ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ରିଷେପ୍ସନ ପାର୍ଟିରେ ନିଜ ବାପାଙ୍କୁ ଦେଖି ଭାବବିହ୍ଵଳ ହୋଇ କାନ୍ଦି ପକାଇଲେ ମି ପୁଚ୍ ପୁଚ୍ । ତେବେ ଓଡିଶାର ଘରେ ଘରେ ନିଜର କମେଡି ଅନ୍ଦାଯ ପାଇଁ ପରିଚିତ ଥିବା କମେଡି ରାଣୀ ମି ପୁଚ୍ ପୁଚ୍ ବ ଇଟିକା ପ୍ରିୟଦର୍ଶିନୀଙ୍କର ନିକଟ ଅତୀତରେ ବାହାଘର ସରିଛି । ତେବେ ଗତ କାଲି ଇତିକାଙ୍କର ଶ୍ଵଶୁର ଘର ତରଫରୁ ରିଷେପ୍ସନ ପାର୍ଟିର ଆୟୋଜନ କରଯାଇଥିଲା ।

ତେବେ ସେଠାକୁ ବହୁ ଅତିଥିଙ୍କୁ ନିମନ୍ତ୍ରଣ କରି ଡକା ହୋଇଥିଲା । ତେବେ ସେଠାକୁ ଇତିକାଙ୍କ ବାପାଙ୍କୁ ମଧ୍ୟ ଅତିଥି ଭାବରେ ରିଷେପ୍ସନ ପାର୍ଟିକୁ ନିମନ୍ତ୍ରଣ କରଯାଇଥିଲା । ତେବେ ନିମନ୍ତ୍ରଣ ରକ୍ଷା କରି ଇତିକା ତଥା ମି ପୁଚ୍ ପୁଚ୍ ଙ୍କର ବାପା ମଧ୍ୟ ଇତିକା ଓ ସୋମୁଙ୍କ ପାର୍ଟିରେ ପହଞ୍ଚିଥିଲେ । ତେବେ ସେଠାରେ ଇତିକା ନିଜର ବାପାଙ୍କୁ ଦେଖି କାନ୍ଦିପକାଇଥିଲେ ।
ତେବେ ସବୁ ଝିଅଙ୍କର ନିଜ ବାପା ହେଉଛନ୍ତି ତାଙ୍କ ଜୀବନର ପ୍ରଥମ ହିରୋ । ତେବେ ଜଣେ ଝିଅ ତାଙ୍କ ବାପାକୁ ନିଜର ସବୁ ଅଳି ଅର୍ଦ୍ଧଳୀ ଜଣାଇବା ସହ ନିଜର ସବୁ କିଛି ଦୁଖ ସୁଖ ମଧ୍ୟ ଶେୟାର କରିଥାଏ । ତେବେ ସେପରି କିଛି ଭଲ ବଣ୍ଡିଙ୍ଗ ମି’ ଓ ତାଙ୍କ ବାପାଙ୍କ ମଧ୍ୟରେ ରହିଛି । ତେଣୁ ନିଜ ବାପାଙ୍କୁ ବାହାଘର ହେବା ପରେ ନିଜ ଶାଶୁଘରେ ପ୍ରଥମେ ଦେଖି ଭାବବିହ୍ଵଳ ହୋଇଗଲେ ।
ତେବେ ନିଜ ବାପା ଓ ନିଜ ଘର ପରିବାର ଲୋକଙ୍କ ସହିତ ଖୁସି ମନରେ ସ୍ଟେଜ ଉପରେ ଫୋଟ ଉଠାଇବା ସହ ରିଷେପ୍ସନ ପାର୍ଟିର ଫୁଲ୍ ମଜା ଉଠାଇଥିଲେ କମେଡି କୁଇନ ମି ପୁଚ୍ ପୁଚ୍ । ତେବେ ଏପରି ଏକ ରଙ୍ଗାରଙ୍ଗ ପରିବେଶରେ ସେଲିବ୍ରେଟି ଅତିଥିଙ୍କ ସହ ମାହୋଲଟି ଆହୁରି ହସଭରା ହୋଇଯାଇଥିଲା । ତେବେ ମି ପୁଚ୍ ପୁଚ୍ ବାହାଘର ପରେ ଆଗାମୀ ସମୟରେ ପୁଣି ଥରେ କମେଡି ଅବତାରରେ ନଜର ଆସିବେ କି ନାହିଁ ତାହା ଦେଖିବାକୁ ସମସ୍ତଙ୍କର ଅପେକ୍ଷା ରହିଲା ।

ତେବେ ଇତିକା ଓ ସୋମୁ ଙ୍କର ମାରେଡ ଲାଇଫ ଭଲ ଭଲରେ ରହୁ ବୋଲି ଓଡିଶାବାସୀଙ୍କ ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବରେ କରନ୍ତୁ । ଧନ୍ୟବାଦ

