ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ଯେ, ଏହି ବର୍ଷ ଦଶମ ଶ୍ରେଣୀ ଛୁଆ ଙ୍କ ମାଟ୍ରିକ ରେଜଲ୍ଟ ବାହାରିବା ପରେ ଅନେକ ଛାତ୍ରଛାତ୍ରୀ ନିଜ ମାର୍କ କୁ ନେଇ ସନ୍ତୁଷ୍ଟ ନାହାନ୍ତି ।
ବିଶେଷ କରି ଘରୋଇ ବିଦ୍ୟାଳୟ ରେ ପାଠ ପଢୁଥିବା ଛୁଆ ମାନେ ନିଜ ମାର୍କ କୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହା ଫଳ ରେ ସେମାନ ମାର୍କ ବଢ଼ାଇବା ନିମନ୍ତେ ରାସ୍ତା ରେ ରାଲି କରୁଛନ୍ତି । ଶିଶୁ ମନ୍ଦିର ରେ ପାଠ ପଢ଼ୁଥିବା ଛୁଆ ମାନେ ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛୁଆ ଙ୍କୁ ବ୍ୟଙ୍ଗ କରି କହିଥିଲେ ଯେ, ସେମାନଙ୍କ ଯୋଗ୍ୟତା ନଥିବା ସତ୍ତ୍ୱେ ସେମାନେ ଅଧିକ ମାର୍କ ରଖିଛନ୍ତି ଏବଂ ସେ ସଂସ୍କୃତ ବିଦ୍ୟାଳୟ ରେ ପାଠ ପଢ଼ି ମଧ୍ୟ କମ ମାର୍କ ରଖିଛନ୍ତି ।
ତେବେ ଶିଶୁ ମନ୍ଦିର ଛୁଆ ମାନେ ଯେଉଁଭଳି ଭାବରେ ସରକାରୀ ଛୁଆ ମାନଙ୍କ ଯୋଗ୍ୟତା କୁ ନେଇ ପ୍ରଶ୍ନ ଉଠାଇଛନ୍ତି ସେହି ସମ୍ବନ୍ଧରେ ଜଣେ ଭାଇ ନିଜର ମତ ପ୍ରକାଶ କରିଛନ୍ତି ଏବଂ ତାଙ୍କ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ରେ ଖୁବ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
ବନ୍ଧୁଗଣ ସୋସିଆଲ ମିଡିଆ ରେ ସେହି ଭାଇ ଜଣକ ଶିଶୁ ମନ୍ଦିର ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛୁଆ ମାନଙ୍କ ମାତାପିତା ଙ୍କୁ ନମସ୍କାର କରି ନିନ୍ଦା କରି କହିଛନ୍ତି ଯେ, ଆପଣ ମାନେ ନିଜ ଛୁଆ ମାନଙ୍କୁ ଖୁବ ଭଲ ସଭ୍ୟତା ଶିଖାଇଛନ୍ତି । ଏହାପରେ ଯେ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟ ରେ ପାଠ ପଢୁଥିବା ଛୁଆ ମାନଙ୍କ ପିତାମାତା ନିଜ ପିଲା ଙ୍କୁ ଝାଳବୁହା ଧନ ରେ ପାଠ ପଢ଼ାଉଛନ୍ତି ।
ସେମାନେ କୌଣସି କଳାଧନ ରୋଜଗାର କରୁ ନାହାନ୍ତି ସେହି କାରଣରୁ ନିଜ ଛୁଆ ଙ୍କୁ ଅଳ୍ପ ପଇସା ରେ ହେଉ ମଧ୍ୟ ସରକାରୀ ବିଦ୍ୟାଳୟ ରେ ଅନେକ ପରିଶ୍ରମ କରି ପାଠ ପଢ଼ାଉଛନ୍ତି । ଯେଉଁ ଝିଅ କହିଥିଲା ଯେ, ସରକାରୀ ଛୁଆ ଛତୁଆ ଅଣ୍ଡା ଖାଇ ଅଧିକ ମାର୍କ ପାଇଛନ୍ତି ଏବଂ ଆମେ ପଇସା ଦେଇ ପାଠ ପଢି ମଧ୍ୟ ଅଧିକ ମାର୍କ ପାଇନାହୁଁ । ସେହି ଝିଅ କୁ ଏହି ଭାଇ ଜଣକ କହିଛନ୍ତି ଯେ, ସରକାରୀ ବିଦ୍ୟାଳୟ ରେ ପାଠ ପଢୁଥିବା ଛୁଆ ଯାହା ବି ଖାଆନ୍ତୁ ସେ ସମ୍ବନ୍ଧରେ ପ୍ରଶ୍ନ ଉଠାଇବାର ତୁମକୁ କୌଣସି ଅଧିକାର ନାହିଁ ।
ବର୍ତ୍ତମାନ ଘରୋଇ ବିଦ୍ୟାଳୟ ରେ ପାଠ ପଢ଼ି ଚାକିରୀ ପାଇଁ ସରକାରୀ ବିଦ୍ୟାଳୟ ପଛରେ କଣ ପାଇଁ ଗୋଡାଉଛ ବୋଲି ଭାଇ ଜଣକ ପ୍ରଶ୍ନ କରିଛନ୍ତି । ଶେଷରେ ସେହି ଭାଇ ଜଣକ ଗଣଶିକ୍ଷା ମନ୍ତ୍ରୀ ଙ୍କୁ କହିଛନ୍ତି ଯେ, ଶିଶୁ ମନ୍ଦିର ଛୁଆ ଙ୍କ ମାର୍କ ବଢ଼ାଇବା କଥା ପଛରେ ରଖି ପ୍ରଥମେ ଏହା ବିଚାର କରନ୍ତୁ ଯେ, ସେମାନେ ସରକାରୀ ବିଦ୍ୟାଳୟ ଛୁଆ ଙ୍କୁ ଯେଉଁ ଅପମାନ କରିଛନ୍ତି ତାହା କେତେ ଦୂର ଠିକ ଏବଂ ଏଥିପାଇଁ ତାଙ୍କୁ କଣ ଦଣ୍ଡ ପ୍ରଦାନ କରିବା ଉଚିତ । ସରକାରୀ ବିଦ୍ୟାଳୟ ରେ ପାଠ ପଢ଼ୁଥିବା ଛୁଆ ମାନଙ୍କୁ ନ୍ୟାୟ ନିଶ୍ଚିତ ଭାବରେ ଦରକାର ।