ଭଗବାନ ଶ୍ରୀରାମଙ୍କ ବିଷୟରେ ୪ଟି ଏମିତି କଥା ଅଛି ଯାହାକୁ ୯୯% ଲୋକ ଜାଣି ନାହାଁନ୍ତି, ନିଶ୍ଚୟ ଜାଣନ୍ତୁ

ଶ୍ରୀ ରାମଚନ୍ଦ୍ର ଭଗବାନ ବିଷ୍ଣୁ ଙ୍କର ଅବତାର ଅଟନ୍ତି । ରାମାୟଣରେ ଲିଖିତ ହୋଇଥିବା ଅନୁସାରେ ଚକ୍ରବତୀ ସମ୍ରାଟ ରାଜା ଦଶରଥ ଙ୍କ ସ୍ତ୍ରୀ ଙ୍କର କିଛି ବି ପିଲା ହେଉ ନଥିଲା । ଶୃଙ୍ଗି ଋଷି ଦେଇଥିବା ପ୍ରସାଦ ସ୍ୱରୂପ କ୍ଷୀରି ଖାଇବା ଦ୍ଵାରା ତାଙ୍କର ପୁତ୍ର ହେଲା । ଆପଣ ମାନେ ସମସ୍ତେ ଜାଣିଥିବେ କି ଭଗବାନ ବିଷ୍ଣୁ ଏହି ଧରା ପୃଷ୍ଟରେ ଶ୍ରୀରାମ ଙ୍କ ରୂପରେ ଜନ୍ମ ନେଇ ସବୁ ପାପୀ ମାନଙ୍କୁ ମାରି ଦେଇ ଥିଲେ । ଆଜି ଆମେ ଆପଣଙ୍କୁ ଶ୍ରୀରାମ ଙ୍କ ବିଷୟରେ ଏମିତି କିଛି କଥା କହିବୁ ଯାହା ବିଷୟରେ ଆପଣ ମାନେ ଜାଣି ନଥିବେ ।

୧ – ଭଗବାନ ଶ୍ରୀରାମ ଙ୍କ ସବନ୍ଧିତ ଦୁଇଟି ଅଲଗା ଅଲଗା ଗ୍ରନ୍ଥ ଅଛି । ଯାହାର ନାମ ହେଉଛି ତୁଳସୀଦାସ ଙ୍କ ଦ୍ଵାରା ରଚିତ ‘ଶ୍ରୀ ରାମଚରିତ ମାନସ’ ଏବଂ ବାଲ୍ମିକ ଙ୍କ ଦ୍ଵାରା ରଚିତ ‘ବାଲ୍ମିକି ରାମାୟଣ’ ଏବଂ ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ଦୁଇଟି ଗ୍ରନ୍ଥରେ ଏମିତି କିଛି କଥା ଅଛି ଯାହା ପରସ୍ପର ସହିତ ମିଶୁନାହିଁ ।

୨ -କଣ ଆପଣ ଜାଣିଛନ୍ତି ବାଲ୍ମିକି ରାମାୟଣର ଅରଣ୍ୟ କାଣ୍ଡ ରେ କୁହାଯାଇଛି କି ଯେତବେଳେ ରାମ ସୀତା ବନବାସ ଯାଇଥିଲେ ସେତେବେଳେ ରାମଙ୍କ ବୟସ ୨୫ ବର୍ଷ ଏବଂ ସୀତା ଙ୍କ ବୟସ ୧୮ ବର୍ଷ ହୋଇଥିଲା ଏବଂ ବିବାହ ର ୧୨ ବର୍ଷ ପର୍ଯ୍ୟନ୍ତ ସୀତା ଅଯୋଧ୍ୟାରେ ରହିଥିଲେ ।

୩ – ଗୋଟିଏ ଦିନ ଭଗବାନ ଶ୍ରୀରାମ ଯମ ଙ୍କ ସହିତ ଦେଖା କରିଥିଲେ ଏବଂ ସେହି ସମୟରେ କହିଥିଲେ କି ଯିଏ ବି ଆମ କଥା ହେବା ସମୟରେ ବାଧା ସୃଷ୍ଟି କରିବ ସିଏ ମୃତ୍ୟୁ ଦଣ୍ଡ ପାଇବ । ହେଲେ ଦୁର୍ଭାଗ୍ୟ ବଶତଃ ଲକ୍ଷ୍ମଣ ସେହି ସମୟରେ ତାଙ୍କ କୋଠରି କୁ ଆସିଯିବା କାରଣରୁ ତାଙ୍କ କଥା ହେବା ସମୟରେ ବାଧା ସୃଷ୍ଟି ହେଲା ଏବଂ ଲକ୍ଷ୍ମଣ ରାମ ଙ୍କ କଥାକୁ ରକ୍ଷା କରିବା ପାଇଁ ଲକ୍ଷ୍ମଣ ନିଜର ପ୍ରାଣ ତ୍ୟାଗ କଲେ ।

୪ -କଣ ଆପଣ ମାନେ ଜାଣିଛନ୍ତି କି ସୀତା ଙ୍କ ସ୍ଵୟଂବ ରେ ରାମ ଯେଉଁ ଶିବ ଧନୁ ଭାଙ୍ଗି ସୀତାଙ୍କୁ ବିବାହ କରିଥିଲେ ସେହି ଧନୁର ନାମ ପିନାକ ଥିଲା ବୋଲି । ଆପଣଙ୍କୁ ଏହା ଭଲ ଲାଗିଥିଲେ ଏହାକୁ ଅନୟମାନନ୍କା ସହିତ ଶେୟାର କରନ୍ତୁ ଓ ଏମିତି ଅନେକ ନୂଆ ନୂଆ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *