ଯଦି ଆପଣ ବି ବାନ୍ତି ବା ଦେହ ବୁଲାଇବାର ସମସ୍ୟାରେ ଚିନ୍ତିତ, ତ ଆପଣାନ୍ତୁ ଏହି ସହଜ ଉପାୟ

ଆଜିର ଜୀବନଶୈଳୀ କିଛି ଏମିତି ହୋଇ ଯାଇଛି କି ଲୋକମାନେ ନିଜର ଯତ୍ନ ନେଉ ନାହାଁନ୍ତି । ଅଧିକାଂଶ ଲୋକ ତ ବାହାରର ଅଏଲି ଜଙ୍କ ଫୁଡ ଖାଇବାକୁ ପସନ୍ଦ କରିଥାନ୍ତି । ଏମିତି ଅଭ୍ୟାସ କାରଣରୁ ସେମାନଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । କାରଣ ବାହାର ଖାଦ୍ୟ ଶରୀର ପାଇଁ ଠିକ ହୋଇ ନଥାଏ । ଏହାକୁ ପାଚନ ତନ୍ତ୍ର ସହଜରେ ହଜମ କରି ପାରି ନଥାଏ । ଯେଉଁ କାରଣରୁ ବଦହଜମି, ଏସିଡିଟି ଭଳି ସମସ୍ୟା ଦେଖା ଦେଇଥାଏ ।  ଯେଉଁଥି ପାଇଁ ଅନେକ ସମୟରେ ଆମକୁ ବାନ୍ତି ମଧ୍ୟ ଲାଗିଥାଏ ।

ଅଧିକାଂଶ ସମୟରେ ଖାଇବା ଠିକରେ ହଜମ ନହେବା କାରଣରୁ ବାନ୍ତି ବା ଦେହ ବୁଲାଇବାର ସମସ୍ୟା ଦେଖିବାକୁ ମିଳିଥାଏ । ଏପରି ସ୍ଥିତିରେ ଯଦି ଆପଣ ଘରେ ଅଛନ୍ତି ତ ଆପଣଙ୍କୁ ଅସହଜ ଅନୁଭବ ହେବ ନାହିଁ । କିନ୍ତୁ ଯଦି ଏହି ସମୟରେ ଆପଣ ଘରୁ ବାହାରେ ଅଛନ୍ତି ତେବେ ଆପଣଙ୍କୁ ଅସହଜ ଅନୁଭବ ହୋଇଥାଏ । ଏମିତି ପରିସ୍ଥିତିରୁ ନିଜକୁ ବଞ୍ଚାଇବା ପାଇଁ ଆଜି ଆମେ ଆପଣଙ୍କୁ କିଛି ନୂଆ ଉପାୟ ସେୟାର କରୁଛୁ ଯାହାକୁ ଆପଣ ଫଲୋ କରି ଏହି ସ୍ଥିତିରୁ ରକ୍ଷା ପାଇ ପାରିବେ । ତେବେ ଆସନ୍ତୁ ଜାଣିବା ବାନ୍ତି ଲାଗିଲେ ବା ଦେହ ବୁଲାଇଲେ ଆମେ କେଉଁ ଦେଶୀ ଉପାୟ ବ୍ୟବହାର କରି ଏଥିରୁ ମୁକ୍ତି ପାଇ ପାରିବା ।

ଆପଣନ୍ତୁ ଏହି ଦେଶୀ ଉପାୟ

୧. କମଳା ବା ଲେମ୍ବୁ ଖାଇଲେ ବା ଏହାର ରସ ସେବନ କଲେ ବାନ୍ତି ବା ଦେହ ବୁଲାଇବା ସମସ୍ୟାରୁ ମୁକ୍ତି ମିଳି ପାରିବ ।

୨. ପୁଦିନା ପତ୍ରରେ ପେଟ ସମସ୍ୟା କୁ ଅଟକାଇବାର ଶକ୍ତି ରହିଥାଏ । ଏଥିପାଇଁ ପୁଦିନା ପତ୍ରରେ ପ୍ରସ୍ତୁତ ଚା ସେବନ କରିବା ଆବଶ୍ୟକ ଅଟେ । ପୁଦିନା ରସ ର ସେବନ ଆପଣ ମହୁ ସହିତ ମଧ୍ୟ କରିପାରିବେ ।

୩. ସବୁବେଳେ ଆପଣଙ୍କ ପର୍ସରେ ଅଳେଇଚ ରଖନ୍ତୁ, ଏହି ସ୍ଥିତିରେ ଅଳେଇଚର ଦାନାକୁ ଚୋବେଇ ଚୋବେଇ ଖାଆନ୍ତୁ । ଧ୍ୟାନ ରଖନ୍ତୁ ଯେ ଏହାକୁ ଏତେ ଚୋବାଇବେ ଯେପରି ଆପଣଙ୍କ ସ୍ଲାଇଡରେ ମିକ୍ସ ହୋଇଯିବ ତାପରେ ଗରମ ପାଣି ପିଇବେ । ଏହା କରିବା ଦ୍ଵାରା ଆପଣ ହେଉଥିବା ବାନ୍ତି ଓ ଦେହ ବୁଲାଉଥିବାରୁ ଆରମ ଅନୁଭବ କରିବେ । ଯଦି ଆପଣଙ୍କ ସହିତ ବି ଏମିତି କିଛି ହେଉଛି ତେବେ ଆପଣ ଏହି ଦେଶୀ ଉପାୟକୁ ଆପଣାଇ ପାରିବେ । ଭଲ ଲାଗିଥିଲେ ଏହାକୁ ଶେୟାର କରିବେ ଓ ଏହିପରି ଆଉ କିଛି ଟିପ୍ସ ପାଇବା ପାଇଁ ଆମ ପେଜକୁ ଲାଇକ କରିବେ ।

Leave a Reply

Your email address will not be published. Required fields are marked *