ବିଶ୍ଵ ଯୁଦ୍ଧ ଓ ଦ୍ଵିତୀୟ ବିଶ୍ଵ ଯୁଦ୍ଧ ଏହାର ଦୁଇଟି ବଡ ପ୍ରମାଣ । ଋଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ଉଭୟ ଦେଶର ସ୍ଥିତିକୁ ଦୋହଲାଇ ଦେଲାଣି । ଋଷ ଏବେ ବଡ ସଙ୍କଟ ଦେଇ ଗତି କରୁଛି ।

ଆମେରିକା ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶର କଟକଣାରେ ଋଷରେ ବିଭିନ୍ନ ସାମଗ୍ରୀର ଅଭାବ ଦେଖା ଦେଇଛି । ଆଉ ଏଇଥି ପାଇଁ ଭାରତର ସାହାର୍ଯ୍ୟ ମାଗିଛି ଋଷ । ଋଷରେ ମେଡିକାଲ ସରଞ୍ଜାମର ଖୁବ ଅଭାବ ଦେଖା ଦେଇଥିବା ବେଳେ ଭାରତକୁ ମସ୍କୋ ପକ୍ଷରୁ ମେଡିକାଲ ଇକ୍ଵାପମେଣ୍ଟ ମଗା ଯାଇଛି । ତେବେ ଭାରତ ପକ୍ଷରୁ ଏନେଇ ଚୁଡାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ।

ଯଦି ଭାରତ ଋଷକୁ ମେଡିକାଲ ସରଞ୍ଜାମ ଯୋଗାଏ ତା ହେଲେ ଆମେରିକା ସମେତ ଅନେକ ୟୁରୋପୀୟ ଦେଶ ଭାରତ ଉପରେ ନାରାଜ ହୋଇ ପାରନ୍ତି । ତେବେ ଏଭଳି ସ୍ଥିତିରେ ଭାରତର ଆଭିମୁଖ୍ୟ କଣ ରହିବ ଏହା ଉପରେ ସମସ୍ତଙ୍କର ନଜର । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *