Jyotish Shastra – କାର୍ତ୍ତିକ ମାସରେ ଭୁଲରେ ମଧ୍ୟ କରନ୍ତୁ ନାହିଁ ଏହି ୫ଟି କାମ, ହେବ ସର୍ବନାଶ

ବନ୍ଧୁଗଣ ହିନ୍ଦୁଧର୍ମ ଅନୁସାରେ କାର୍ତ୍ତିକ ମାସକୁ ଧର୍ମ ଓ ପବିତ୍ର ମାସ ରୂପେ ପାଳନ କରାଯାଇଥାଏ । ଏହି ମାସରେ ସବୁଠାରୁ ଅଧିକ ପର୍ବ ପର୍ବାଣି ମଧ୍ୟ ପାଳନ କରାଯାଇଥାଏ । ଶାସ୍ତ୍ର ଅନୁସାରେ ଏହି ମାସ ପ୍ରତ୍ୟକ ବ୍ୟକ୍ତି ବିଶେଷ ମାନଙ୍କ ପାଇଁ ବହୁତ ମହତ୍ଵ ମଧ୍ୟ ରଖିଥାଏ । କାରଣ ଏହି ମାସରେ ସମସ୍ତ ଲୋକ ନିଜ ପାପରୁ ମୁକ୍ତି ପାଇବା ପାଇଁ ଧର୍ମ କାର୍ଯ୍ୟ ସବୁ କରିଥାନ୍ତି । କାରଣ ହିନ୍ଦୁ ଧର୍ମରେ ଏହା ମାନ୍ୟତା ଅଛି ଯେ, ଯଦି ଆପଣ ଏହି ମାସରେ କୌଣସି ଧର୍ମ କାର୍ଯ୍ୟ କରିବେ ତା ହେଲେ ଏହା ଦ୍ଵାରା ଆପଣଙ୍କର ପାପକର୍ମ ଧୀରେ ଧୀରେ କମିଯାଇଥାଏ, ଏହି ମାସରେ ଯଦି ଆପଣ ଭଗବାନଙ୍କର ଉପାସନା କରୁଛନ୍ତି ତା ହେଲେ ନିଶ୍ଚିନ୍ତ ଭାବରେ ଆପଣଙ୍କୁ ଶୁଭଫଳ ମିଳିବ ।

ହେଲେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି ପାଞ୍ଚଟି କାମ ବିଷୟରେ କହିବାକୁ ଯାଉଛୁ ଯାହାକୁ ଏହି ମାସରେ ଭୁଲ ସେ ମଧ୍ୟ କରିବା ଉଚିତ ନୁହେଁ । କାରଣ ଏହି ସବୁ କାର୍ଯ୍ୟ କରିବା ଦ୍ଵାରା ବ୍ୟକ୍ତିକୁ ଶାରୀରିକ ଓ ମାନସିକ କଷ୍ଟ ସହିତ ଆର୍ଥିକ ସମସ୍ଯା ଭୋଗ କରିବାକୁ ପଡିଥାଏ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ପାଞ୍ଚଟି କାର୍ଯ୍ୟ ବିଷୟରେ ।

୧. ବନ୍ଧୁଗଣ ଏହି ମାସରେ କୌଣସି ଲୋକ ସହ ଖରାପ ବ୍ୟବହାର ଓ କୌଣସି ଲୋକର ଅନିଷ୍ଟ ଚିନ୍ତା କରନ୍ତୁ ନାହିଁ । ବିଶେଷ କରି ଏହି ମାସରେ ଏହିପରି କାର୍ଯ୍ୟ କରିବା ଦ୍ଵାରା ଆପଣ ମାନଙ୍କୁ ପାପ ଲାଗିଥାଏ । ଏହା ସହିତ କୌଣସି ଲୋକ ବିଷୟରେ ଖରାପ ଚିନ୍ତାଧାରା ରଖନ୍ତୁ ନାହିଁ ।

୨. ବନ୍ଧୁଗଣ ମଣିଷ ଜୀବନରେ ଗଛଲତା ମାନଙ୍କର ଭୂମିକା ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ । ତେଣୁ ଏହି ମାସରେ ଭୁଲ ସେ ମଧ୍ୟ କୌଣସି ଗଛଲତାର କ୍ଷତି କରନ୍ତୁ ନାହିଁ । କାରଣ ଯଦି ଆପଣ ଏହି ମାସରେ କୌଣସି ଗଛଲତା ମାନଙ୍କର କ୍ଷତି କରୁଛନ୍ତି ତା ହେଲେ ଆପଣଙ୍କୁ ସ୍ୱାସ୍ଥ୍ୟଗତ ସମସ୍ଯା ଭୋଗ କରିବାକୁ ପଡିପାରେ । ଏହି ମାସରେ ଆପଣ ନିଜ ଘର ଅଗଣାରେ ବୃକ୍ଷରୋପଣ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ପରିବାର ଲୋକ ସୁସ୍ଥ ରହିବେ ।

୩. ବନ୍ଧୁଗଣ ଏହି ମାସରେ କୌଣସି ଜୀବଜନ୍ତୁ ମାନଙ୍କର ହତ୍ୟା କରନ୍ତୁ ନାହିଁ । ଏହି ଭଳି କାର୍ଯ୍ୟ କରିବା ଦ୍ଵାରା ଦୁର୍ଭାଗ୍ୟ ପ୍ରାପ୍ତି ହୋଇଥାଏ । କହିବାକୁ ଗଲେ କୌଣସି ଦିନରେ ମଧ୍ୟ ଜୀବଜନ୍ତୁ ମାନଙ୍କୁ ହତ୍ୟା କରିବା ଉଚିତ ନୁହେଁ । ଏହା ବଦଳରେ ଆପଣ ଜୀବଜନ୍ତୁ ମାନଙ୍କୁ ସ୍ନେହ ଓ ଆଦର କରନ୍ତୁ । କାରଣ ଜୀବଜନ୍ତୁଙ୍କ ଶରୀରରେ ଭଗବାନ ବିଷ୍ଣୁଙ୍କର ବାସ ରହିଥାଏ ।

୪. ଏହି କାର୍ତ୍ତିକ ମାସରେ ଘର ବା ବାହାରର କୌଣସି ଗୁରୁଜନ ମାନଙ୍କର ଆପଣ ଅପମାନ କରନ୍ତୁ ନାହିଁ । ଏହିଭଳି କରିବା ଦ୍ଵାରା ମା ଲକ୍ଷ୍ମୀ ରୁଷ୍ଟ ହୋଇଥାନ୍ତି । ଏହା ଦ୍ଵାରା ଆପଣ ମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।

୫. ଏହି ମାସରେ ବନ୍ଧୁଗଣ ମଦ୍ୟପାନ କରିବା ଉଚିତ ନୁହେଁ । କହିବାକୁ ଗଲେ ମଦ୍ୟପାନ ଆପଣଙ୍କ ଶରୀର ପାଇଁ ହାନିକାରକ ହୋଇଥାଏ । ତେଣୁ କୌଣସି ଦିନରେ ମଦ୍ୟପାନ କରନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *