ବର୍ତ୍ତମାନର ସବୁଠୁ ବଡ ଖବର, ଗତ 6 ଘଣ୍ଟାରୁ ସ୍ଥିର ହୋଇ ରହିଛି ବାତ୍ୟା ୟାସ, ବଳ ଗୋଟେଇ ବେଳକୁ ବେଳ ହେଉଛି ଆହୁରି ଭୟଙ୍କର

ବର୍ତ୍ତମାନ ର ସବୁଠୁ ବଡ ଖବର ଭୀଷଣ ରୂପ ଧରି ଆସୁଛି ବାତ୍ୟା ୟାସ। ଗତ କିଛି ଦିନ ତଳେ ଆସିଥିବା ବାତ୍ୟା ଓଡିଶାରେ କିଛି ପ୍ରଭାବ ନ  ପକାଇଥିଲେ ବି ଦେଶର କ୍ଷତି କରାଇ ଥିଲା ।

ବର୍ତ୍ତମାନ ଓଡିଶା କୁ ଆସୁଥିବା ବାତ୍ୟା ହେଉଛି “ୟାଶ” । ଏହା ୨୪ ତାରିଖରୁ ଆସି ନିଜର ପ୍ରଭାବ ଦେଖାଇବ ଓ ଏହା ପରେ ୨୫ ତାରିଖରେ ଏହାର ପ୍ରଭାବ ବଢିବାରେ ଲାଗିବ । ଠିକ ୨୬ ତାରିଖରେ ଏହା ମଧ୍ୟ ରାତ୍ରି ରେ କିମ୍ବା ସକାଳୁ ଆସିବାର ଆଶଙ୍କା ଥିବା ସମୟରେ ଏବେ ଏହା କିଛି ସମୟ ପାଇଁ ସ୍ଥିର ହୋଇ ସମୁଦ୍ରରେ ରହି ଯାଇଛି ।

ଆଜ୍ଞା ହଁବାତ୍ୟା “ୟାଶ” ବର୍ତ୍ତମାନ ୬ ଘଣ୍ଟା ହେବ ସ୍ଥିର ହୋଇ ରହି ଯାଇଛି । ଏହା ପାରାଦ୍ଵୀପ ରେ ଆସି ଲ୍ୟାଣ୍ଡଫଲ କରିବ ପାଣି ପାଗ ବିଭାଗରୁ ସୂଚନା ମିଳିଥିଲା  । ଏହା ସହ କିଛି ଜିଲ୍ଲା ମାନଙ୍କୁ ବିଶେଷ ଭାବେ ପ୍ରସ୍ତୁତ ହେବା ପାଇଁ ମଧ୍ୟ କୁହା ଯାଇଥିଲା। ଏବେ ଏହା ବାଲେଶ୍ଵର ରେ ଲ୍ୟାଣ୍ଡଫଲ ହେବ ବୋଲି ପାଣିପାଗ ବିଭାଗ କହିଛି । ଅଭି ବାତ୍ୟା “ୟାଶ” ୨୪୦ km ଦୂରରେ ଅବସ୍ଥିତ ପାରାଦ୍ଵୀପ ଠାରୁ ।

ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂପୁର ଏହି ଜିଲ୍ଲା ମାନଙ୍କ ରେ ଅଧିକ ପ୍ରଭାବ ପଡିବ “ୟଶ” ର । IMD ର ସୂଚନା ଅନୁସାରେ ସକାଳ ୮ ରୁ ୧୨ ଭିତରେ ଏହାର ଲ୍ୟାଣ୍ଡଫଲ ହେବ । ପାଣି ପାଗ ବିଭାଗରୁ ମିଳି  ଥିବା ସୂଚନା ଅନୁସାରେ ଯଦି ଏହା ଏକ ଜାଗାରେ ଅଧିକ ସମୟ ପାଇଁ ରହିବ ତେବେ ଏହାର ପ୍ରଭାବ ଅଧିକ ହେବ ।

ଏହା ଅଧିକ ଘନୀଭୂତ ହୋଇ ଅଧିକ କ୍ଷୟ କ୍ଷତି ଘଟାଇ ପାରେ । ତେବେ ସୂଚନା ଅନୁସାରେ ପଶ୍ଚିମ ଓଡିଶାରେ ବାଦଲ ଢାଙ୍କି ହୋଇ ରହିବା ସହ ଖୁବ ଜୋରସେ ବର୍ଷା ହେବାର ଆଗମନ ହୋଇ ସାରିଲାଣି । ଗତ ୨୫ ଓ ୨୬ ତାରିଖ ଆମ ସଭିଙ୍କ ପାଇଁ ଗୁରୁତ୍ଵପୂର୍ଣ ଅଟେ । ଉତ୍ତର ଉପକୂଳବର୍ତ୍ତୀ ଜାଗାରେ ଅଧିକ ବର୍ଷା ହେବାର ସମ୍ଭାବନା ଅଛି ପ୍ରାୟ ୨୦୦ ମିଲିମିଟର ଆକଳନ କରାଯାଇଛି ।

Leave a Reply

Your email address will not be published. Required fields are marked *