ବେକ ଦରଜ (ସର୍ବାଇକଲ ପେନ) କାହିଁକି ହୁଏ ? ଜାଣନ୍ତୁ ଏହାର କାରଣ ଓ ଚିକିତ୍ସା- Dr Anurag Agarwal

ନମସ୍କାର ବନ୍ଧୁଗଣ ଗଳାରେ ଦରଜ ହେବା,ମୋଡ଼ି ହୋଇ ଯିବା,କିମ୍ବା ବୁଲେଇଲା ବେଳେ ଅସୁବିଧା ଟା ଏକ ସାମାନ୍ୟ କଥା । କିନ୍ତୁ ଏହା ହିଁ ସବାଇକାଲ ର ଲକ୍ଷଣ ହୋଇଥାଏ । ଏହା ବେକର ହାଡ଼ କୁ ଡିସ୍କ ସମସ୍ୟା ହେଲେ ଏହି ବେମାରୀ ହୋଇଥାଏ । କିମ୍ବା ସବାଇକାଲ ର ସ୍ଥିତି ଉପୁଜିଥାଏ । ଏହା ସବାଇକାଲ ସ୍ପୋଣ୍ଡିଲୋସିସ କାରଣ ଯୋଗୁଁ ହୋଇଥାଏ । ଏହା ଦ୍ଵାରା ବେକ ର ହାଡ଼ ଡିସ୍କ ରେ ପରିବର୍ତ୍ତନ ହୋଇଥାଏ ଯାହା ଦ୍ୱାରା ବୁଲେଇବାମଧ୍ୟ ଅସୁବିଧା ହୋଇଥାଏ ।

ତେବେ ଏହା ପ୍ରାୟତଃ ବୃଦ୍ଧ ଲୋକଙ୍କ ପାଖରେ ଏହି ସମସ୍ୟା ଦେଖା ଯାଏ ।  ଏହା ଛଡା ଆମେ ବର୍ତ୍ତମାନ ଯେଉଁ ଘରେ ରହି ୱର୍କ ଫର୍ମ ହୋମ କରୁଛୁ କିମ୍ବା ଅନଲାଇନ କ୍ଳାସ ମଧ୍ୟ କରୁଛୁ ଯାହା ଦ୍ୱାରା ଆମେ ଗୋଟିଏ ସ୍ଥାନରେ ଏବଂ ଗୋଟିଏ ଅବସ୍ଥାରେ ବସି ରହୁଛୁ ।ଯାହା ଦ୍ୱାରା ଆମ ବେକ,କାନ୍ଧ ଏବଂ ପିଠି ଆଦିରେ ମଧ୍ୟ ବହୁତ ପେନ କିମ୍ବା କଷ୍ଟ ହୋଇଥାଏ । ଏହା ଛଡା ସର୍ଵଦା ନିଜ ମୁଣ୍ଡରେ ଘରର କାମ ଅଫିସ ର କାମର ଭାର କୁ ନେଇ ବୁଲିବା ଯୋଗୁଁ ମଧ୍ୟ ଆମକୁ ଏହି କଷ୍ଟ ଅନୁଭବ ହୋଇଥାଏ ଏବଂ ଭାରି ଭାରି ମଧ୍ୟ ଲାଗେ ।

ଏହା ସହିତ ଲଗାତାର ଉପର ଏବଂ ତଳକୁ ଦେଖିବା । ଭୁଲ ଭାବରେ ଶୋଇ ରହିବା ଏବଂ ଚିନ୍ତା ରେ ରହିବା ଦ୍ୱାରା ମଧ୍ୟ ଆମ ବେକରେ ବିନ୍ଧା ହୋଇଥାଏ । ଏହାକୁ ଦୁର କରିବାକୁ ହେଲେ ପ୍ରଥମେ ଆପଣ ଙ୍କୁ ନିଜର ଜୀଵନ ଶୈଳୀ କୁ ପରିବର୍ତ୍ତନ କରିବାକୁ ପଡିବ ଏବଂ ନୂତନ ଏକ ସୁସ୍ଥ ଜୀଵନ ଶୈଳୀ ଗଢିବାକୁ ହେବ । ସେଥିପାଇଁ ଆପଣ ଙ୍କୁ ଧ୍ୟାନ ଦେବାକୁ ହେବ କି ଆପଣ କେମିତି ବସିବେ ଏବଂ କିପରି ଶୋଇବେ ଯାହା ଦ୍ୱାରା ତାହାର ପ୍ରଭାବ ଆପଣଙ୍କ ବେକ ଉପରେ ହେବ ନାହିଁ ।

ଆପଣ ନିଜର କମ୍ପ୍ୟୁଟରର ସ୍କ୍ରିନ କୁ ନିଜ ଆଖି ସାମ୍ନା ରେ ରଖିବା ଉଚିତ ଏହା ଛଡା ମଝିରେ ମଝିରେ ଲ୍ୟାପଟପ,ଫୋନ ଆଦିରୁ ଅଧ ଘଣ୍ଟା ପାଇଁ ବ୍ରେକ ନେବା ଆବଶ୍ୟକ ଏବଂ ନିଜ ବେକ କୁ ଚାରିଆଡେ ବୁଲେଇବେ ଧୀରେ ଧୀରେ । ଏହା ଛଡା ଆପଣ ନି-ଶା ଦ୍ର-ବ୍ୟ ଠାରୁ ଦୂରେଇ ରୁହନ୍ତୁ ଏବଂ ସବୁଜ ପରିବା ଖାଆନ୍ତୁ କ୍ୟାଲସିୟମ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଯାହା ଦ୍ୱାରା ଆପଣଙ୍କ ହାଡ଼ ମଜବୁତ ହେବ ଏବଂ ବେକ ବିନ୍ଧା ହେବ ନାହିଁ ।

ଏହା ସହିତ ଆପଣ ଯୋଗ,ବ୍ୟାୟାମ ମଧ୍ୟ କରିପାରିବେ । ତେବେ ଯଦି ଆପଣଙ୍କ ବେକ ବିନ୍ଧା ତଥାପି କମିନାହିଁ ତେବେ ଡାକ୍ତର ଙ୍କ ସହ ସାକ୍ଷାତ କରି ତାଙ୍କ ପରାମର୍ଶ କ୍ରମେ ନିଜର ଚିକିତ୍ସା କରାନ୍ତୁ । ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *