TV ସିରିଏଲ ‘ଇସ ପ୍ୟାର କୋ କ୍ୟା ନାମ ଦୂ’ ରୁ ଫେମସ ହେଇଥିବା ଅଭିନେତା Barun Sobti ଙ୍କ ସ୍ତ୍ରୀ Sanaya Irani ଙ୍କ ଠାରୁ ବି ଅଧିକ ସୁନ୍ଦର ଆଉ ଷ୍ଟାଇଲିସ, ଫଟୋ ଦେଖି ହେଇଯିବେ ଦିବାନା

ନମସ୍କାର ବନ୍ଧୁଗଣ । ବରୁଣ ସୋବତୀ ଙ୍କ ଜନ୍ମ ୨୧ ଅଗଷ୍ଟ ୧୯୮୪ ରେ ଦିଲ୍ଲୀ ରେ ହୋଇଥିଲା । ସେ ଏକ ପଞ୍ଜାବୀ ପରିବାରେ ଜନ୍ମ ଗ୍ରହଣ କରିଥିଲେ । ବରୁଣ ଙ୍କ ପିତାଙ୍କ ନାମ ରାଜ ସୋବତୀ ଅଟେ । ତାଙ୍କର ମା ଜଣେ ହାଉସ ୱାଇଫ ଅଟନ୍ତି ଯିଏ ଘର ପରିବାରକୁ ସମ୍ଭାଳନ୍ତି । ସେ ତାଙ୍କର ପାଠପଢା ସେଣ୍ଟ ମାଉଣ୍ଟ ସ୍କୁଲ, ନିଉ ଦିଲ୍ଲୀ ରୁ ପୁରା କରିଥିଲେ । ଦିଲ୍ଲୀ ବିଶ୍ଵ ବିଦ୍ୟାଳୟରୁ ସେ ନିଜର ଗ୍ରାଜୁଏସନ ର ଡିଗ୍ରୀ ହାସଲ କରିଥିଲେ । ସେ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ରେ ଆସିବା ପୂର୍ବରୁ ୭ ବର୍ଷ ପର୍ଯ୍ୟନ୍ତ ଜିନ୍ଦଲ ଭଳି କମ୍ପାନୀରେ ଅପେରେସନ ମ୍ୟାନେଜର ରୂପରେ କାମ କରିଥିଲେ ।

୨୦୦୯ ରେ ନିଜର ଅଭିନୟ ଓ ମଡେଲ ର ଯାତ୍ରାକୁ ଆରମ୍ଭ କରିବା ପରେ ହିଁ ବରୁଣ ଜନତାଙ୍କ ଭଲ ପାଇବା ପାଇବାକୁ ଲାଗିଲେ ଓ ଦେଖୁ ଦେଖୁ ନିଜର ନାମକୁ ସବୁଠୁ ଅଧିକ ଲୋକପ୍ରିୟ ଅଭିନେତାଙ୍କ ନାମ ମଧ୍ୟରେ ସାମିଲ କରିଦେଲେ । ବରୁଣ ସୋବତୀ ୨୦୦୯ ରେ ଟିଭି ସିରିଏଲ ରେ ନିଜର ଅଭିନୟ କୁ ଦର୍ଶାଇବାର ଆରମ୍ଭ କରିଥିଲେ ।

ସେ ସର୍ବ ପ୍ରଥମେ ଷ୍ଟାର ପ୍ଲସ ସିରିଏଲ ଶ୍ରଦ୍ଧା ରେ ଅଭିନୟ କରିଥିଲେ । ଏହି ସିରିଏଲ ରେ ତାଙ୍କ ନାମ ସ୍ଵୟଂ ଖୁରାନା ଥିଲା । ୨୦୧୦ ରେ ବରୁଣ ଙ୍କୁ ସିରିଏଲ ଦିଲ ମିଲ ଗଏ ରେ ଦେଖିବାକୁ ମିଳିଥିଲା । ସେହି ସିରିଏଲ କୁ ଷ୍ଟାର ୱାନ ରେ ଟେଲିକାଷ୍ଟ କରା ଯାଉଥିଲା । ବରୁଣ ଏହି ସିରିଏଲ ରେ ଡାକ୍ତର ରାଜ ସିଂହ ଙ୍କ ଚରିତ୍ର କରିଥିଲେ ।

୨୦୧୧ ରେ ବରୁଣ ଷ୍ଟାର ପ୍ଲସ ର ସିରିଏଲ ‘ଇସ ପ୍ୟାର କୋ କ୍ୟା ନାମ ଦୁ’ ରେ ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ । ଏହି ସିରିଏଲ ରେ ତାଙ୍କ ଚରିତ୍ର ର ନାମ ଅର୍ନବ ସିଂହ ରାୟଜାଦା ଥିଲା । ଏହି ସିରିଏଲ ରେ ବରୁଣ ଙ୍କ ସହିତ ମୁଖ୍ୟ ଚରିତ୍ର କୁ ସନାୟା ଇରାନୀ କରିଥିଲେ । ତେବେ ଚାଲନ୍ତୁ ଏବେ ଜାଣିବା ବରୁଣ ସୋବତୀ ଙ୍କ ପତ୍ନୀ ଙ୍କ ବିଷୟରେ ।

ବରୁଣ ସୋବତୀ ଙ୍କ ପତ୍ନୀ ଙ୍କ ନାମ ହେଉଛି ପଶ୍ଚିମୀନ ମନଚନ୍ଦା । ବରୁଣ ସୋବତୀ କେବେ କୌଣସି ଅଭିନେତ୍ରୀ ଙ୍କୁ ଡେଟ କରି ନାହାଁନ୍ତି । ସେ ତାଙ୍କର ପିଲା ବେଳର ସାଙ୍ଗ ପଶ୍ଚିମୀନ ମନଚନ୍ଦା ଙ୍କ ସହିତ ହିଁ ବିବାହ କରିଲେ ଓ ଏମାନଙ୍କ ଲାଭ ଷ୍ଟୋରି ସ୍କୁଲ ରେ ହିଁ ଆରମ୍ଭ ହୋଇ ଯାଇଥିଲା । ଏକ ରିପୋର୍ଟ ଅନୁସାରେ ପଶ୍ଚିମୀନ ମନଚନ୍ଦାଙ୍କୁ ଇମ୍ପ୍ରେସ କରିବା ପାଇଁ ବରୁଣ କବିତା ମଧ୍ୟ ଲେଖୁଥିଲେ ।

ବରୁଣ ଙ୍କ ପତ୍ନୀ ଲାଇମ ଲାଇଟ ଠାରୁ ଦୂରରେ ରହିବାକୁ ହିଁ ପସନ୍ଦ କରନ୍ତି । ବରୁଣ ପଶ୍ଚିମୀନ ଙ୍କ ସହିତ ଡିସେମ୍ବର ୨୦୧୦ ରେ ବିବାହ କରିନେଲେ । ବରୁଣ ଙ୍କର ଏକ ଝିଅ ମଧ୍ୟ ଅଛି ଯାହାର ନାମ ସିପତ ରଖା ଯାଇଛି । ଫ୍ରେନ୍ଦ୍ସ ଆପଣ ମାନଙ୍କୁ ଏହି ଯୋଡି କେମିତି ଲାଗିଲା ଆମକୁ କମେନ୍ଟ କରି ନିଶ୍ଚୟ ଜଣାନ୍ତୁ ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରି ଦିଅନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *